ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଅଜବ ବୟାନ; 'ପେଟ୍ରୋଲରେ ସଫା କରନ୍ତୁ ମାସ୍କ'

ପୁଣି ଥରେ ଅଜବ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଫିଲିପାଇନ୍ସ ରାଷ୍ଟ୍ରପତି।

ଫିଲିପାଇନ୍ସ ରାଷ୍ଟ୍ରପତିଙ୍କ ଅଜବ ବୟାନ; 'ପେଟ୍ରୋଲରେ ସଫା କରନ୍ତୁ ମାସ୍କ'

ମାନିଲା: ନିଜର ବିବାଦୀୟ  ଏବଂ ଅଜବ ବୟାନ କାରଣରୁ ସବୁବେଳେ  ଚର୍ଚ୍ଚାର ପରିସରରେ ରହିଥାନ୍ତି ଦକ୍ଷିଣ-ପୂର୍ବ ଏସୀୟାରେ ଅବସ୍ଥିତ ଦ୍ୱୀପ ରାଷ୍ଟ୍ର ଫିଲିପାଇନ୍ସଲର ରାଷ୍ଟ୍ରପତି ରୋଡିଗ୍ରୋ ଡୁଟର୍ଟେ । ସଦ୍ୟ ମାସ୍କ ସଫା କରିବା ଲାଗି ସେ ଦେଇଥିବା  ପରାମର୍ଶ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ରାଷ୍ଟ୍ରପତି କହିଛନ୍ତି କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବାକୁ ଲୋକେ ପେଟ୍ରୋଲରେ ମାସ୍କ ସଫା କରିପାରିବେ।

ଗତ ସପ୍ତାହରେ ରାଷ୍ଟ୍ରପତି ଦେଇଥିବା ବୟାନକୁ ପୁଣି ଥରେ ଦୋହରାଇ କହିଥିଲେ, ସେ ଯାହା କହୁଛନ୍ତି ତାହା ସତ୍ୟ।  ରାଷ୍ଟ୍ରପତିଙ୍କ ଏପରି ବୟାନ ଆସିବା ପରେ ତାଙ୍କର ମୁଖପାତ୍ର ଏହା ଉପରେ ସଫେଇ ଦେବାକୁ ଯାଇ କହିଛନ୍ତି ରାଷ୍ଟ୍ରପତି ମଜା କରୁଥିଲେ । ଏହା ପରେ ଫିଲିପାଇନ୍ସ ରାଷ୍ଟ୍ରମୁଖ୍ୟ କହିଛନ୍ତି, ସେ ଥଟ୍ଟା କରୁନାହାଁନ୍ତି ଏବଂ ମାସ୍କ ସଫା କରିବା ଲାଗି ପେଟ୍ରୋଲ ବ୍ୟବହାର କରାଯାଇ ପାରିବ।

ବିବୃତ୍ତି ଦେବାକୁ ଯାଇ ରାଷ୍ଟ୍ରପତି ଡୁଟର୍ଟେ କହିଥିଲେ, 'ଯଦି ମଦ୍ୟ ଉପଲବ୍ଧ ନଥାଏ, ଲୋକେ ବିଶେଷକରି ଗରିବ ପେଟ୍ରୋଲ ଷ୍ଟେସନକୁ ଯାଆନ୍ତି। ସେଠାରୁ କିଛି ବୁନ୍ଦା ପେଟ୍ରୋଲ ଆଣି ମାସ୍କ ସଫା କରିଥାନ୍ତି, କାରଣ ଏହା କୀଟାଣୁ ନାଶକ । କେବଳ ଏତିକି ନୁହେଁ, ଲୋକଙ୍କୁ ଏହି ପରାମର୍ଶ ଦେବାବେଳେ ସେ ନିଜ ଉପରେ କିଛି ବୁନ୍ଦା ମଦରେ ନିଜକୁ ସାନିଟାଇଜ କରିଥିଲେ ।

ଦେଶର କୋଭିଡ ସଂକ୍ରମଣକୁ ରୋକିବା ଲାଗି ରାଷ୍ଟ୍ରପତି ଡୁଟର୍ଟେ ରାଜଧାନୀ ମାନିଲା ସମେତ ଦେଶର ବିଭିନ୍ନ ଭାଗରେ ଲଗାଯାଇଥିବା ପ୍ରତିବନ୍ଧକକୁ ଅଗଷ୍ଟ ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରତିବନ୍ଧକ ବୃଦ୍ଧି କରିଛନ୍ତି। ଏପର୍ଯ୍ୟନ୍ତ ଏଠାରେ ମୋଟ ୯୦ ହଜାର କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୨୦୦୦ କୋଭିଡ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଦେଶବାସୀଙ୍କୁ ରାଷ୍ଟ୍ରପତି ଏହା ମଧ୍ୟ ସ୍ୱୀକାର କରିଛନ୍ତି ମହାମାରୀର ମୁକାବିଲା ଲାଗି ସ୍ଥାନୀୟ ସରକାରଙ୍କ ପକ୍ଷରୁ ଚାଲିଥିବା ଅଭିଯାନ ପ୍ରଭାବଶାଳୀ ହୋଇନାହିଁ । 

ପୂର୍ବରୁ ଫିଲିପାଇନ୍ସୃ ରାଷ୍ଟ୍ରପତି ତାଙ୍କର ଅଜବ ବୟାନ ଏବଂ ଏବଂ ଅତ୍ୟଧିକ କଠୋର ଆଦେଶ କାର୍ଯ୍ୟକାରୀ କରିବାକୁ ନେଇ ଚର୍ଚ୍ଚାର ପରିସର ମଧ୍ୟରେ ରହିଛି । କିଛି ଦିନ ପୂର୍ବେ ସେ କହିଥିଲେ ଲକ ଡାଉନ ନିୟମକୁ ଉଲଂଘନ କରୁଥିବା ଲୋକକୁ ଗୁଳି କରିବାକୁ ସେ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ମତ ରଖି ସେ କହିଥିଲେ, କରୋନା ସଂକଟକୁ ଦୃଷ୍ଟିରେ ରଖି ସରକାରଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ। କୌଣସି ସ୍ୱାସ୍ଥ୍ୟ କର୍ମୀ କିମ୍ବା ଡାକ୍ତରଙ୍କୁ କୋରୋନା ସଂକଟ ସମୟରେ କ୍ଷତି ପହଞ୍ଚାଇବାକୁ ସେ ଜଣାଇଥିଲେ। ଏହା ଏକ ଗୁରୁତର ଅପରାଧ ବୋଲି କହିଥିଲେ ସେ ।