Advertisement
Article Detail0/zeeodisha/odisha711877

ବିରାଟଙ୍କୁ ଗାଙ୍ଗୁଲିଙ୍କ ଟିପସ...

ମୈଦାନକୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ୍। କୋରୋନା ମହାମାରୀ ପରେ ଓ୍ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ଟେଷ୍ଟ ମାଧ୍ୟମରେ ମୈଦାନକୁ ଫେରିଛି ଇଣ୍ଟରନ୍ୟାସନାଲ ମ୍ୟାଚ। ଗତ ସପ୍ତାହରେ ସାଉଥମ୍ପଟନ୍ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ପରାସ୍ତ କରି ୱେଷ୍ଟଇଣ୍ଡିଜ୍ ଇତିହାସ ସୃଷ୍ଟି କରିଛ। 

ବିରାଟଙ୍କୁ ଗାଙ୍ଗୁଲିଙ୍କ ଟିପସ...

ନୂଆଦିଲ୍ଲୀ: ମୈଦାନକୁ ଫେରିଛି ଅନ୍ତର୍ଜାତୀୟ କ୍ରିକେଟ୍। କୋରୋନା ମହାମାରୀ ପରେ ଓ୍ୱେଷ୍ଟଇଣ୍ଡିଜ ଓ ଇଂଲଣ୍ଡ ଟେଷ୍ଟ ମାଧ୍ୟମରେ ମୈଦାନକୁ ଫେରିଛି ଇଣ୍ଟରନ୍ୟାସନାଲ ମ୍ୟାଚ। ଗତ ସପ୍ତାହରେ ସାଉଥମ୍ପଟନ୍ ଟେଷ୍ଟରେ ଘରୋଇ ଇଂଲଣ୍ଡକୁ ପରାସ୍ତ କରି ୱେଷ୍ଟଇଣ୍ଡିଜ୍ ଇତିହାସ ସୃଷ୍ଟି କରିଛ। ​​କାରଣ ଏହା କୋରୋନା ମହାମାରୀ ସମୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଥିଲା। ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ସିରିଜ୍ ଆରମ୍ଭ ହେବା ପରେ ଏବେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବା ଏକ ପ୍ରକାର ନିଶ୍ଚିତ ହୋଇଛି |

ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି କି, ଭାରତୀୟ ଟିମର ଅଧିନାୟକ ବିରାଟ କୋହଲିଙ୍କ ସହିତ ଅଷ୍ଟ୍ରେଲିଆ ଟୁର ସମ୍ପର୍କରେ ଆଲୋଚନା କରିଛି। ଏପରିକି ସେଠାରେ କିଭଳି ଘରୋଇ ଟିମ ବିପକ୍ଷରେ ବିଜୟ ହାସଲ କରିହେବ ସେ ନେଇ ମଧ୍ୟ ମନ୍ତ୍ର ଦେଇଛି ବୋଲି ସେ କହିଛନ୍ତି। 

ସୂଚନାଯୋଗ୍ୟ ୨୦୧୯ ମସିହାରେ ବିରାଟଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଗସ୍ତ କରିଥିଲା। ତେବେ ପ୍ରଥମ ଗସ୍ତରେ ହିଁ ଭାରତ ଘରୋଇ ଅଷ୍ଟ୍ରେଲିଆ ଟିମକୁ ହରାଇ ଇତିହାସ ସୃଷ୍ଟି କରିବାରେ ସମର୍ଥ ହୋଇଥିଲା। ଭାରତ ଏବଂ ଅଷ୍ଟ୍ରେଲିଆର ୭୧ ବର୍ଷର କ୍ରିକେଟ୍ ଇତିହାସରେ ବିରାଟ ପ୍ରଥମ ଭାରତୀୟ ଅଧିନାୟକ ହୋଇ ନିଜ ଜମିରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛନ୍ତି। କିନ୍ତୁ ଅଷ୍ଟ୍ରେଲୀୟ ଦଳର ଷ୍ଟିଭ ସ୍ମିଥ ଏବଂ ଡେଭିଡ ୱାର୍ନରଙ୍କ ଭଳି ବଡ ଖେଳାଳିଙ୍କ ନାମ ମଧ୍ୟ ନଥିଲା। କାରଣ ଏହି ଦୁଇ ଖେଳାଳି ବଲ ଟ୍ୟାମ୍ପରିଂ ମାମଲା ପରେ ଏହି ଦୁଇ ଖେଳାଳିଙ୍କୁ ବ୍ୟାନ କରି ଦିଆଯାଇଥିଲା। ଯଦିଓ ସ୍ମିଥ୍ ଏବଂ ୱାର୍ଣ୍ଣର ଚଳିତ ବର୍ଷର ସିରିଜର ଭାଗୀଦାରି ହେବେ, ଗାଙ୍ଗୁଲି ଏହି ଦୁଇ ଖେଳାଳିଙ୍କ ଉପସ୍ଥିତି ସତ୍ତ୍ୱେ ଭାରତର ପ୍ରଦର୍ଶନ ଉପରେ ଭରସା ରହିଛି | ଏହି କାରଣରୁ ଗାଙ୍ଗୁଲି ବିରାଟଙ୍କ ସହ ତାଙ୍କର ବିଶେଷ ବାର୍ତ୍ତାଳାପରେ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ ଜିତିବାର ଆଶା ପ୍ରକାଶ କରିଛନ୍ତି।

