କୋରୋନାକୁ ମାତ୍ ଦେଲେଣି ୩୦ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ
Advertisement
Article Detail0/zeeodisha/odisha682091

କୋରୋନାକୁ ମାତ୍ ଦେଲେଣି ୩୦ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ଗତ ୨୪ ଘଣ୍ଟା ମଧ୍ୟରେ ୩୯୭୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୩ ଜଣଙ୍କ ମୃତ୍ୟୁ ହୋଇଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଦେଶରେ ଲକ୍ଷେ ମୁହାଁ ହେଲାଣି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୩୯୭୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୧୦୩ ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏପର୍ଯ୍ୟନ୍ତ ୩୦ ହଜାରରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ଯାହାକି ଆଶ୍ୱସ୍ତିକର ଖବର । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ଆଜିର ତାଜା ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ଦେଶରେ ୮୫୯୪୦ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । କେବଳ ଏତିକି ନୁହେଁ, ୨୭୫୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ୩୦୧୫୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩୫ ରହିଛି । କ୍ରମାଗତ ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନିୟନ୍ତ୍ରଣକୁ ଆଣିବା ବଡ଼ ଚ୍ୟାଲେଞ୍ଜ ହେଲାଣି । 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏସବୁ ଭିତରେ ଲକଡାଉନ୍ ୩.o ଆସନ୍ତାକାଲି ଶେଷ ହେବ । ତେବେ ଲକଡାଉନ୍ ୪.o କେଉଁ ଢଙ୍ଗରେ ହେବ, ସେନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ଆଜି କିମ୍ବା ଆସନ୍ତାକାଲି ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯିବ । 

;