ସିଓଲ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜେଇ-ଇନର ବରିଷ୍ଠ ସୁରକ୍ଷା ପରାମର୍ଶଦାତା କହିଛନ୍ତି ଯେ, ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ୍ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଜୀବିତ ଅଛନ୍ତି । ଏହା ପରେ ସମସ୍ତ ଖବର ଉପରେ ବିରାମ ଲାଗିଛି । ଯେଉଁଥିରେ କିମଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରାଯାଇଥିଲା । କିମ୍ ତାଙ୍କ ଜେଜେବାପାଙ୍କ ଜନ୍ମ ବାର୍ଷିକୀରେ ଯୋଗ ଦେଇନଥିଲେ, ଏହା ପରେ ଅନେକ କଳ୍ପନାଜଳ୍ପନା କରାଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ଜାତୀୟ ସୁରକ୍ଷା ଉପରେ ମୁନଙ୍କ ବିଶେଷ ପରାମର୍ଶଦାତା ମୁନ ଚୁଙ୍ଗ-ଇନ୍ ସିଏନ୍ଏନକୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଆମ ସରକାରଙ୍କ ଆଭିମୁଖ୍ୟ ଦୃଢ଼ ରହିଛି । କିମ ଜୋଙ୍ଗ ଉନ ଜୀବନ୍ତ ଏବଂ ସମ୍ପୂର୍ଣ୍ଣ ଭଲ ଅଛନ୍ତି । କିମ ଏପ୍ରିଲ ୧୩ରୁ ବୋନସନରେ ରହୁଛନ୍ତି । ଏହା ଦେଶର ପୂର୍ବରେ ଅବସ୍ଥିତ ଏକ ରିସୋର୍ଟ ସହର | ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ରିପୋର୍ଟ ହୋଇନାହିଁ ।


ଏପ୍ରିଲ ୧୫ରେ କିମଙ୍କ ସ୍ୱାସ୍ଥ୍ୟ ବିଷୟରେ ପ୍ରଶ୍ନ ଉଠିଥିଲା ​। ଏହି ଦିନ ଉତ୍ତର କୋରିଆର ପ୍ରତିଷ୍ଠାତା ତଥା କିମଙ୍କ ଜେଜେବାପା କିମ-୨ ସୁଙ୍ଗଙ୍କ ଜନ୍ମଦିନ ପାଳନ କରାଯାଏ । ଏହା ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଏପ୍ରିଲ ୧୧ରୁ କିମ ଜୋଙ୍ଗ କୌଣସି ସାଧାରଣ କାର୍ଯ୍ୟକ୍ରମରେ ଯୋଗଦାନ କରିନାହାଁନ୍ତି । ପରଦିନ ରାଜ୍ୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ସେମାନେ ବାୟୁ ପ୍ରତିରକ୍ଷା ୟୁନିଟରେ ଯୁଦ୍ଧ ବିମାନ ଯାଞ୍ଚ କରୁଛନ୍ତି ।


କିମଙ୍କ ଅନୁପସ୍ଥିତି ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଅନେକ ଅନିଶ୍ଚିତ ରିପୋର୍ଟର ଜନ୍ମ ଦେଇଥିଲା । ଗତ ସପ୍ତାହରେ ଦକ୍ଷିଣ କୋରିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ଏକ ବୟାନ ଜାରି କରି କହିଛି ଯେ ଆମ ପାଖରେ ପୃଷ୍ଟି କରିବାକୁ କିଛି ନାହିଁ ଏବଂ ଉତ୍ତର କୋରିଆ ଭିତରେ ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକଳାପ ବିଷୟରେ ସୂଚନା ମିଳିନାହିଁ । ଏଥିସହିତ ଏକ ରିପୋର୍ଟ ଆସିଥିଲା ​​ଯେ କିମଙ୍କ ହାର୍ଟ ସର୍ଜରୀ କରିବା ପରେ ସୁସ୍ଥ ହେଉଛନ୍ତି ।