Advertisement
Article Detail0/zeeodisha/odisha774327
Zee OdishaOdisha National-InternationalIPL 2020: ସାହା-ୱାର୍ଣ୍ଣରଙ୍କ ଝଡ ପରେ ଦିଲ୍ଲୀକୁ ଦାବି ଦେଲେ ରସିଦ୍

IPL 2020: ସାହା-ୱାର୍ଣ୍ଣରଙ୍କ ଝଡ ପରେ ଦିଲ୍ଲୀକୁ ଦାବି ଦେଲେ ରସିଦ୍

ଆଇପିଏଲର ୧୩ତମ ସିଜନର ୪୭ତମ ମ୍ୟାଚରେ ବିଜୟ ହୋଇଛି ସନରାଇଜର୍ସ ହାଇଦ୍ରାବାଦ (SRH)। ଦିଲ୍ଲୀ କ୍ୟାପିଟାଲ(DC)କୁ ଦଳ ୮୮ ରନରେ ପରାସ୍ତ କରିଛି।

ହାଇଦ୍ରାବଦ ସନରାଇଜର୍ସ
ହାଇଦ୍ରାବଦ ସନରାଇଜର୍ସ

ନୂଆଦିଲ୍ଲୀ: ଆଇପିଏଲର ୧୩ତମ ସିଜିନର ୪୭ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (SRH)ର ବିଶାଳ ବିଜୟ। ୨୨୦ ରନ୍‌ର ଏକ ବଡ ଲକ୍ଷ୍ୟ ସାମ୍ନାରେ ଦିଲ୍ଲୀ ୧୯ ଓଭରରେ ୧୩୧ ରନ୍‌ କରି ପରାସ୍ତ ହୋଇଛି। ଏହା ତାଙ୍କର କ୍ରମାଗତ ତୃତୀୟ ପରାଜୟ। ପ୍ରଥମେ ରିଦ୍ଧିମାନ ସାହା ୮୭ ଏବଂ 'ବାର୍ଥଡେ ବୟ' ଡେଭିଡ ୱାର୍ଣ୍ଣର ୬୬ ରନର ପାଳି ଖେଳିଥିଲେ। ଏହା ପରେ ରସିଦ ଖାନଙ୍କ ୪ ଓଭରରେ ମାତ୍ର ୭ ରନ ଦେଇ ଦିଲ୍ଲୀର ୩ ୱିକେଟ ଶିକାର କରିଥିଲେ। ରିଦ୍ଧିମାନ ସାହାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଦିଆଯାଇଛି।

ଚଳିତ ଆଇପିଏଲରେ ୫ମ ବିଜୟ ସହ ସନରାଇଜର୍ସ ହାଇଦ୍ରାବାଦ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନ ହାସଲ କରିଛି। ବର୍ତ୍ତମାନ ସୁଦ୍ଧା ହାଇଦ୍ରାବାଦ ୧୨ଟି ମ୍ୟାଚ ଖେଳିଥିବା ବେଳେ ୭ଟିରେ ପରାସ୍ତ ହୋଇଛି। ୫ମ ବିଜୟ ସହ  ହାଇଦ୍ରାବାଦର ପ୍ଲେ ଅଫ୍ ଆଶା ଉଦଜୀବିତ ହୋଇଛି। ସେପଟେ ହାଟ୍ରିକ ପରାଜୟ ସହ ଦିଲ୍ଲୀ ଟେବୁଲ ଟପରୁ ୩ୟ ସ୍ଥାନକୁ ଖସି ଆସିଛି।। ନେଟ ରନ୍ ହାରକୁ ଆଧାର କଲେ ମୁମ୍ବାଇ ଇଣ୍ଡିଆନ୍ସ (MI) ଓ ରୋୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର (RCB) ୧୪-୧୪ ପଏଣ୍ଟ ସହ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ମଙ୍ଗଳବାରର ମ୍ୟାଚରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ଦଲ୍ଲୀକୁ ୨୨୦ ରନର ଟାର୍ଗେଟ ଦେଇଥିଲା। ଏହି ବିରାଟ ସ୍କୋରକୁ ଚେଜିଂ କରୁଥିବା ଦିଲ୍ଲୀକୁ ପ୍ରଥମ ଓଭରରେ ହିଁ ଶକ୍ତ ଧକ୍କା ଲିଗିଥିଲା। ସନ୍ଦୀପ ଶର୍ମାଙ୍କ ତୃତୀୟ ବଲରେ ଶିଖର ଧାୱନ ପାଭିଲିୟନ ଫେରିଖିଲେ। ସେହିପରି ଦ୍ୱିତୀୟ ନମ୍ବରରେ ଆସି ମାତ୍ର ୫ ରନ କରିଥିବା ମାର୍କସ୍ ଷ୍ଟୋଇନିସଙ୍କ ୱିକେଟ ଖସାଇଥିଲେ ଶାହାବାଜ ନାଦିମ। ୧୪ ରନ୍ ସୁଦ୍ଧା ଦିଲ୍ଲୀର ଦୁଇଟି ୱିକେଟ୍ ଖସିଗଲା। ଆଉ ପ୍ରାରମ୍ଭିକ ଦୁଇଟି କ୍ୟାଚ ହାଇଦ୍ରାବାଦ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଧରିଥିଲେ। 

