ଏହି ପ୍ରସଙ୍ଗରେ ନିର୍ମଳ ନଗର ପୋଲିସ ଷ୍ଟେସନର ବରିଷ୍ଠ ନିରୀକ୍ଷକ ଶଶିକାନ୍ତ ଭଣ୍ଡାରେ କହିଛନ୍ତି ଯେ ଅଭିନେତା ସୋନୁ ସୁଦଙ୍କୁ ଆରପିଏଫ ଅଟାକାଇଥିଲା, ମୁମ୍ବାଇ ପୋଲିସ ନୁହେଁ । ଏହି ଘଟଣାରେ ଆମକୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ମିଳିନାହିଁ ।
Trending Photos
)
ମୁମ୍ବାଇ: ମହାରାଷ୍ଟ୍ରରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ଗୃହରାଜ୍ୟ ପଠାଇବାକୁ ଲଗାତାର ଭାବେ ବ୍ୟବସ୍ଥା କରୁଛନ୍ତି ଅଭିନେତା ସୋନୁ ସୁଦ । ତେବେ ତାଙ୍କୁ ବାନ୍ଦ୍ର ଟର୍ମିନାଲରେ କଥିତ ଭାବେ ଆରପିଏଫ ଅଟକାଇ ଦେଇଛି । ଅର୍ଥାତ ପ୍ରବାସୀ ଶ୍ରମିକଙ୍କୁ ଦେଖା କରିବା ପାଇଁ ସୋନୁଙ୍କୁ ବାରଣ କରୁଛି ଆରପିଏଫ । ବିଜେପିର ଲେଖାଥିବା ସ୍କ୍ରିପ୍ଟ ଅନୁଯାୟୀ ସୋନୁ ସୁଦ କାମ କରୁଥିବା ନିକଟରେ ଅଭିଯୋଗ ଆଣିଥିଲା ଶିବସେନା ।
ମୁମ୍ବାଇ ପୋଲିସର ଏକ ଅଧିକାରୀ କହିଛନ୍ତି, ସୋମବାର ରାତିରେ ଅଭିନେତା ସୋନୁ ସୁଦଙ୍କୁ ରେଲୱେ ସୁରକ୍ଷା ବଳ(ଆରପିଏଫ) ଅଟକାଇଥିଲା । ସୋନୁ ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ଦେଖା କରିବା ପାଇଁ ଷ୍ଟେସନ ଯାଇଥିଲେ । ତେବେ ଏନେଇ କୌଣସି ଅଭିଯୋଗ ମିଳି ନ ଥିବା ଉକ୍ତ ପୋଲିସ ଅଧିକାରୀ କହିଛନ୍ତି । ଯାହା ଜଣାପଡ଼ିଛି, ସେହି ସମୟରେ ଉତ୍ତର ପ୍ରଦେଶ ଯିବାକୁ ଥିବା ସ୍ପେଶାଲ ଶ୍ରମିକ ଟ୍ରେନ ଛାଡ଼ିବାର ଥିଲା ।
ତେବେ ଏହି ପ୍ରସଙ୍ଗରେ ନିର୍ମଳ ନଗର ପୋଲିସ ଷ୍ଟେସନର ବରିଷ୍ଠ ନିରୀକ୍ଷକ ଶଶିକାନ୍ତ ଭଣ୍ଡାରେ କହିଛନ୍ତି ଯେ ଅଭିନେତା ସୋନୁ ସୁଦଙ୍କୁ ଆରପିଏଫ ଅଟାକାଇଥିଲା, ମୁମ୍ବାଇ ପୋଲିସ ନୁହେଁ । ଏହି ଘଟଣାରେ ଆମକୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ମିଳିନାହିଁ ।
ଏଠାରେ କହିରଖୁଛୁ, ଶିବସେନା ନେତା ସଞ୍ଜୟ ରାଉତ ଗତ ରବିବାର ସୋନୁ ସୁଦଙ୍କୁ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ । ପ୍ରବାସୀ ଶ୍ରମିକଙ୍କୁ ସହାୟତା ପଛରେ ବିଜେପିର ଲେଖାଥିବା ସ୍କ୍ରିପ୍ଟ ନାହିଁ ତ ବୋଲି ପ୍ରଶ୍ନ କରିଥିଲେ ସଞ୍ଜୟ । ରାଜନୈତିକ ଉଦ୍ଦେଶ୍ୟ ରଖି ଉଦ୍ଧବ ସରକାରଙ୍କୁ ବଦନାମ କରିବାକୁ ଏପରି କରାଯାଇପାରେ ବୋଲି ଆଶଙ୍କା କରିଥିଲେ ଶିବସେନା ମୁଖପାତ୍ର । ଶିବସେନାର ଦଳୀୟ ମୁଖପତ୍ର 'ସାମ୍ନା'ର ସାପ୍ତାହିକ ସମ୍ପାଦକୀୟରେ ଏଭଳି କିଛି ପ୍ରଶ୍ନ କରାଯାଇଥିଲା ।
ତେବେ ପରବର୍ତ୍ତୀ ସମୟରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସହାୟତାର ହାତ ବଢ଼ାଇଥିବାରୁ ପ୍ରଶଂସା କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ରବିବାର ବିଲମ୍ବିତ ରାତିରେ ଠାକରେ ନିବାସ 'ମାତୋଶ୍ରୀ'ରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଦେଖା କରିଥିଲେ ଅଭିନେତା ସୋନୁ ସୁଦ । ସେହିପରି ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶିବସେନାକୁ ପିନ୍ ମାରିଥିଲେ । ସୋନୁଙ୍କ କାମକୁ ମହାରାଷ୍ଟ୍ର ମେଣ୍ଟ ସରକାର ପ୍ରଶଂସା ନକରି ଓଲଟା ଆଲୋଚନା କରୁଥିବା କହିଥିଲେ ରାଜନାଥ ସିଂହ ।