ଆଜି ଶ୍ରୀମନ୍ଦିରରେ ନାହିଁ ଜଗା ଦର୍ଶନ; ଜାଣନ୍ତୁ କାରଣ
Advertisement

ଆଜି ଶ୍ରୀମନ୍ଦିରରେ ନାହିଁ ଜଗା ଦର୍ଶନ; ଜାଣନ୍ତୁ କାରଣ

କୋରୋନା ମହାମାରୀର ମୁକାବିଲା ପାଇଁ ଶ୍ରୀମନ୍ଦିରର ଭିତର ବାହାର ପରିସରକୁ ସାନିଟାଇଜେସନ କରାଯାଇଛି। ଏହା ସହିତ ସିଂହଦ୍ଵାର ସମ୍ମୁଖରେ ଥିବା ବ୍ଯାରିକେଡକୁ ମଧ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି।

ଆଜି ଶ୍ରୀମନ୍ଦିରରେ ନାହିଁ ଜଗା ଦର୍ଶନ; ଜାଣନ୍ତୁ  କାରଣ

ସଞ୍ଜୟ ମହାପାତ୍ର,ପୁରୀ: ଜଗା ଦର୍ଶନ ପାଇଁ ପୁଣି ଥରେ କୋହଳ ହୋଇଛି କୋରୋନା ସଂକଟ ଲାଗି ଜାରି ହୋଇଥିବା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର-ଏସଓପି (Standard Operating Procedure-SOP)। ଏଥି ଲାଗି  ସଙ୍କୁଚିତ ହୋଇଛି ଦର୍ଶନ ପାଇଁ ହୋଇଥିବା ବ୍ଯାରିକେଡ। ସୋମବାର ଠାରୁ ମାର୍କେଟ ଛକ ପରିବର୍ତ୍ତେ ମରଚିକୋଟ ଛକରୁ ହେବ ଧାଡିଦର୍ଶନ ବ୍ଯବସ୍ଥା। ସେପଟେ ଆଜି ରବିବାର ଥିବାରୁ ସାଧାରଣ ଦର୍ଶନ ବନ୍ଦ ରହିବ। 

କୋରୋନା ମହାମାରୀର ମୁକାବିଲା ପାଇଁ ଶ୍ରୀମନ୍ଦିରର ଭିତର ବାହାର ପରିସରକୁ ସାନିଟାଇଜେସନ କରାଯାଇଛି। ଏହା ସହିତ ସିଂହଦ୍ଵାର ସମ୍ମୁଖରେ ଥିବା ବ୍ଯାରିକେଡକୁ ମଧ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ କରାଯାଇଛି। ସେପଟେ ଆନନ୍ଦବଜାରରେ ମହାପ୍ରସାଦ ସେବନ ନେଇ ପ୍ରଶାସନିକ ସ୍ତରରେ ଚାଲିଛି ଆଲୋଚନା। 

Also Read: ଟୋକନ କରାଇବା କାଳିଆ ଦର୍ଶନ, ପରିଚୟ ପତ୍ର ଦେଖାଇବେ ଶ୍ରଦ୍ଧାଳୁ

ଜାନୁଆରୀ ୨୧ ତାରିଖରୁ ଆରମ୍ଭ ହୋଇଥିବା ସର୍ବସାଧାରଣ ଦର୍ଶନକୁ କରାଯାଇଛି ଅଧିକ ସରଳ। କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଏବଂ କିଓସ୍କ ବ୍ଯବସ୍ଥା ହଟିବା ପରେ ମାର୍କେଟ ଛକରୁ ହଟିଛି ବ୍ଯାରିକେଡ। ଦୀର୍ଘ ଦିନ ଧରି ଭକ୍ତଙ୍କ ମହଲରେ ଲମ୍ବା ବ୍ଯାରିକେଡକୁ ନେଇ ଦେଖାଦେଇଥିଲା ଅସନ୍ତୋଷ। ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ମତାମତର ସମୀକ୍ଷା କରି ଦର୍ଶନ ବ୍ଯବସ୍ଥାରେ କୋହଳ କରାଯାଇଛି। ମାର୍କେଟ ଛକରେ ଥିବା ବ୍ଯାରିକେଡକୁ ହଟାଯାଇ ମରଚିକୋଟ ଛକରୁ ବ୍ଯବସ୍ଥା କରାଯାଇଛି। 

fallback

Also Read: କାଳିଆ ଦର୍ଶନକୁ ନେଇ ଉତ୍ସାହିତ ଭକ୍ତ, SOP ଉପରେ ରହିଛି ନଜର

ସେପଟେ ଆନନ୍ଦବଜାରରେ ମହାପ୍ରସାଦ ସେବନକୁ ନେଇ ସୁଆରମହାସୁଆର ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଦିଆଯାଇଛି ପ୍ରସ୍ତାବ। ସେପଟେ ସେବାୟତଙ୍କ ସ୍ୱାସ୍ଥ୍ୟ ଓ ଭକ୍ତଙ୍କ ସୁରକ୍ଷା ସହ ସଂକ୍ରମଣ ରୋକିବା ପାଇଁ ଶ୍ରୀମନ୍ଦିରକୁ କରାଯାଇଛି ସାନିଟାଇଜ (Sanitize)। ଅଗ୍ନିଶମ ବିଭାଗର ଦୁଇଟି ଗାଡି ମାଧ୍ୟମରେ କରାଯାଇଥିଲା ସାନିଟାଇଜେସନ (Sanitization)। ୧୦ ଜଣିଆ ଟିମ୍ ଶ୍ରୀମନ୍ଦିର ଭିତର ବାହାର ବେଢା ସହ ବ୍ଯାରିକେଡ, ଜୋତାଷ୍ଟାଣ୍ଡ, ଭକ୍ତ ପ୍ରବେଶ  କରିଥିବା ଅଞ୍ଚଳରେ ସୋଡିୟମ ହାଇପୋକ୍ଲୋରାଇଡ ସିଞ୍ଚନ କରାଯାଇଛି। 

fallback

Also Read: କେବଳ କୋଭିଡ ନେଗେଟିଭଙ୍କୁ ଶ୍ରୀମନ୍ଦିର ଏଣ୍ଟ୍ରି, ଏମିତି ହେଇପାରେ ଟେଷ୍ଟି

ସେପଟେ ଶ୍ରୀମନ୍ଦିର ବନ୍ଦ ରହିଥିବାରୁ ଭକ୍ତ ସିଂହଦ୍ଵାର ସମ୍ମୁଖ ବ୍ଯାରିକେଡରୁ ଥାଇ ପତିତପାବନଙ୍କୁ ଦର୍ଶନ କରିଛନ୍ତି। ଆଜି ରବିବାର ଥିବାରୁ ଶ୍ରୀକ୍ଷେତ୍ରରେ ଜମିଥିଲା ଭକ୍ତଙ୍କ ଭିଡ। ସାନିଟାଇଜେସନ ପରେ ସେମାନଙ୍କ ପାଇଁ ଶ୍ରୀମନ୍ଦିର ଖୋଲିଥିଲେ ଭକ୍ତ କରି ପାରିଥାନ୍ତେ କାଳିଆ ଦର୍ଶନ। ହେଲେ ବନ୍ଦ ହେବ ବୋଲି ଜାଣିନଥିବା କାରଣରୁ ଅନେକ ଭକ୍ତ ଦର୍ଶନ କରିବାରୁ ବଞ୍ଚିତ ହୋଇଛନ୍ତି।