Add Zee News as a Preferred Source

ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତି କି, ମୁଁ ଭାରତ ଓ ଅଷ୍ଟ୍ରେଲିଆ ସିରିଜ ସମ୍ପର୍କରେ ବିରାଟଙ୍କ ସହିତ ଆଲୋଚନା ମଧ୍ୟ କରି ସାରିଛି। ଗାଙ୍ଗୁଲି ଆହୁରି ମଧ୍ୟ କହିଛନ୍ତି, ଆପଣ ବିରାଟ କୋହଲୀ। ଭାରତୀୟ କ୍ରିକେଟରେ ଏକ ମଜବୁତ ନାଁ। ସ୍ଥାନ ମଧ୍ୟ ବେଶ ଉଚ୍ଚା ତାହାକୁ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଭାବୁଛି ଆପଣ ନିଶ୍ଚିତ ଭାବେ ଭଲ ଖେଳିବେ। ମୁଁ ଆପଣଙ୍କୁ ଟିଭିରେ ଦେଖିବାକୁ ଚାହୁଁଛି ବୋଲି ଗାଙ୍ଗୁଲି ବିରାଟଙ୍କୁ କହିଛନ୍ତି। 

ଗାଙ୍ଗୁଲି କହିଛନ୍ତି କି, ଆପଣଙ୍କ ଠାରୁ ମୁଁ ଏହି ସିରିଜ ଜିତିବାର ଆଶା ରଖୁଛି। ଆଲୋଚନା ମଧ୍ୟରେ ବିରାଟଙ୍କ ଠାରୁ ଖେଳାଳିଙ୍କର ଫିଟନେସ ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ। କାରଣ କୋରୋନା ଭାଇରସ ସମୟରେ ଖେଳାଳିମାନେ ଫିଟ ରହିବା ଅତ୍ୟନ୍ତ ଜରୁରୀ ହୋଇ ପଡ଼ିଛି। ଏପରିକି ବିରାଟଙ୍କ ଫିଟନେସ ସମ୍ପର୍କରେ ମଧ୍ୟ ଗାଙ୍ଗୁଲି ପଚାରି ବୁଝିଛନ୍ତି। ଗାଙ୍ଗୁଲି କହିଛନ୍ତି କି, କୋହଲିଙ୍କୁ କହିଥିଲେ ଯେ ଆପଣ ଫିଟ ଅଛନ୍ତି ତ। କାରଣ ଆପଣ ବିଗତ ୬ ମାସ ହେବ କ୍ରିକେଟ ଖେଳିନାହାନ୍ତି। ମୁଁ ଆପଣଙ୍କୁ ପଡ଼ିଆରେ ଉନ୍ନତ ପ୍ରଦର୍ଶନ ସହିତ ଦେଖିବାକୁ ଚାହେଁ। ଦ୍ରୁତ ବୋଲରଙ୍କ ବୋଲିଂରେ ଆହତ ହେବା ଅବସ୍ଥାରେ ନୁହେଁ ବୋଲି ଗାଙ୍ଗୁଲି କହିଥିଲେ। 

About the Author