Advertisement
Article Detail0/zeeodisha/odisha696713
Zee OdishaOdisha National-Internationalତୈଳ ଦର ପ୍ରତ୍ୟାହୃତ ପାଇଁ ମୋଦିଙ୍କୁ ସୋନିଆଙ୍କ ଚିଠି

ତୈଳ ଦର ପ୍ରତ୍ୟାହୃତ ପାଇଁ ମୋଦିଙ୍କୁ ସୋନିଆଙ୍କ ଚିଠି

ତୈଳଦର ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମାଧ୍ୟମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଙ୍ଗଳବାର ଅନୁରୋଧ କରିଛନ୍ତି। ସୋନିଆ କହିଛନ୍ତି କି, ଏହି କୋରୋନା ମହାମାରୀ ସମୟରେ ଲୋକଙ୍କୁ ତୈଳଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହାକୁ ପ୍ରତ୍ୟାହାର କରିବା ପାଇଁ ସେ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତ

ତୈଳ ଦର ପ୍ରତ୍ୟାହୃତ ପାଇଁ ମୋଦିଙ୍କୁ ସୋନିଆଙ୍କ ଚିଠି

ନୂଆଦିଲ୍ଲୀ: ତୈଳଦର ପ୍ରତ୍ୟାହାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ମାଧ୍ୟମରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ମଙ୍ଗଳବାର ଅନୁରୋଧ କରିଛନ୍ତି। ସୋନିଆ କହିଛନ୍ତି କି, ଏହି କୋରୋନା ମହାମାରୀ ସମୟରେ ଲୋକଙ୍କୁ ତୈଳଦର ବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହାକୁ ପ୍ରତ୍ୟାହାର କରିବା ପାଇଁ ସେ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। 

ସେ ଆହୁରି ଚିଠିରେ ଲେଖିଛନ୍ତି ଯେ, ତୈଳଦର ବୃଦ୍ଧି କରି ସରକାର ୨୬,୦୦,୦୦୦ କୋଟି ଟଙ୍କାର ଅତିରିକ୍ତ ରାଜସ୍ୱ ଆଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଯେତେବେଳେ ଏହି ସଙ୍କଟ ସମୟରେ ଦେଶର ଲୋକମାନେ ଆତ୍ମନିର୍ଭରଶୀଳ ହେବେ ବୋଲି ପ୍ରଧାନମନ୍ତ୍ରୀ ଆଶା କରୁଛନ୍ତି? ସେତେବେଳେ ଲୋକଙ୍କ ଉପରେ ଆର୍ଥିକ ବୋଝ ଲଦିଦେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।  ସୋନିଆ କହିଛନ୍ତି, ବର୍ତ୍ତମାନର କୋଭିଡ-୧୯ ମହାମାରୀ ବିରୋଧରେ ଲଢ଼େଇ ସମୟରେ ଭାରତ ସ୍ୱାସ୍ଥ୍ୟ, ଅର୍ଥନୈତିକ ଏବଂ ସାମାଜିକ ଆହ୍ୱାନର ସମ୍ମୁଖୀନ ହୋଇଛି। ମୁଁ ଦୁଃଖିତ ଯେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିବାକୁ ସରକାର ଏକ ସମ୍ବେଦନଶୀଳ ନିଷ୍ପତ୍ତି ନେଇଛନ୍ତି।

ତାଙ୍କ କହିବାନୁସାରେ, ସରକାରଙ୍କ ଏହି ନିଷ୍ପତ୍ତି ପାଇଁ କୌଣସି ଯଥାର୍ଥତା ନାହିଁ ଯେଉଁ ସମୟରେ ଦେଶର କୋଟି କୋଟି ଲୋକ ଚାକିରି ହରାଇଛନ୍ତି, ଜୀବିକା ସଙ୍କଟର ସାମ୍ନା କରୁଛି। ବଡ଼ବଡ଼ ବ୍ୟବସାୟ ହେଉ ଅବା ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯାଉଛି ଏବଂ କୃଷକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେହି ସମୟରେ ଏଭଳି ତୈଳଦର ବୃଦ୍ଧି ନିଷ୍ପତି ପକ୍ଷେ ନିନ୍ଦନୀୟ ବୋଲି ସେ କହିଛନ୍ତି। 

Add Zee News as a Preferred Source

କଂଗ୍ରେସ ସଭାପତି ଦାବି କରିଛନ୍ତି ଯେ ଗତ କିଛି ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ପ୍ରାୟ ନଅ ପ୍ରତିଶତ ହ୍ରାସ ପାଇଛି, କିନ୍ତୁ ଅସୁବିଧା ସମୟରେ ସରକାର ଲୋକଙ୍କୁ କୌଣସି ସୁବିଧା ଯୋଗାଇଦେବା ପାଇଁ କିଛି କରୁନାହାଁନ୍ତି। ସେ କହିଛନ୍ତି, 'ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଏହି ତୈଳବୃଦ୍ଧିକୁ ପ୍ରତ୍ୟାହାର କରନ୍ତୁ ଏବଂ ଅଶୋଧିତ ତୈଳର କମ୍ ମୂଲ୍ୟର ଲାଭ ସିଧାସଳଖ ଦେଶର ନାଗରିକଙ୍କୁ ଦିଆଯାଉ।' ସୋନିଆ କହିଛନ୍ତି, ଯଦି ଆପଣ ଆଶା କରନ୍ତି ଯେ ଲୋକମାନେ ଆତ୍ମନିର୍ଭରଶୀଳ ହୁଅନ୍ତି, ତେବେ ଆଗକୁ ବଢିବାକୁ ସେମାନଙ୍କ ରାସ୍ତାରେ ଆର୍ଥିକ ପ୍ରତିବନ୍ଧକ ସୃଷ୍ଟି କରନ୍ତୁ ନାହିଁ। ମୁଁ ପୁନର୍ବାର କହୁଛି ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କୁ ସିଧାସଳଖ ଟଙ୍କା ଦିଅନ୍ତୁ ବୋଲି ସେ କହିଛନ୍ତି। 

ସୂଚନାଯୋଗ୍ୟ ଯେ ମଙ୍ଗଳବାର ତୈଳ କମ୍ପାନୀଗୁଡିକ ଦ୍ୱାରା ପେଟ୍ରୋଲର ମୂଲ୍ୟ ୪୭ ପଇସା ଏବଂ ଡିଜେଲ ପିଛା ୯୩ ପଇସା ବୃଦ୍ଧି କରାଯାଇଛି। କେବଳ ଏତିକି ନୁହେଁ, ଏଟିଏଫ୍ ଅର୍ଥାତ୍ ବିମାନ ଇନ୍ଧନର ମୂଲ୍ୟ ମଧ୍ୟ ୧୬।୩ ପ୍ରତିଶତ ବୃଦ୍ଧି ପାଇଛି | କ୍ରମାଗତ ଦଶମ ଦିନ ତୈଳଦର ବୃଦ୍ଧି କରାଯାଇଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୪୭ ପଇସା ବୃଦ୍ଧି ପାଇ ଲିଟର ପିଛା ୭୬।୭୩ ଟଙ୍କା ଥିବାବେଳେ ଡିଜେଲର ମୂଲ୍ୟ ୯୩ ପଇସା ବୃଦ୍ଧି ହୋଇ ଲିଟର ପିଛା ୭୫।୧୯ ଟଙ୍କା ହୋଇଛି

About the Author