Lockdown ପୂର୍ବରୁ Nagpur ବଜାରରେ ଜନସମୁଦ୍ର; ଭାଙ୍ଗିଲା Social Distance ନିୟମ
Advertisement

Lockdown ପୂର୍ବରୁ Nagpur ବଜାରରେ ଜନସମୁଦ୍ର; ଭାଙ୍ଗିଲା Social Distance ନିୟମ

ଯଦିଓ ଆସନ୍ତା ସୋମବାର ଠାରୁ ଲକଡାଉନ ଲାଗୁ ହେବାକୁ ଯାଉଛି ହେଲେ ଏହା ପୂର୍ବରୁ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଲାଗି ପଡିଛନ୍ତି ଲୋକେ।

Lockdown ପୂର୍ବରୁ Nagpur ବଜାରରେ ଜନସମୁଦ୍ର; ଭାଙ୍ଗିଲା Social Distance ନିୟମ

ମୁମ୍ବାଇ: କୋଭିଡ୧୯ ସଂକ୍ରମଣ ଜନିତ ମାମଲା ବୃଦ୍ଧି ପାଇବା ପରେ ରାଜ୍ୟର ବିଭିନ୍ନ ସହରରେ ଲକ ଡାଉନ ଲଗାଇବାକୁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। ହେଲେ ଏହା ପୂର୍ବରୁ କୋରୋନା ମହମାରୀର ମୁକାବିଲା ପାଇଁ ଜାରି ହୋଇଥିବା ବିଭିନ୍ନ ନିୟମାବଳୀର ଖୋଲା ଉଂଲଘନ ହୋଇଥିବାର ଖବର ଏବେ ସାମ୍ନାକୁ ଆସିଛି। ରାଜ୍ୟର ନାଗପୁର ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। 

ଚଳିତ ବର୍ଷ ମାର୍ଚ୍ଚ ୧୫ ତାରିଖରୁ ୨୧ ପର୍ଯ୍ୟନ୍ତ ପ୍ରାୟ ସପ୍ତାହେ ଧରି ନାଗପୁର (Nagpur) ଜିଲ୍ଲାରେ ଲକଡାଉନ (Lockdown) ଲାଗୁ କରିବାକୁ ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର। ହେଲେ ଏହା ପୂର୍ବରୁ ଏଠାକାର ଏକ ସ୍ଥାନୀୟ ବଜାରରେ ଜନସମୁଦ୍ର ପରିଲକ୍ଷିତ ହୋଇଛି। ଯେଉଁଠି କୋରୋନା ମହାମାରୀର (Corona Pandemic) ମୁକାବିଲା ପାଇଁ  ଜାରି ହୋଇଥିବା ସାମାଜିକ ଦୂରତା ରକ୍ଷା (Social Distance) ନିୟମର ହୋଇଛି ଖୋଲା ଉଂଲଘନ। 

Also Read: କୋରୋନା ସତର୍କତା: ୧୭ ହଜାର କଏଦୀଙ୍କୁ ପାରୋଲରେ ଛାଡିବେ ମହାରାଷ୍ଟ୍ର ସରକାର

ଯଦିଓ ଆସନ୍ତା ସୋମବାର ଠାରୁ ଲକଡାଉନ ଲାଗୁ ହେବାକୁ ଯାଉଛି ହେଲେ ଏହା ପୂର୍ବରୁ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାରେ ଲାଗି ପଡିଛନ୍ତି ଲୋକେ। ହେଲେ ସାମାଜିକ ଦୂରତା ରକ୍ଷା ନିୟମର ଖୋଲା ଉଂଲଘନ ହେବା କାରଣରୁ କୋରୋନା ମାମଲା ବୃଦ୍ଧି ପାଇବାର ସମ୍ଭାବନା ସୃଷ୍ଟି ହୋଇଛି।  
 
