)
ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୪୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୫୮୨ ଜଣଙ୍କ କୋରୋନା ଯୋଗୁ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ଅନ୍ୟପଟେ ଯଦି ବିଶ୍ୱବ୍ୟାପି କୋରୋନା ସ୍ଥିତି ଦେଖିବା, ତେବେ ବର୍ତ୍ତମାନ ଅଧା କୋଟିରେ ପହଞ୍ଚିଛି ଅକ୍ଟିଭ କେସ୍ ।
ଭାରତରେ ଏପର୍ଯ୍ୟନ୍ତ ୯ଲକ୍ଷ ୩୬ ହଜାର ୧୮୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୪ ହଜାର ୩୦୯ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୫ଲକ୍ଷ ୯୨ ହଜାର ୩୨ ଜଣ ସୁସ୍ଥ ମଧ୍ୟ ହେଲେଣି । ଏବେ ୩ଲକ୍ଷ ୧୯ ହଜାର ୮୪୦ଟି ଆକ୍ଟିଭ କେସ ରହିଛି ।
Spike of 29,429 #COVID19 cases & 582 deaths reported in the last 24 hours in India.
Total positive cases stand at 9,36,181 including 3,19,840 active cases, 5,92,032 cured/discharged/migrated and 24,309 deaths: Ministry of Health pic.twitter.com/Fr3grdVwDs
— ANI (@ANI) July 15, 2020
ଏବେ ନଜର ପକାଇବା ବିଶ୍ୱବ୍ୟାପି କୋରୋନା ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୧ କୋଟି ୩୪ ଲକ୍ଷ ୫୯ ହଜାର ୨୩୫ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୫ଲକ୍ଷ ୮୧ ହଜାର ୨୨୧ ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୭୮ଲକ୍ଷ ୪୯ ହଜାର ୩୨୬ ଜଣ ସୁସ୍ଥ ମଧ୍ୟ ହେଲେଣି । ଏବେ ୫୦ ଲକ୍ଷ ୨୮ ହଜାର ୬୮୮ଟି ଆକ୍ଟିଭ କେସ୍ ରହିଛି ।