ବାୟୁ ପ୍ରଦୂଷଣ ପାଇଁ କେତେ ମାତ୍ରାରେ ଦାୟୀ ନଡା ପାଳ?
Advertisement

ବାୟୁ ପ୍ରଦୂଷଣ ପାଇଁ କେତେ ମାତ୍ରାରେ ଦାