ସାଂସଦଙ୍କ ଦରମା 30 ପ୍ରତିଶତ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୋନିଆ ଗାନ୍ଧୀ ସମର୍ଥନ କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ନିକଟରେ 5ଟି ପ୍ରସ୍ତାବ ମଧ୍ୟ ଦିଆଯାଇଛି, ଯାହା ନିମ୍ନ ଲିଖିତ:
Trending Photos
)
ନୂଆଦିଲ୍ଲୀ: ଭାରତରେ କୋରୋନା ଭୂତାଣୁ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ଏହି ମହାମାରୀର ମୁକାବିଲା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ ବିରୋଧୀ ଦଳର ନେତାଙ୍କ ସହ କଥା ହୋଇ କୋରୋନା ମୁକାବିଲା ପାଇଁ ପରାମର୍ଶ ମାଗିଛନ୍ତି । ବର୍ତ୍ତମାନ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖି କିଛି ପ୍ରସ୍ତାବ ଦେଇଛନ୍ତି । ଯାହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଅନୁରୋଧ କରିଛନ୍ତି ।
ସାଂସଦଙ୍କ ଦରମା 30 ପ୍ରତିଶତ ହ୍ରାସ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସୋନିଆ ଗାନ୍ଧୀ ସମର୍ଥନ କରିଛନ୍ତି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀଙ୍କ ନିକଟରେ 5ଟି ପ୍ରସ୍ତାବ ମଧ୍ୟ ଦିଆଯାଇଛି, ଯାହା ନିମ୍ନ ଲିଖିତ:
Congress President and CPP Chairperson Smt. Sonia Gandhi writes to PM Modi suggesting various measures to fight the COVID-19 pandemic. pic.twitter.com/77MzCYiokl
— Congress (@INCIndia) April 7, 2020
1. ସରକାରଙ୍କ ଦ୍ୱାରା ଟେଲିଭିଜନ, ପ୍ରିଣ୍ଟ ଏବଂ ଅନଲାଇନ୍ ମିଡିଆକୁ ଦିଆଯାଉଥିବା ସମସ୍ତ ବିଜ୍ଞାପନ ବନ୍ଦ କରାଯିବା ଉଚିତ୍ । ସେମାନଙ୍କୁ ଦୁଇ ବର୍ଷ ପାଇଁ ବନ୍ଦ କରାଯିବା ଉଚିତ୍, ଯାହାଦ୍ୱାରା ବାର୍ଷିକ ୧୨୫୦ କୋଟି ଟଙ୍କା ସଞ୍ଚୟ ହୋଇପାରିବ । ଏହି ଅର୍ଥକୁ କୋରୋନା ମୁକାବିଲା କରିବା ପାଇଁ ବ୍ୟବହାର କରାଯାଉ ।
2. ସରକାରୀ ଅଟ୍ଟାଳିକାରେ ନିର୍ମାଣ କାର୍ଯ୍ୟ ପାଇଁ ସରକାର ଦେଇଥିବା ୨୦ ହଜାର କୋଟିକୁ ରୋକି ଦିଅନ୍ତୁ । ମୋର ବିଶ୍ୱାସ ଯେ ସଂସଦର ବର୍ତ୍ତମାନର ବିଲଡିଂରୁ କାର୍ଯ୍ୟ କରାଯାଇପାରିବ, ଏହି ରାଶିକୁ ଡାକ୍ତରଖାନାର ଉନ୍ନତି, ପିପିଏ ଭଳି ସୁବିଧା ବ୍ୟବସ୍ଥା କରାଯାଇପାରିବ |
3. ସାଂସଦମାନଙ୍କ ପେନସନ୍, ଦରମା ଯାହା 30 ପ୍ରତିଶତ ହ୍ରାସ କରାଯାଇଛି, ତାହା ଶ୍ରମିକ, କୃଷକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ବ୍ୟବହାର କରାଯାଇପାରିବ ।
4. ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟର ମନ୍ତ୍ରୀଙ୍କ ସମେତ ସମସ୍ତ ଅଧିକାରୀଙ୍କ ବୈଦେଶିକ ଯାତ୍ରା ବନ୍ଦ ହେବା ଉଚିତ୍ । ଏହିପରି ଭ୍ରମଣରୁ ସଞ୍ଚୟ ହୋଇଥିବା ଅର୍ଥ କରୋନା ବିରୋଧରେ ଲଢେଇରେ ବ୍ୟବହାର କରାଯାଇପାରିବ । ଚିଠିରେ ଲେଖାଯାଇଛି ଯେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ବନ୍ଦ କରି ୩୯୩ କୋଟି ଟଙ୍କା ସଞ୍ଚୟ ହୋଇପାରିବ।
5. ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରେ ଯେତେ ସହାୟତା ରାଶି ଆକାରରେ ଆସିଛି, ତାହାକୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ହସ୍ତାନ୍ତର କରାଯିବା ଉଚିତ୍ । ଏହା ସ୍ୱଚ୍ଛତା ଆଣିବ, ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରେ ୩୮୦୦ କୋଟି ଟଙ୍କା ମହଜୁଦ ରହିଛି । ଏହି ପରିପ୍ରେକ୍ଷୀରେ, ଉଭୟ ପାଣ୍ଠିର ପରିମାଣ ଏକତ୍ର ବ୍ୟବହାର କରାଯାଇପାରିବ ।