ଡ୍ରାଇଭିଂ ସିଟରେ ବସାଇ ୪୭ ଲକ୍ଷର କାରରେ ଏହି ନେତାଙ୍କୁ ଦିଆଗଲା ସମାଧି
Advertisement

ଡ୍ରାଇଭିଂ ସିଟରେ ବସାଇ ୪୭ ଲକ୍ଷର କାରରେ ଏହି ନେତାଙ୍କୁ ଦିଆଗଲା ସମାଧି

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ଏହା ଘଟିଛି । ଯେଉଁଠାରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆନ୍ଦୋଳନର ନେତା ଶେକେଡେ ପିତ୍ସୋଙ୍କ ମୃତ୍ୟୁ ଘଟିଛି । ଯାହା ପରେ ତାଙ୍କର ଶେଷ ଇଚ୍ଛା ଅନୁଯାୟୀ, ତାଙ୍କୁ ଏକ କଫିନ୍ ବଦଳରେ ତାଙ୍କର ପ୍ରିୟ କାର E-500 ମର୍ସିଡିଜରେ ସମାଧି ଦିଆଯାଇଥିଲା ।

ଡ୍ରାଇଭିଂ ସିଟରେ ବସାଇ ୪୭ ଲକ୍ଷର କାରରେ ଏହି ନେତାଙ୍କୁ ଦିଆଗଲା ସମାଧି

ନୂଆଦିଲ୍ଲୀ: ପ୍ରତ୍ୟେକ ଧର୍ମରେ ଅନ୍ତିମ ସଂସ୍କାରର ଅଲଗା ଅଲଗା ନିୟମ ରହିଛି । କିନ୍ତୁ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଶେଷ ଇଚ୍ଛା ପରିବାର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ବିଶ୍ୱାସ କରାଯାଏ ଯେ ଏଥିରୁ ବ୍ୟକ୍ତିର ଆତ୍ମାକୁ ​​ଶାନ୍ତି ମିଳିଥାଏ । ଏହି ସମୟରେ ଦକ୍ଷିଣ ଆଫ୍ରିକାରୁ ଏକ ନିଆରା ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ନେତାଙ୍କୁ କଫିନ୍ ବଦଳରେ ତାଙ୍କ ପ୍ରିୟ କାରରେ ସମାଧି ଦିଆଯାଇଥିଲା । 

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗର ଏହା ଘଟିଛି । ଯେଉଁଠାରେ ୟୁନାଇଟେଡ୍ ଡେମୋକ୍ରାଟିକ୍ ଆନ୍ଦୋଳନର ନେତା ଶେକେଡେ ପିତ୍ସୋଙ୍କ ମୃତ୍ୟୁ ଘଟିଛି । ଯାହା ପରେ ତାଙ୍କର ଶେଷ ଇଚ୍ଛା ଅନୁଯାୟୀ, ତାଙ୍କୁ ଏକ କଫିନ୍ ବଦଳରେ ତାଙ୍କର ପ୍ରିୟ କାର E-500 ମର୍ସିଡିଜରେ ସମାଧି ଦିଆଯାଇଥିଲା ।

ସମାଧି ସମୟରେ ଶେକେଡେ ଡ୍ରାଇଭିଂ ସିଟରେ ବସିଥିଲେ । ଏହି ସମୟରେ ତାଙ୍କ ହାତ ଷ୍ଟିଅରିଂ ଉପରେ ରଖାଯାଇଥିଲା | ଏଥି ସହିତ ନେତା ଶେକେଡେଙ୍କ ଝିଅ କହିଛନ୍ତି ଯେ ତାଙ୍କ ବାପାଙ୍କୁ କାର ଅତି ପ୍ରିୟ ଥିଲା । ସେ ଏହାକୁ ବହୁତ ଭଲ ପାଉଥିଲେ । ବାପା ଏହି କାରକୁ 62,240 ଡଲାରରେ କିଣିଥିଲେ ଅର୍ଥାତ୍ ପ୍ରାୟ 47 ଲକ୍ଷ ଟଙ୍କାରେ କିଣିଥିଲେ ବୋଲି ସେ କହିଛନ୍ତି ।

ଶେକେଡେଙ୍କ ଝିଅ କହିଛନ୍ତି ଯେ ତାଙ୍କ ପିତା ଏକଦା ଧନୀ ବ୍ୟବସାୟୀ ଥିଲେ । ସେହି ସମୟରେ ତାଙ୍କର ଅନେକ ମର୍ସିଡିଜ୍ କାର୍ ଥିଲା । କିନ୍ତୁ କିଛି ସମୟ ପରେ ତାଙ୍କ ବ୍ୟବସାୟରେ ବହୁତ କ୍ଷତି ହେଲା ଏବଂ ସମସ୍ତ କାର ବିକ୍ରି କରିଦେଇଥିଲେ । ଏହା ପରେ ସେ ସେକେଣ୍ଡ ହ୍ୟାଣ୍ଡ ମର୍ସିଡିଜ୍ ବେଞ୍ଜ୍ କିଣିଥିଲେ ।