ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮, ୩୩୩
Advertisement

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮, ୩୩୩

ଏପର୍ଯ୍ୟନ୍ତ ଦେଶରେ ୧ଲକ୍ଷ ୫୮ ହଜାର ୩୩୩ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୪୫୩୧ ଜଣଙ୍କ ମୃତ୍ୟୁ ହେଲାଣି । 

ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮, ୩୩୩

ନୂଆଦିଲ୍ଲୀ: ଲଗାତାର କିଛି ଦିନ ହେଲା ଦେଶରେ ଦୈନିକ ୬ ହଜାରରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୫୬୬ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୧୯୪ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଏପର୍ଯ୍ୟନ୍ତ ଦେଶରେ ୧ଲକ୍ଷ ୫୮ ହଜାର ୩୩୩ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୪୫୩୧ ଜଣଙ୍କ ମୃତ୍ୟୁ ହେଲାଣି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୬୭୬୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ଆକ୍ସିଭ କେସ ସଂଖ୍ୟା ୮୬୧୧୦ ରହିଛି ।