Add Zee News as a Preferred Source

ସପ୍ତମ ଓଭରରେ ରସିଦ ଖାନ ଶିମ୍ରନ୍ ହେଟମେରଙ୍କୁ ବୋଲ୍ଡ କରିଥିବା ବେଳେ ଓପନର୍ ଅଜିଙ୍କ୍ୟ ରାହାଣେଙ୍କୁ ଏଲବିଡବ୍ଲୁ କିର ଗ୍ୟାଲେରିକୁ ପଠାଇ ଦେଇଥିଲେ। ଏହା ପରେ ଦିଲ୍ଲୀ କ୍ୟାପଟେନ ଶ୍ରେୟସ୍ ଆୟାରଙ୍କୁ ବିଜୟ ଶଙ୍କର ପାଭିଲିଅନର ରାସ୍ତା ଦେଖାଇଥିଲେ। ସେହିପରି ୮୩ ସ୍କୋରରେ ଅକ୍ଷାର ପଟେଲଙ୍କୁ ରସିଦ ଖାନ ତାଙ୍କର ତୃତୀୟ ଶିକାର କରିଥିଲେ। କାଗିସୋ ରାବାଡାଙ୍କୁ  ଟି.ନଟରାଜନ୍ ଓ ଋଷଭ ପନ୍ତଙ୍କୁ ସନ୍ଦୀପ ଶର୍ମା ଆଉଟ କରିଥିଲେ। ନଟରାଜନ୍ ଏନରିଚ୍ ନର୍ଟଜେଙ୍କ ଶେଷ ୱିକେଟ୍ ନେଇଥିଲେ। ସେପଟେ ତୁଷାର ଦେଶପାଣ୍ଡେ ୨୦ ରନ କିରି ଅପରାଜିତ ରହିଥିଲେ।

ଆରମ୍ଭରୁ ଦିଲ୍ଲୀର ନୈରାଶ୍ୟ ଜନକ ପ୍ରଦର୍ଶନ ରହିଥିଲା। ଦଳର ଦୁର୍ବଳ ବୋଲିଂ ପାଇଁ ହାଇଦ୍ରାବାଦ ୨୧୯ ରନର ଏକ ବିଶାଳ ଦୁର୍ଗ ଠିଆକରିଥିଲା। ହାଇଦ୍ରାବାଦର ଓପନିଂ ଯୋଡି ପ୍ରଥମ ୬ ଓଭରରେ ୭୭ ରନ୍ କରି ନେଇଥିଲା। ସେଥିମଧ୍ୟରେ ୧୧ଟି ଚୌକା ଓ ଦୁଇଟି ଛକା ରହିଛି। ୯ ଓଭର ହେବା ପୂର୍ବରୁ ହିଁ ସନରାଇଜର୍ସ ୧୦୦ ରନ୍ କରିବାରେ ସଫଳ ହୋଇଥିଲା। ମାତ୍ର ୨ଟି ୱିକେଟ ହରାଇ ହାଇଦ୍ରାବାଦ ୨୧୯ ରନ କରିବାରେ ସଫଳ ହୋଇଛି।

