Advertisement
Article Detail0/zeeodisha/odisha689284
Zee OdishaOdisha National-Internationalଜର୍ମାନୀ ଓ ଫ୍ରାନ୍ସକୁ କାଟିଲା ଭାରତ, ୨ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ଜର୍ମାନୀ ଓ ଫ୍ରାନ୍ସକୁ କାଟିଲା ଭାରତ, ୨ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ଆକ୍ରାନ୍ତଙ୍କ ସଂଖ୍ୟାରେ ଟପ୍-7, ଆକ୍ଟିଭ କେସରେ ଟପ୍-4ରେ ଭାରତ

ଜର୍ମାନୀ ଓ ଫ୍ରାନ୍ସକୁ କାଟିଲା ଭାରତ, ୨ଲକ୍ଷ ମୁହାଁ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରୁ ଗତକାଲି ଟପ୍-9ରେ ଥିବା ଭାରତ ଆଜି ଟପ୍-7ରେ ପହଞ୍ଚିଛି । ଜର୍ମାନୀ ଓ ଫ୍ରାନ୍ସ ପଛରେ ପଡ଼ିଯାଇଛନ୍ତି । ଆଗକୁ ଇଟାଲୀ, ୟୁକେ ଏବଂ ସ୍ପେନ ପାଳି ! ଦେଶରେ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଏଭଳି କିଛି ଆଶଙ୍କା କରିବା ସ୍ୱାଭାବିକ । ଲଗାତାର ଦୁଇଦିନ ହେଲା ଦୈନିକ ୮ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । 

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୩୯୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୩୦ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୯୦ ହଜାର ୫୩୫ରେ ପହଞ୍ଚିଛି । ସେହିପରି ୫୩୯୪ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଆଶ୍ୱସ୍ତକର ଖବର ଏହା ଯେ, ୯୧ହଜାର ୮୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ଏବେ ୯୩ହଜାର ୩୨୨ଟି ଆକ୍ଟିଭ କେସ ରହିଛି । 

ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନା ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ୬୨ଲକ୍ଷ ୬୬ହଜାର ୮୭୫ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୩ଲକ୍ଷ ୭୩ହଜାର ୯୬୦ ଜଣଙ୍କ ମୃତ୍ୟୁ ହେଲାଣି । ଅନ୍ୟପଟେ ୨୮ଲକ୍ଷ ୪୭ହଜାର ୫୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । 

କୋରୋନା ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଆମେରିକା । ବିଶ୍ୱର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ଲକ୍ଷ ୩୭ହଜାର ୧୭୦ ରହିଛି । ୧ଲକ୍ଷ ୬ହଜାର ୧୯୫ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ପାଖାପାଖି ୬ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ବି ୧୧ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ଟିଭ କେସ ରହିଛି । 

ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ୱିତୀୟରେ ବ୍ରାଜିଲ(୫୧୪୯୯୨), ତୃତୀୟରେ ରୁଷ(୪୫୮୪୩), ଚତୁର୍ଥରେ ସ୍ପେନ(୨୮୬୫୦୯), ପଞ୍ଚମରେ ୟୁକେ(୨୭୪୭୬୨), ଷଷ୍ଠରେ ଇଟାଲୀ(୨୩୨୯୯୭) ରହିଛନ୍ତି । ଭାରତ ସପ୍ତମ ସ୍ଥାନରେ ରହିଛି । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକ୍ଟିଭ କେସ ମାମଲାରେ ଭାରତ ଏବେ ଆମେରିକା, ରୁଷ ଓ ବ୍ରାଜିଲ ତଳକୁ ଟପ୍-4ରେ ରହିଛି । 

About the Author