୨୦ କୋଟି ଟଙ୍କାର ଠକେଇ କରିଛନ୍ତି ସୋନୁ ସୁଦ! IT ଟିମ୍ କଲା ୨୦ ଟି ନକଲି କମ୍ପାନୀର ଖୁଲାସା
X

୨୦ କୋଟି ଟଙ୍କାର ଠକେଇ କରିଛନ୍ତି ସୋନୁ ସୁଦ! IT ଟିମ୍ କଲା ୨୦ ଟି ନକଲି କମ୍ପାନୀର ଖୁଲାସା

ନଗଦ ବଦଳରେ ଚେକ୍ ପ୍ରଦାନ କରିବାର ପ୍ରମାଣ ମଧ୍ୟ ସୋନୁ ସୁଦଙ୍କ ବିରୋଧରେ ମିଳିଛି । ସେ ନକଲି କମ୍ପାନୀଗୁଡିକରୁ ଲୋନ ନେଇ ସେହି ଟଙ୍କାରେ ଇନଭେଷ୍ଟମେଣ୍ଟ ଓ ଜମି କିଣିବା ପାଇଁ ମଧ୍ୟ ବ୍ୟବହୃତ କରିଥିଲେ ।

୨୦ କୋଟି ଟଙ୍କାର ଠକେଇ କରିଛନ୍ତି ସୋନୁ ସୁଦ! IT ଟିମ୍ କଲା ୨୦ ଟି ନକଲି କମ୍ପାନୀର ଖୁଲାସା

ମୁମ୍ବାଇ: ଆୟକର ବିଭାଗ (IT Department) ମୁମ୍ବାଇରେ ଅଭିନେତା ସୋନୁ ସୁଦଙ୍କ (Sonu Sood) ଘର ଓ ଲକ୍ଷ୍ନୌରେ ଏକ ଇନ୍ଫ୍ରାଷ୍ଟ୍ରକ୍ଚର ଗ୍ରୁପରେ ଏକକାଳୀନ ଚଢ଼ାଉ କରିଥିଲା । ଏକକାଳୀନ ଏହି ସର୍ଚ୍ଚ ଅପରେସନରେ ଆୟକର ଟିମ ମୁମ୍ବାଇ, ଲକ୍ଷ୍ନୌ, କାନପୁର, ଜୟପୁର, ଦିଲ୍ଲୀ ଓ ଗୁଡ଼ଗାଓଁର ୨୮ ଟି ଭିନ୍ନ ଭିନ୍ନ ଜାଗାରେ ଯାଞ୍ଚ କରିଥିଲା । ଆୟକର ବିଭାଗର ସୂତ୍ର ଅନୁଯାୟୀ, ଅଭିନେତା ସୋନୁ ସୁଦ ଓ ତାଙ୍କର ଘନିଷ୍ଠ ବ୍ୟବସାୟୀଙ୍କ ସ୍ଥାନ ଚଢ଼ାଉ କରିବା ସମୟରେ ଟିକସ ଫାଙ୍କିବା ସମ୍ବନ୍ଧୀୟ ଅନେକ ଦଲିଲ ମଧ୍ୟ ଉଦ୍ଧାର କରାଯାଇଛି ।

ଯାଞ୍ଚ ବେଳେ ଜଣାପଡିଛି ଯେ ସୋନୁ ସୁଦ କଳା ଟଙ୍କାର ଏକ ବଡ ଅଂଶକୁ ନକଲି କମ୍ପାନୀଗୁଡିକୁ ପଠାଇ ଦେଇଛନ୍ତି । ଏପର୍ଯ୍ୟନ୍ତ, ଏହିପରି ୨୦ ଟି ଜାଲିଆତି କାରବାରର ସୂତ୍ର ମିଳିଛି । ଯାହା ପ୍ରମାଣ କରେ ଯେ ଟିକସ ଫାଙ୍କିବା ପାଇଁ ଏହି ନକଲି କମ୍ପାନୀଗୁଡିକ ମାଧ୍ୟମରେ ଟଙ୍କା ପଠାଯାଇଥିଲା । ସୋନୁ ସୁଦଙ୍କ ବିରୋଧରେ ନଗଦ ବଦଳରେ ଚେକ୍ ପ୍ରଦାନ କରିବାର ପ୍ରମାଣ ମଧ୍ୟ ମିଳିଛି । ନକଲି କମ୍ପାନୀଗୁଡିକରୁ ଲୋନ ନେଇ ସେହି ଟଙ୍କାରେ ଇନଭେଷ୍ଟମେଣ୍ଟ ଓ ଜମି କିଣିବା ପାଇଁ ମଧ୍ୟ ବ୍ୟବହୃତ ହୋଇଥିଲା । ସୋନୁ ସୁଦ ଏହି ପ୍ରକାର ଠକେଇରୁ ଆୟକର ବିଭାଗକୁ ୨୦ କୋଟି ଟଙ୍କା ଠକେଇ କରିଥିଲେ ।

ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଲାଗିଲା ଡ଼ବଲ ଝଟକା! ଜାଣନ୍ତୁ କାରଣ

