Sri Lanka Crisis: ଶେଷରେ ଦେଶ ଛାଡ଼ିଲେ ଶ୍ରୀଲଙ୍କା ରାଷ୍ଟ୍ରପତି!
Advertisement

Sri Lanka Crisis: ଶେଷରେ ଦେଶ ଛାଡ଼ିଲେ ଶ୍ରୀଲଙ୍କା ରାଷ୍ଟ୍ରପତି!

Sri Lanka Crisis: ଶ୍ରୀଲଙ୍କାରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ କବଜା କରି ନେଇଛନ୍ତି । ରାଷ୍ଟ୍ରପତି ରାଜପାକ୍ଷେ ଦେଶ ଛାଡି ପଳାୟନ କରିଛନ୍ତି । ଦେଶର ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ୱିକେରେମିସିଂହ ଏକ ଜରୁରୀ ବୈଠକ ଡାକିଛନ୍ତି।

ସୌ: ସୋସିଆଲ ମିଡିଆ

Sri Lanka Crisis: ଶେଷରେ ଦେଶ ଛାଡ଼ିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ । ଶ୍ରୀଲଙ୍କାରେ ଦେଖାଯାଇଥିବା ଅସ୍ଥିରତା ମଧ୍ୟରେ ଆନ୍ଦୋଳନ ଅଧିକ ହେବାରେ ଲାଗିଛି । ଆନ୍ଦୋଳନକାରୀ ମାନେ ଶ୍ରୀଲଙ୍କାର ସ୍ଥିତି ପାଇଁ ରାଜପାକ୍ଷେ ପରିବାରକୁ ଦାୟୀ କରୁଛନ୍ତି । ଯାହାପାଇଁ ରାଜପାକ୍ଷେ ପରିବାର ଜନତାଙ୍କ ରୋଷର ଶିକାର ହୋଇଛି । ଯାହାପାଇଁ ଆନ୍ଦୋଳକାରୀମାନେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ବାସଭବନ ଘେରିବା ସହ ଘରେ ପଶି ଭଙ୍ଗାରୁଜା କରିଛନ୍ତି । ଫଳରେ ଜୀବନ ପ୍ରତି ବିପଦ ଆଶଙ୍କା କରି ଗୋଟାବାୟା ଦେଶଛାଡ଼ି ପଳାଇଥିବା ସୂଚନା ମିଳିଛି ।

ଶ୍ରୀଲଙ୍କାରେ ଦେଖାଯାଇଥିବା ଅର୍ଥନୈତିକ ସଂକଟକୁ ନେଇ ଦିନକୁ ଦିନ ସ୍ଥିତି  ବିଗିଡିବାରେ ଲାଗିଛି । ଲୋକେ ସିଧାସଳଖ ରାଜପାକ୍ଷେ ପରିବାରକୁ ଦାୟୀ କରି ରାସ୍ତାକୁ ଓହ୍ଲାଉଛନ୍ତି । ଆଜି ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଗୋଟାବାୟାଙ୍କ ବାସଭବନକୁ ଘେରିଥିଲେ । ଏହାସହ ଘର ଭିତରେ ପ୍ରବଳ ଭଙ୍ଗାରୁଜା କରିଥିଲେ । ଏହାସହ ସେମାନେ ଗୋଟାବାୟାଙ୍କ ଇସ୍ତଫା ଦାବି କରିଥିଲେ । ଯେଉଁଥିପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ନିଜ ଘରି ଛାଡ଼ି କେଉଁଆଡ଼େ ପଳାଇ ଯାଇଥିବା କୁହାଯାଉଛି ।

ଆର୍ଥିକ ଅସ୍ଥିରତା ପାଇଁ ପୂର୍ବରୁ ବହୁଥର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ ପାଇଁ ଉଦ୍ୟମ କରାଯାଇଥିଲା । ଏହି ସଂକଟ ପାଇଁ ସାରା ଦେଶରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଶ୍ରୀଲଙ୍କାରେ ସଂଘଟିତ ହିଂସାରେ ବିଭିନ୍ନ ଜନ ପ୍ରତିନିଧିଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଅସ୍ଥିରତାରେ ସାଂସଦଙ୍କ ସମେତ ୫ ଜଣଙ୍କ ଜୀବନ ଯାଇଥିବା ବେଳେ ୨ ଶହରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଫଳରେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

ଶ୍ରୀଲଙ୍କା ବର୍ତ୍ତମାନ ଏକ ବୈଦେଶିକ ମୁଦ୍ରା ସଙ୍କଟର ସମ୍ମୁଖୀନ ହୋଇଛି । ଯେଉଁଥିରେ ଇନ୍ଧନ, ଖାଦ୍ୟ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଅଛି । ଗତ ସାତ ଦଶନ୍ଧି ମଧ୍ୟରେ ଏହା ହେଉଛି ଦେଶର ସବୁଠାରୁ ଖରାପ ଆର୍ଥିକ ପରିସ୍ଥିତି, ଯେଉଁଥିରେ ଶ୍ରୀଲଙ୍କା ବୁଡି ରହିଥିବା ଜଣାପଡିଛି । ସାମ୍ପ୍ରତିକ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଶ୍ରୀଲଙ୍କା ସରକାରଙ୍କ ଧ୍ୟାନ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଉପରେ ରହିବ । ଶୀଘ୍ର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ୱିକ୍ରେମିସିଂହ ଏକ ଜରୁରୀ ବୈଠକ ଡାକିଛନ୍ତି । ଯେଉଁଥିରେ ସାମ୍ପ୍ରତିକ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପ୍ରମୁଖ ନିଷ୍ପତ୍ତି ନିଆଯାଇପାରେ ।

ଏହା ବି ପଢ଼ନ୍ତୁ: ସିଞ୍ଜୋ ଆବେଙ୍କ ହତ୍ୟା ସହ ଅଗ୍ନିପଥ ଯୋଜନାକୁ ଯୋଡିଲା TMC, ଜାଣନ୍ତୁ କ’ଣ କହିଲା

ଏହା ବି ପଢ଼ନ୍ତୁ: ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଅଖିଳେଶଙ୍କୁ ଜୋରଦାର ଝଟକା ଦେଲେ ଶିବପାଲ ଓ ରାଜଭର