କଂଗ୍ରେସ ଦ୍ୱାରା ପ୍ରକାଶିତ ଏହି ଭିଡିଓରେ ସୋନିଆ ଗାନ୍ଧୀ ଅନୁପ୍ରବେଶକୁ ନେଇ ଅଭିଯୋଗ ଆଣିଛନ୍ତି ଯେ ମୋଦି ସରକାର ସ୍ପଷ୍ଟ ଜବାବ ଦେଇନାହାଁନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ କଣ ସରକାର ଏହି ପ୍ରସଙ୍ଗରେ ସ୍ଥିତିକୁ ସ୍ପଷ୍ଟ କରି ଦେଶକୁ ବିଶ୍ୱାସରେ ନେବେ ?
Trending Photos
)
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପୁଣିଥରେ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶୁକ୍ରବାର ସେ ପୂର୍ବ ଲଦାଖରେ ଚୀନ୍ ସେନାର ଅନୁପ୍ରବେଶକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ଦ୍ୱାରା ପ୍ରକାଶିତ ଏହି ଭିଡିଓରେ ସୋନିଆ ଗାନ୍ଧୀ ଅନୁପ୍ରବେଶକୁ ନେଇ ଅଭିଯୋଗ ଆଣିଛନ୍ତି ଯେ ମୋଦି ସରକାର ସ୍ପଷ୍ଟ ଜବାବ ଦେଇନାହାଁନ୍ତି । ସେ ପ୍ରଶ୍ନ କରିଛନ୍ତି ଯେ କଣ ସରକାର ଏହି ପ୍ରସଙ୍ଗରେ ସ୍ଥିତିକୁ ସ୍ପଷ୍ଟ କରି ଦେଶକୁ ବିଶ୍ୱାସରେ ନେବେ ?
ସୋନିଆ ଗାନ୍ଧୀ ଏହି ଭିଡିଓରେ କହିଛନ୍ତି ଯେ, ଆଜି କଂଗ୍ରେସ ଓ ଦେଶର ନାଗରିକମାନେ ଆମର ୨୦ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସଲାମ ଦିବସ ପାଳନ କରୁଛନ୍ତି । ଗଲୱାନ୍ ଉପତ୍ୟକାରେ ବୀରତ୍ୱ ପ୍ରାପ୍ତ କରିଥିବା ଏହି ସୈନିକମାନଙ୍କ ପାଇଁ ଦେଶ ସର୍ବଦା କୃତଜ୍ଞ ରହିବ । କଂଗ୍ରେସ ଓ ସମଗ୍ର ଦେଶ ସେନା ଏବଂ ସୈନିକଙ୍କ ସହ ଛିଡା ହୋଇଛନ୍ତି । ଏଭଳି ପରିସ୍ଥିତିରେ ସରକାର ନିଜ ଦାୟିତ୍ୱରୁ ପଛକୁ ହଟି ପାରିବେ ନାହିଁ ।
ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶରେ କୌଣସି ଅନୁପ୍ରବେଶ ହୋଇନାହିଁ । କିନ୍ତୁ ପ୍ରତିରକ୍ଷା ମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରଣାଳୟ ଅନେକ ସମୟରେ ଚାଇନାର ଅନୁପ୍ରବେଶ ବିଷୟରେ ଆଲୋଚନା କରନ୍ତି । ଚାଇନାର ଅନୁପ୍ରବେଶକୁ ପୃଷ୍ଟି କରିବା ପାଇଁ ସେନାର ଜେନେରାଲ୍, ପ୍ରତିରକ୍ଷା ବିଶେଷଜ୍ଞ ଏବଂ ଖବରକାଗଜ ମଧ୍ୟ ଉପଗ୍ରହ ଫଟୋ ଦେଖାଉଛନ୍ତି ।
ସେ ପ୍ରଶ୍ନ କରିଛନ୍ତି ଯେ, 'ଆଜି ଯେତେବେଳେ ଆମେ ସହିଦମାନଙ୍କୁ ପ୍ରଣାମ କରୁଛୁ । ଦେଶ ଜାଣିବାକୁ ଚାହୁଁଛି ଯେ ପ୍ରଧାନମନ୍ତ୍ରୀଙ୍କ ଅନୁଯାୟୀ କୌଣସି ଅନୁପ୍ରବେଶ ହୋଇ ନାହିଁ ତେବେ ଆମର ୨୦ ଜଣ ସୈନିକ ସହିଦ କିପରି ଓ କାହିଁକି ହୋଇଛନ୍ତି ? ଚୀନର ସେନା ଦ୍ୱାରା ଲଦାଖରେ ଅଧିକୃତ ଜମିକୁ ସରକାର କିପରି ଫେରାଇ ଆଣିବେ ? ଗଲୱାନ୍ ଉପତ୍ୟକା ଏବଂ ପେଙ୍ଗାଙ୍ଗସୁ ଅଞ୍ଚଳରେ ବଙ୍କର ନିର୍ମାଣ କରି ଚୀନ୍ ଆମର ଭୂଖଣ୍ଡର ଅଖଣ୍ଡତାକୁ ଉଲ୍ଲଂଘନ କରୁଛି କି ?" ଶେଷରେ ସେ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ସରକାର ସମଗ୍ର ଦେଶକୁ ବିଶ୍ୱାସରେ ନେବେ କି ?