ଅଗଷ୍ଟ ୫ ତାରିଖରେ ବହୁ ପ୍ରତିକ୍ଷିତ ଶ୍ରୀରାମ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏହି ଦିନ ପିଓକେ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଥିବା ପ୍ରସିଦ୍ଧ ମନ୍ଦିରରୁ ମାଟି ଆସିବ। ଆଉ ସେହି ମାଟିରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
Trending Photos
ନୂଆଦିଲ୍ଲୀ: ଅଗଷ୍ଟ ୫ ତାରିଖରେ ବହୁ ପ୍ରତିକ୍ଷିତ ଶ୍ରୀରାମ ମନ୍ଦିରର ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏହି ଦିନ ପିଓକେ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ଥିବା ପ୍ରସିଦ୍ଧ ମନ୍ଦିରରୁ ମାଟି ଆସିବ। ଆଉ ସେହି ମାଟିରେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିନ ଅଯୋଧ୍ୟା ଆସିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ମୁତାବକ ପାକ ଅଧିକୃତ କାଶ୍ମୀରରେ ଥିବା ଶାରଦା ପୀଠରୁ ଭୂମି ପୂଜନ ପାଇଁ ମାଟି ଆସିବ ବୋଲି ଜଣାପଡ଼ିଛି। ସେହିପରି ଦିଲ୍ଲୀର କାଲକାଜୀରେ ଥିବା ସିଦ୍ଧି ପୀଠ, ପୁରୁଣା କିଲ୍ଲା ଅଞ୍ଚଳରେ ଥିବା ପ୍ରାଚୀନ ପାଣ୍ଡଓ୍ୱା ଭୈରୋ ମନ୍ଦିର, ଚାନ୍ଦିନୀଚୌକରେ ଥିବା ଗୌରୀଶଙ୍କର ମନ୍ଦିର, ଜୈନଲାଲ ମନ୍ଦିର, ଦିଲ୍ଲୀରେ ଥିବା ପୁରୁଣା କାଳୀମନ୍ଦିର, ଲକ୍ଷ୍ମୀନାରାୟଣ ମନ୍ଦିର, ଭଗବାନ ବାଲ୍ମିକୀ ମନ୍ଦିର, କରୋଲବାଗ ଅଞ୍ଚଳରେ ଥିବା ଭଗତ ଝଣ୍ଡେନଓ୍ୱାଲନ ମନ୍ଦିରରୁ ମାଟି ଆସିବ ବୋଲି ଜଣାପଡ଼ିଛି।
ଅଯୋଧ୍ୟାରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ହେଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩୦ ବର୍ଷର ସଂକଳ୍ପ ରହିଥିଲା। ରାମ ମନ୍ଦିର ଆନ୍ଦୋଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପିର ବରିଷ୍ଠ ନେତା ଏଲ।କେ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ସହ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନ ଅଗଷ୍ଟ ୫ରେ ଶ୍ରୀରାମ ମନ୍ଦିରର ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି। ସେହି ଐତିହାସିକ ମୁହୂର୍ତ୍ତର ସମୟ ପାଖେଇ ଆସିଛି। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଭୁମି ପୂଜନକୁ ନିଜ ହାତରେ କରିବେ ଏବଂ ଏହା ସହିତ ନୂତନ ଭାରତରେ ନୂତନ ରାମ ଯୁଗ ଆରମ୍ଭ ହେବ।
ଆସନ୍ତା ୫ତାରିଖରେ, ଶ୍ରୀ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ମହନ୍ତ ନିତ୍ୟ ଗୋପାଳ ଦାସ ଶ୍ରୀ ରାମଲଲ୍ଲାଙ୍କୁ ପ୍ରାୟ ୪୦ କିଲୋଗ୍ରାମ ରୂପା ଇଟା ଉତ୍ସର୍ଗ କରିବେ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପଥରକୁ ପୂଜା କରିବେ ଏବଂ ଏହାକୁ ସ୍ଥାପନ କରିବେ। ଅଗଷ୍ଟ ୫ତାରିଖରେ, ସାଢେ ୩ ଫୁଟ ଗଭୀରରେ ପାଞ୍ଚଟି ଶୀଳା ରଖାଯିବ, ଯାହା ୫ଟି ନକ୍ଷତ୍ରର ପ୍ରତୀକ ହେବ |