ଦିନକରେ ୬୪୮ ମୃତ୍ୟୁ
Advertisement

ଦିନକରେ ୬୪୮ ମୃତ୍ୟୁ

ଭାରତରେ ଏପର୍ଯ୍ୟନ୍ତ ୧୧ଲକ୍ଷ ୯୨ ହଜାର ୯୧୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୮ ହଜାର ୭୩୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

ଦିନକରେ ୬୪୮ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୧୨ ଲକ୍ଷ ମୁହାଁ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩୭ ହଜାର ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୬୪୮ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଭାରତରେ ଏପର୍ଯ୍ୟନ୍ତ ୧୧ଲକ୍ଷ ୯୨ ହଜାର ୯୧୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୮ ହଜାର ୭୩୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୭ଲକ୍ଷ ୫୩ ହଜାର ୫୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୪ଲକ୍ଷ ୧୧ ହଜାର ୧୩୩ଟି ଆକ୍ଟିଭ କେସ ରହିଛି । 

ଏବେ ନଜର ପକାଇବା ବିଶ୍ୱବ୍ୟାପି କୋରୋନା ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏବେ ଦେଢ଼ କୋଟିରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୬ଲକ୍ଷ ୧୯ ହଜାର ୫୬୦ ଜଣଙ୍କ ମୃତ୍ୟୁ ହେଲାଣି । ଆକ୍ରାନ୍ତଙ୍କ ମଧ୍ୟରୁ ୯୧ଲକ୍ଷ ୧୫ ହଜାର ୪୮୨ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୫୩ଲକ୍ଷ ୬୨ ହଜାର ୬୫୪ଟି ଆକ୍ଟିଭ କେସ ରହିଛି ।