ବିମାନ ଯାତ୍ରା କରୁଛନ୍ତି କି ତେବେ ଜାଣନ୍ତୁ ଏହି ନିୟମ....
Advertisement

ବିମାନ ଯାତ୍ରା କରୁଛନ୍ତି କି ତେବେ ଜାଣନ୍ତୁ ଏହି ନିୟମ....

ଏୟାରପୋର୍ଯ ଅଥରିଟି ଏହାରି ମଧ୍ୟରେ ଜରୁରୀ Sop (Standard operating procedure)ଜାରି କରିଛି । ଏହାକୁ ନ ମାନୁଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ ଏଣ୍ଟ୍ରି ମିଳିବ ନାହିଁ । କୋରନା ଭାଇରସ ସଂକ୍ରମଣ ରୋକିବା ଲାଗି ରାଷ୍ଟ୍ରବ୍ୟାପୀ ବନ୍ଦ ମଧ୍ୟରେ ଦେଶରେ ମାର୍ଚ୍ଚ ୨୫ ଠାରୁ ସମସ୍ତ ଯାତ୍ରୀଙ୍କ ଉଡ଼ାଣ ବନ୍ଦ ରହିଛି ।

ବିମାନ ଯାତ୍ରା କରୁଛନ୍ତି କି ତେବେ ଜାଣନ୍ତୁ ଏହି ନିୟମ....

ଜିନୁ ଜେନା(ଭୁବନେଶ୍ୱର): ଲକଡାଉନ୍ ୪.୦ ଘୋଷଣା ସହ ଗୋଟି ଗୋଟି କରି ରାଜ୍ୟ ସରକାରଙ୍କ ତରଫରୁ ସୁରକ୍ଷା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ଏଥି ସହିତି ପରିବହନ ସୁବିଧା କୋହଳ ହୋଇଛି । ଅନ୍ୟପକ୍ଷରେ ବିମାନ ଯାତ୍ରାକୁ ନେଇ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୨୫ରୁ ବିମାନ ଉଡ଼ାଣ ନେଇ ଘୋଷଣା କରିଦିଆଯାଇଛି । ଘରୋଇ ଉଡ଼ାଣ ଆରମ୍ଭ କରିବା ନେଇ ସରକାରଙ୍କ ନିଷ୍ପତ୍ତି ବିମାନ ଯାତ୍ରୀ ଶାନ୍ତିରେ ନିଶ୍ୱାସ ମାରିଛନ୍ତି । ପାଖାପାଖି ଦୁଇମାସ ପରେ ଘରୋଇ ବିମାନ ମେ ୨୫ରୁ ଆରମ୍ଭ ହେବାକୁ ଯାଉଛି ।

କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କରିଥିଲେ ଟ୍ୱିଟ

ଏୟାରପୋର୍ଟ ଅଥରିଟି ଏହାରି ମଧ୍ୟରେ ଯାତ୍ରୀମାନଙ୍କ ପାଇଁ ଜରୁରୀ Sop (Standard operating procedure) ଜାରି କରିଦିଆଯାଇଛି । ଏହାକୁ ମାନୁ ନଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ ପ୍ରବେଶ ଅନୁମତି ମିଳିବ ନାହିଁ । କୋରନା ଭାଇରସ୍ ସଂକ୍ରମଣ ବ୍ୟାପିବାରେ ଅଙ୍କୁଶ ଲଗାଇବାକୁ ରାଷ୍ଟ୍ରବ୍ୟାପୀ ବନ୍ଦ ମଧ୍ୟରେ ଦେଶରେ ମାର୍ଚ୍ଚ ୨୫ରୁ ସମସ୍ତ ଯାତ୍ରୀ ଉଡ଼ାଣ ବନ୍ଦ ରହିଛି । କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଟ୍ୱିଟ ଅନୁଯାୟୀ, ଦେଶରେ ସୋମବାର ମେ ୨୫ରୁ ବିମାନ ସେବା ଆରମ୍ଭ କରାଯିବ । ବିମାନ ଉଡ଼ାଣ ଏବଂ ଏୟାରଲାଇନ୍ କମ୍ପାନୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହାକୁ ନଜରରେ ରଖି ଯାତ୍ରୀମାନଙ୍କୁ ବ୍ୟକ୍ତିଗତ ଭାବେ Sop ଜାରି କରାଯାଇଛି ।

ଆରୋଗ୍ୟ ସେତୁ ଆପ ଜରୁରୀ

ନିର୍ଦ୍ଦେଶ ଅନଯାୟୀ ଡିପାର୍ଚରର ୨ଘଣ୍ଟା ପୂର୍ବରୁ ଯାତ୍ରୀମାନଙ୍କୁ ଏୟାରପୋର୍ଟ ପହଞ୍ଚିବାକୁ ହେବ । କେବଳ ସେହି ଯାତ୍ରୀମାନଙ୍କୁ ଏୟାରପୋର୍ଟରେ ଏଣ୍ଟ୍ରି ମିଳିବ, ଯାହାର ଫ୍ଲାଇଟ୍ ୪ ଘଣ୍ଟା ମଧ୍ୟରେ ଉଡ଼ାଣ ଭରିବ । ଥର୍ମାଲ ସ୍କ୍ରିନିଂ ଜୋନ ଦେଇ ଚାଲିବା ଅନିବାର୍ଯ୍ୟ ଅଟେ । ଆରୋଗ୍ୟ ସେତୁ ଆପ୍ ପ୍ରତ୍ୟେକ ଯାତ୍ରୀଙ୍କୁ ଫୋନରେ ଡାଉନଲୋଡ୍ କରିବାକୁ ପଡ଼ିବ । ଏହାର ଷ୍ଟାଟସ ଗ୍ରୀନ୍ ହେବା ଜରୁରୀ ।

