Advertisement
Article Detail0/zeeodisha/odisha703346
Zee OdishaOdisha National-Internationalତୈଳ ଦର ବୃଦ୍ଧି କରି ଜନତାଙ୍କ ଠାରୁ ଜବରଦସ୍ତି ଆଦାୟ କରାଯାଇଛି ୧୮ ଲକ୍ଷ କୋଟି ଟଙ୍କା

'ତୈଳ ଦର ବୃଦ୍ଧି କରି ଜନତାଙ୍କ ଠାରୁ ଜବରଦସ୍ତି ଆଦାୟ କରାଯାଇଛି ୧୮ ଲକ୍ଷ କୋଟି ଟଙ୍କା'

ସୋନିଆ ଗାନ୍ଧୀ କହିଛନ୍ତି ଯେ, ଗୋଟିଏ ପଟେ କୋରୋନା ମହାମାରୀର ସଙ୍କଟ ଏବଂ ଅନ୍ୟ ପଟେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ଦେଶବାସୀଙ୍କ ପାଇଁ ଜୀବନ କଷ୍ଟସାଧ୍ୟ ହୋଇପଡିଛି ।

'ତୈଳ ଦର ବୃଦ୍ଧି କରି ଜନତାଙ୍କ ଠାରୁ ଜବରଦସ୍ତି ଆଦାୟ କରାଯାଇଛି ୧୮ ଲକ୍ଷ କୋଟି ଟଙ୍କା'

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ମୂଲ୍ୟକୁ ନେଇ କଂଗ୍ରେସ ସାରା ଦେଶରେ ପ୍ରଦର୍ଶନ କରୁଛି । ଆଜି(ସୋମବାର) ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ନେଇ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ୍ ଶୁଳ୍କ ବୃଦ୍ଧି କରି ମୋଦି ସରକାର ୧୮ ଲକ୍ଷ କୋଟି ଟଙ୍କା ଅତିରିକ୍ତ ଆଦାୟ କରିଛନ୍ତି ।

ସୋନିଆ ଗାନ୍ଧୀ କହିଛନ୍ତି ଯେ, ଗୋଟିଏ ପଟେ କୋରୋନା ମହାମାରୀର ସଙ୍କଟ ଏବଂ ଅନ୍ୟ ପଟେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ଦେଶବାସୀଙ୍କ ପାଇଁ ଜୀବନ କଷ୍ଟସାଧ୍ୟ ହୋଇପଡିଛି । ଆଜି ଦେଶର ରାଜଧାନୀ ଦିଲ୍ଲୀ ଓ ଅନ୍ୟାନ୍ୟ ବଡ଼ ସହରରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ଲିଟର ପିଛା ୮୦ ଟଙ୍କା ଅତିକ୍ରମ କରିଛି । ତାଲା ପକାଇବା ପରେ ମୋଦି ସରକାର ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୨୨ ଥର ବୃଦ୍ଧି କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଉଥିବା ସମୟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି କରାଯାଉଛି । ୨୦୧୪ ପରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ  ପାଇଛି । କିନ୍ତୁ ଏହାର ଲାଭ ଜନସାଧାରଣଙ୍କୁ ଦେବା ପରିବର୍ତ୍ତେ ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଉପରେ ୧୨ ଥର ଏକ୍ସାଇଜ୍ ଶୁଳ୍କ ବୃଦ୍ଧି କରିଛନ୍ତି । ଯାହା ଦ୍ୱାରା ସରକାର ଅତିରିକ୍ତ ୧୮ ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି ।

Add Zee News as a Preferred Source

ସୋନିଆ ଗାନ୍ଧୀ କହିଛନ୍ତି ଯେ, ସରକାରଙ୍କ ଦାୟିତ୍ୱ ଏହା ଯେ କଷ୍ଟ ସମୟରେ ଦେଶବାସୀଙ୍କୁ ସାହାଯ୍ୟ କରିବା । ସେମାନଙ୍କ ଅସୁବିଧାର ଲାଭ ଉଠାଇ ବନ୍ଦ କରାଯାଉ । ପେଟ୍ରୋଲ ଓ ଡିଜେଲର ମୂଲ୍ୟରେ ଅନ୍ୟାୟ ଭାବେ ବୃଦ୍ଧି ସରକାରଙ୍କ ଦ୍ୱାରା ଚୋରା ଚାଲାଣର ଏକ ନୂଆ ଉଦାହରଣ ଦେଇଛି । ଏହା କେବଳ ଅନ୍ୟାୟ ନୁହେଁ ବରଂ ସମ୍ବେଦନହୀନ ମଧ୍ୟ ।

ସୋନିଆ ଗାନ୍ଧୀ କହିଛନ୍ତି ଯେ ବର୍ଦ୍ଧିତ ମୂଲ୍ୟର ପ୍ରତ୍ୟକ୍ଷ ପ୍ରଭାବ କୃଷକ-ଗରିବ-ଚାକିରି ବୃତ୍ତିର ମଧ୍ୟବିତ୍ତ ତଥା କ୍ଷୁଦ୍ର ଶିଳ୍ପ ଉପରେ ପଡୁଛି । ମୁଁ ମୋଦୀ ସରକାରଙ୍କ ଠାରୁ ଦାବି କରୁଛି ଯେ କୋରୋନା ମହାମାରୀ ସଙ୍କଟରେ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ତୁରନ୍ତ ପ୍ରତ୍ୟାହାର କରାଯାଉ । ଏକ୍ସାଇଜ୍ ଡ୍ୟୁଟି ମଧ୍ୟ ପ୍ରତ୍ୟାହାର କରାଯିବା ଉଚିତ ।

About the Author