ନାଗପୁରକୁ ଛାଡି ଔରଙ୍ଗାବାଦ (Aurangabad) ଜିଲ୍ଲାରେ ମାର୍ଚ୍ଚ ୧୧ ତାରିଖରୁ ଅପ୍ରେଲ ୪ ପର୍ଯ୍ୟନ୍ତ ଆଶିଂକ ଲକଡାଉନ ଲଗାଇଛି ସ୍ଥାନୀୟ ପ୍ରଶାସନ। କାରଣ ବିଗତ ମାସେ ମଧ୍ୟରେ ଏଠାରେ କୋରୋନା ସଂକ୍ରମଣ ବଢିଚାଲିଛି। ପ୍ରତି ସପ୍ତାହର ଶନିବାର ରବିବାର ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ହୋଇଛି। ଅନ୍ୟପଟେ ଆଜି ଜରୁରୀ ସେବାକୁ ଛାଡି ସମସ୍ତ ଦୋକାନ ବଜାରକୁ ବନ୍ଦ ରଖାଯାଇଛି। 

Also Read: corona update:ମହାରାଷ୍ଟ୍ର ରାଜଭବନରେ ୧୬ କର୍ମଚାରୀ କୋରୋନା ଆକ୍ରାନ୍ତ, କ୍ୱାରେଣ୍ଟାଇନରେ ରାଜ୍ୟପାଳ

 

ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୧୫,୮୧୭ ନୂଆ କୋରୋନା ମାମଲା ସାମ୍ନାକୁ ଆସିଥିବା ବେଳେ ୫୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨ ଲକ୍ଷ  ୮୨ ହଜାର ୧୯୧ ହୋଇଥିବା ବେଳେ ୫୨୭୨୩ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ଏହି ରାଜ୍ୟରେ ମୋଟ ୨୧ ଲକ୍ଷ ୧୭ ହଜାର ୭୪୪ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଛନ୍ତି। 

ସେହିପରି ମହାରାଷ୍ଟ୍ର ତଥା ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ସହରରେ ବିଗତ ୨୪ ଘଣ୍ଟା ମଧ୍ୟରେ ୧୬୪୭ ନୂଆ କୋରୋନା ମାମଲା ସାମ୍ନାକୁ ଆସିବା ସହ ସେଠାରେ ଏପର୍ଯ୍ୟନ୍ତ ମୋଟ ୩ ଲକ୍ଷ ୪୦ ହଜାର ୨୯୦ କୋଭିଡ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଗତ ଚବିଶ ଘଣ୍ଟାରେ ୪ ସଂକ୍ରମିତଙ୍କ ମୃତ୍ୟୁ ହେବା ସହ ମୋଟ ମୃତକଙ୍କ ସଂଖ୍ୟା ୧୧ ହଜାର ୫୨୩ ହୋଇଛି।       

Also Read: Corona Returns to Maharastra: ଏତିକି ଲୋକ ହେଲେ ସଂକ୍ରମିତ

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ମାର୍ଚ୍ଚ ୧୩ ତାରିଖ ଶନିବାର ୨୪ ହଜାର ୮୮୨ ନୂଆ କୋରୋନା ମାମାଲା ସାମ୍ନାକୁ ଆସିଛି। ବର୍ତ୍ତମାନ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ୩୩ ହଜାର ୭୨୮ ହୋଇଛି। ସେହିପରି ବିଗତ ୨୪ ଘଣ୍ଟାରେ ୧୪୦ କୋଭିଡ୧୯ ସଂକ୍ରମିତଙ୍କ ମୃତ୍ୟୁ ହେବା ସହ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୫୮ ହଜାର ୪୪୬ ରହିଛି। ବର୍ତ୍ତମାନ ୨ ଲକ୍ଷ ୨ ହଜାର ୨୨ ଆକ୍ରାନ୍ତ ଚିକିତ୍ସା ଚାଲିଛି। ଅନ୍ୟପଟେ କୋରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେବା ପରେ ଆରୋଗ୍ୟ ଲାଭ କରିଥିବା କରିଥବା ଆକ୍ରାନ୍ତଙ୍କ ସଂଖ୍ୟା ୯୬.୮୨ ପ୍ରତିଶତକୁ ବୃଦ୍ଧି ପାଇଛି।