ଅଧିକୃତ ଟ୍ୟାକ୍ସିର ବ୍ୟବହାର ହେବ 

ଯାତ୍ରୀଙ୍କୁ ସରକାର ଦ୍ୱାରା ଅଧିକୃତ ଟ୍ୟାକ୍ସିର ବ୍ୟବହାର କରିବାକୁ ପଡ଼ିବ । ପେମେଣ୍ଟ ପାଇଁ କେବଳ ଡିଜିଟାଲ ମୋଡର ବ୍ୟବହାର ହେବ । ଏୟାରପୋର୍ଟରେ ୬ ଫୁଟ ଦୂରତା ବଜାୟ ରଖିବାକୁ ପଡ଼ିବ । ବିମାନରେ ସିଟରେ ବସିବା ପରେ ସାନିଟାଇଜ୍ କରାଯିବ । ଏଥିସହିତ ଯାତ୍ରା ବେଳେ କ୍ରୁ ମେମ୍ବର ସହିତ କମ୍ କଥା ହେବାକୁ ପଡ଼ିବ । କିଛି ଏୟାରପୋର୍ଟରେ ଦରକାର ପଡ଼ିଲେ ଯାତ୍ରୀଙ୍କୁ PPE କିଟ୍ ପିନ୍ଧିବାକୁ ପଡ଼ିପାରେ ।

Web Check in ପରେ ମିଳିବ ଏଣ୍ଟ୍ରି

କେବଳ web check in ପରେ ହିଁ ଏଣ୍ଟ୍ରି ମିଳିବ । ଏୟାରପୋର୍ଟ କିଓସ୍କ ଲଗାଯାଇଛି । ଏୟାରପୋର୍ଟ ପହଞ୍ଚିବା ପୂର୍ବରୁ ଫେସ୍ ମାସ୍କ, ସୁ କଭର ଅନିବାର୍ଯ୍ୟ ଅଟନ୍ତି । ସ୍କାନରରେ ଟେମ୍ପରଚର ଅନେକ ଥର ଚେକ୍ କରାଯିବ । ଜ୍ୱର ହେଲେ ଯାତ୍ରା କରିବାକୁ ସୁଯୋଗ ଦିଆଯିବ ନାହିଁ । ଲାଣ୍ଡିଂ ପରେ ରାଜ୍ୟ ସରକାରଙ୍କୁ Sop ଫଲୋ କରିବାକୁ ପଡ଼ିବ ।

ଏହା ଉପରେ ଧ୍ୟାନ ଦିଅନ୍ତୁ

  1. ଏୟାରପୋର୍ଟ ଟର୍ମିନାଲ ବିଲଡିଂରେ ପ୍ରବେଶ ପୂର୍ବରୁ ଯାତ୍ରୀମାନଙ୍କ ବ୍ୟାଗକୁ ସାନିଟାଇଜ୍ କରାଯିବ ।
  2. ଏଣ୍ଟ୍ରି ଗେଟଠାରୁ ନେଇ ବୋର୍ଡିଂ ଗେଟ୍ ପର୍ଯ୍ୟନ୍ତ ସମାଜିକ ଦୂରତା ବଜାୟ ରଖିବାକୁ ହେବ, ଅତି କମରେ ଏକ ମିଟର ଦୂରତା ଜରୁରୀ ।
  3. ପ୍ରବେଶ ଦ୍ୱାରରେ ଯାତ୍ରୀମାନଙ୍କ ଜୋତାକୁ ଭୂତାଣୁ ମୁକ୍ତ କରିବା ବ୍ୟବସ୍ଥା ହେବ ।
  4. ବିମାନ ବନ୍ଦରରେ ଯାତ୍ରୀ ଏବଂ ଷ୍ଟାଫଙ୍କ ଲାଗି ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ ରହିବ ।
  5. ବିମାନ ଯାତ୍ରା ପୂରା ହେବା ପରେ ବ୍ୟାଗକୁ ପୁଣି ସାନିଟାଇଜ୍ କରିବେ ବିମାନ ବନ୍ଦର କର୍ତ୍ତୃପକ୍ଷ ।
  6. ଟର୍ମିନାଲ ବିଲ୍ଡିଂ କିମ୍ବା ସହରରେ ଆଇସୋଲେସନ ସେଣ୍ଟର ବନାଯିବ, ଯାହାକୁ ଯେ କୌଣସି ବିପର୍ଯ୍ୟୟ ସମୟରେ ବ୍ୟବହାର ହେବ ।
  7. ପ୍ରସ୍ଥାନ ଏବଂ ଆଗମନ ପରେ ଟ୍ରଲିର ବ୍ୟବହାର କମ୍ କରିଦିଆଯିବ ।
  8. କେବଳ ଯାହାକୁ ଅଧିକ ଜରୁରୀ ଥିବ ସେ ଟ୍ରଲିର ବ୍ୟବହାର କରିବ ।
  9. ଏୟାରପୋର୍ଟ ଟର୍ମିନାଲ ଲଙ୍ଗସରେ ଖବରକାଗଜ ଏବଂ ମାଗାଜିନ୍ ରଖିବାକୁ ଅନୁମତି ନାହିଁ ।