FCRA ନିୟମର ଉଲ୍ଲଂଘନ 
ବିଭାଗର ସୂଚନାନୁସାରେ, ୨୧ ଜୁଲାଇ ୨୦୨୦ ରେ ଆରମ୍ଭ ହୋଇଥିବା ଏକ ଚ୍ୟାରିଟି ଫାଉଣ୍ଡେସନ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରୁ ପ୍ରାୟ ୧୮.୯୪ କୋଟି ଟଙ୍କା ଦାନ ଭାବରେ ଗ୍ରହଣ କରିଛି । ସେଥିମଧ୍ୟରୁ ପ୍ରାୟ ୧.୯ କୋଟି ଟଙ୍କା ସାମାଜିକ ସେବା ପାଇଁ ବ୍ୟବହୃତ ହୋଇଥିବାବେଳେ ୧୭ କୋଟି ଟଙ୍କା ଏହି ଚାରିଟି ଫାଉଣ୍ଡେସନ ଆକାଉଣ୍ଟରେ ରହିଛି । ଯାଞ୍ଚରେ ଏହା ମଧ୍ୟ ଜଣାପଡିଛି ଯେ ଏଫସିଆରଏର ନିୟମ ଉଲ୍ଲଂଘନ କରି ସୋନୁ ସୁଦର ଏହି ଚାରିଟି ଫାଉଣ୍ଡେସନରେ ୨.୧ କୋଟି ଟଙ୍କା ଜମା କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ଭାରତ ନୂତନ କୋଚକୁ ନେଇ ଏହି ଦୁଇ ଦିଗ୍ଗଜ ମଧ୍ୟରେ ଚାଲିଛି ରେସ; ଜଣଙ୍କ ନାମ ଶୁଣିଲେ ଚିନ୍ତାରେ ପଡିଯିବେ ବିରାଟ

ଏଠାରେ ମଧ୍ୟ ହୋଇଥିଲା ଚଢ଼ାଉ
ଆୟକର ବିଭାଗ ଅନୁଯାୟୀ, ଯାଞ୍ଚର ଏହି ଏପିସୋଡରେ ଲକ୍ଷ୍ନୌର ଏକ ଇନ୍ଫ୍ରାଷ୍ଟ୍ରକ୍ଚର ଗ୍ରୁପରେ ଚଢ଼ାଉ କରାଯିବା ସମେତ ସୋନୁ ସୁଦଙ୍କ ନିକଟତର ବ୍ୟବସାୟୀଙ୍କ ଜାଗାରେ ମଧ୍ୟ ଚଢ଼ାଉ କରାଯାଇଥିଲା । ସୋନୁ ସୁଦ ମଧ୍ୟ ଏହି ଗ୍ରୁପର ଅନେକ ରିଅଲ୍ ଇଷ୍ଟେଟ୍ ପ୍ରୋଜେକ୍ଟରେ ଇନଭେଷ୍ଟମେଣ୍ଟ କରିଛନ୍ତି, ଯେଉଁଥିପାଇଁ ତାଙ୍କ ବିରୋଧରେ ରୋଜଗାର ଲୁଚାଇଥିବା ଅଭିଯୋଗ ହୋଇଛି । ଯାଞ୍ଚରୁ ଏହା ଜଣାପଡିଛି ଯେ ଏହି ଗ୍ରୁପ ମଧ୍ୟ ବଗସ୍ ବିଲିଂ ମାଧ୍ୟମରେ କୋଟି କୋଟି ଟଙ୍କା ଅପବ୍ୟବହାର କରିଛନ୍ତି ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ବିପକ୍ଷରେ ଏହିପରି ହେବ ଟିମ୍ ଇଣ୍ଡିଆର ପ୍ଲେଇଂ 11! ବାହାରେ ବସିବେ ଏହି ବଡ଼ ଖେଳାଳି?

କୋଟି କୋଟି ଟଙ୍କାର ହୋଇଛି ନଗଦ ଓ ଡିଜିଟାଲ କାରବାର
ପ୍ରାୟ ୬୫ କୋଟି ଟଙ୍କା ଏଭଳି ମନିପୁଲେସନ୍ ସହ ଜଡିତ ଡକ୍ୟୁମେଣ୍ଟଗୁଡିକ ବିଭାଗ ଉଦ୍ଧାର କରିଛି । ଏହା ମଧ୍ୟ ଜାଣିବାକୁ ମିଳିଛି ଯେ ଏହି ଇନ୍ଫ୍ରାଷ୍ଟ୍ରକ୍ଚର ଗ୍ରୁପ କୋଟି କୋଟି ଟଙ୍କାର ନଗଦ ଏବଂ ଡିଜିଟାଲ କାରବାର ମଧ୍ୟ କରିଛନ୍ତି, ଯାହା ଆକାଉଣ୍ଟ ବୁକରେ ଦର୍ଶାଯାଇ ନାହିଁ । ୧୭୫ କୋଟି ଟଙ୍କାର ଏହି କମ୍ପାନୀ ଜୟପୁରର ଏକ ନକଲି ଇନ୍ଫ୍ରାଷ୍ଟ୍ରକ୍ଚର ଗ୍ରୁପରେ ଇନଭେଷ୍ଟମେଣ୍ଟ ଦେଖାଇ ଚୋରୀ କରିବାକୁ ଚେଷ୍ଟା କରିଛି । ଆୟକର ବିଭାଗର ସନ୍ଧାନ ବେଳେ ୧ କୋଟି ୮ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଛି ଓ ୧୧ ଟି ଲକର ମଧ୍ୟ ତଦନ୍ତ ଚାଲିଛି ।

Trending news