ଗତକାଲି ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣରଙ୍କ ୩୪ତମ ଜନ୍ମ ଦିନ ଥିଲା। ଏହି ଦିନରେ ବାର୍ଥଡେ ବୟ ୱାର୍ଣ୍ଣର ବିସ୍ଫୋରକ ବ୍ୟାଟିଂ କରିଥିଲେ। ତାଙ୍କ ବ୍ୟାଟରୁ କେବଳ ବାଉଁଣ୍ଡରୀ ବର୍ଷା ହେଉଥିଲା। ମାତ୍ର ୨୫ଟି ବଲରେ ସେ ଅର୍ଦ୍ଧ ଶତକ ପୁରା କରିଥିଲେ। ତେବେ ୬ଟି ଛକା ଓ ୮ଟି ଚୌକାସହ ୬୬ ରନ କରି ରବିଚନ୍ଦ୍ରନ୍ ଅଶ୍ୱିନ୍ ବଲରେ ଆଉଟ ହୋଇଥିଲେ। କିନ୍ତୁ ସେତେବେଳକୁ ହାଇଦ୍ରାବାଦର ସ୍କୋର ୧୦୭କୁ ପହଞ୍ଚି ଯାଇଥିଲା। 

ୱାର୍ଣ୍ଣର ଚାଲିଯିବା ପରେ ରିଦ୍ଧିମାନ ସାହା ରନ୍ ବର୍ଷା ଆରମ୍ଭ କରିଥିଲେ। ସେ ଧୂଆଁଧାର ବ୍ୟାଟିଂ ସହ ୨୭ ବଲରେ ନିଜର ଅର୍ଦ୍ଧ ଶତକ ପୂରା କରିଥିଲେ। ସେ ତାଙ୍କ ଇନିଂସରେ ୧୨ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ୧୫ ଓଭର ଯାଏଁ ପିଚରେ ତିଷ୍ଟି ରହିବା ସହ ୪୫ ବଲରେ ୮୭ ରନ କରିଥିଲେ। ତାଙ୍କ ପରେ ମନୀଷ ପାଣ୍ଡେ ଅପରାଜିତ ୪୪ ଏବଂ କେନ ୱିଲିୟମସନ ୧୧ ରନ କରି ହାଇଦ୍ରାବାଦର ସ୍କୋରକୁ ୨୧୯କୁ ପହଞ୍ଚାଇଥିଲେ।

ସେପଟେ ମଙ୍ଗଳବାରରପ ମ୍ୟାଚରେ ହାଇଦ୍ରାବାଦର ସାହା ଓ ଶଙ୍କର ଆହତ ହୋଇଛନ୍ତି।  ମ୍ୟାଚ୍ ବେଳେ ଉଭୟ ଉଭୟ ଆହତ ହୋଇ ଗ୍ୟାଲେରିକୁ ଫେରିଥିଲେ। ତାଙ୍କ ସ୍ଥାନରେ ଏସ୍ ଗୋସ୍ବାମୀ ଏବଂ ପ୍ରୀୟମ୍ ଗର୍ଗ ଫିଲ୍ଡିଂ କରିଥିଲେ। କ୍ୟାପଟେନ ୱାର୍ଣ୍ଣର କହିଛନ୍ତି ଯେ ସାହା ସାମାନ୍ୟରେ ଆଘାତ ପାଇଛନ୍ତି। ବିଜୟ ଶଙ୍କରଙ୍କ ଆଘାତ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

 

 

 

 

 

 

About the Author