କ୍ଷମା ମାଗିଲେ ଯୁବରାଜ
Advertisement

କ୍ଷମା ମାଗିଲେ ଯୁବରାଜ

ଭାରତ ପାଇଁ ୩୦୪ଟି ଏକ ଦିବସୀୟ, ୫୮ ଟି-20 ଏବଂ ୪୦ଟି ଟେଷ୍ଟ ଖେଳିଥିବା ଯୁବରାଜ କହିଛନ୍ତି ଯେ, ସେ କୌଣସି ପ୍ରକାରର ପକ୍ଷପାତ ଉପରେ ବିଶ୍ୱାସ କରେନାହିଁ । 

କ୍ଷମା ମାଗିଲେ ଯୁବରାଜ

ନୂଆଦିଲ୍ଲୀ: ଇନଷ୍ଟାଗ୍ରାମରେ ଚାଟ୍ କରିବା ସମୟରେ ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂ ୟୁଜବେନ୍ଦ୍ର ଚହଲଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ସେ ଆଜି(ଶୁକ୍ରବାର) କ୍ଷମା ମାଗି କହିଛନ୍ତି ଯେ, ସେ ଅଜାଣତରେ ଲୋକଙ୍କ ଭାବନାକୁ ଆଘାତ ଦେଇଛନ୍ତି । ଭାରତର ଉପ-ଅଧିନାୟକ ରୋହିତ ଶର୍ମାଙ୍କ ସହ ଏକ ଲାଇଭ ଇନଷ୍ଟା ଚାଟରେ ଯୁବରାଜ ଚହଲଙ୍କ ବିଷୟରେ ଅପମାନଜନକ ଟିପ୍ପଣୀ କରିଥିଲେ । ସେ ସୋସିଆଲ ମିଡିଆରେ ଚହଲଙ୍କ ନିୟମିତ ପୋଷ୍ଟ ବିଷୟରେ କହୁଥିଲେ ।

ବିଶ୍ୱକପ୍‌ରେ ଭାରତର ବିଜୟ ସୂତ୍ରଧର ରହିଥିବା ଯୁବରାଜଙ୍କ ବିରୋଧରେ ହିସାରର ଜଣେ ଓକିଲ ମଧ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଯାହା ପରେ ଯୁବରାଜଙ୍କୁ ଟ୍ୱିଟରରେ କ୍ଷମା ମାଗିବାକୁ ପଡ଼ିଲା । ସେ ଲେଖିଛନ୍ତି, 'ମୁଁ ବୁଝିପାରୁଛି ଯେ ମୋର ବନ୍ଧୁମାନଙ୍କ ସହ ବାର୍ତ୍ତାଳାପ ସମୟରେ ମୋତେ ଭୁଲ ବୁଝାଯାଇଥିଲା ଯାହା ଅବାଞ୍ଛିତ ଥିଲା । ଜଣେ ଦାୟିତ୍ୱବାନ ଭାରତୀୟ ହୋଇ ମୁଁ କେବଳ କହିବାକୁ ଚାହେଁ ଯେ ଯଦି କାହାର ଭାବନା ଉଦ୍ଦେଶ୍ୟମୂଳକ ଭାବେ ଆଘାତ ପାଇଛି । ତେବେ ମୁଁ କ୍ଷମା ମାଗୁଛି ।

ଭାରତ ପାଇଁ ୩୦୪ଟି ଏକ ଦିବସୀୟ, ୫୮ ଟି-20 ଏବଂ ୪୦ଟି ଟେଷ୍ଟ ଖେଳିଥିବା ଯୁବରାଜ କହିଛନ୍ତି ଯେ, ସେ କୌଣସି ପ୍ରକାରର ପକ୍ଷପାତ ଉପରେ ବିଶ୍ୱାସ କରେନାହିଁ । ସେ କହିଛନ୍ତି, 'ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଜାତି, ରଙ୍ଗ, ବର୍ଣ୍ଣ, ଲିଙ୍ଗ ଆଧାରରେ ମୁଁ କଦାପି ପକ୍ଷପାତରେ ବିଶ୍ୱାସ କରେ ନାହିଁ । ମୋ ଜୀବନ ଲୋକଙ୍କ ଭଲ ପାଇଁ ଦେଇଛି ଏବଂ ଏହାକୁ ଆହୁରି ଅଧିକ ଦେବି । ମୁଁ ବିଶ୍ୱାସ କରେ ଯେ ଆମେ ସମସ୍ତଙ୍କୁ ସମ୍ମାନ କରିବା ଉଚିତ । ଭାରତ ଏବଂ ଭାରତୀୟଙ୍କ ପ୍ରତି ମୋର ପ୍ରେମ ଅତୁଳନୀୟ ।