କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଦେଶରେ ଏପର୍ଯ୍ୟନ୍ତ ୧ଲକ୍ଷ ୫୧ ହଜାର ୭୬୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୪୩୩୭ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।
Trending Photos
ନୂଆଦିଲ୍ଲୀ: ଦେଖୁ ଦେଖୁ ଲକ୍ଷେରୁ ଦେଢ଼ ଲକ୍ଷରେ ପହଞ୍ଚିଗଲାଣି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ଯେଉଁ ଗତିରେ ଏହି ଭାଇରସ୍ ମାଡ଼ୁଛି, ଆଗକୁ ଆହୁରି ଭୟଙ୍କର ରୂପ ନେଇପାରେ । ଲଗାତାର ୭ରୁ ୮ ଦିନ ହେଲାଣି, ଦୈନିକ ୬ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୩୮୭ ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୧୭୦ ଜଣଙ୍କ ମୃତ୍ୟ ମଧ୍ୟ ହୋଇଛି ।
Spike of 6387 new COVID19 cases & 170 deaths in the last 24 hours. Total number of cases in the country now at 1,51,767 including 83004 active cases, 64425 cured/discharged and 4337 deaths: Ministry of Health and Family Welfare pic.twitter.com/wWyo78g4pC
— ANI (@ANI) May 27, 2020
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ଦେଶରେ ଏପର୍ଯ୍ୟନ୍ତ ୧ଲକ୍ଷ ୫୧ ହଜାର ୭୬୭ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୪୩୩୭ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ୬୪୪୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ୮୩୦୦୪ ମାମଲା ସକ୍ରିୟ ରହିଛି ।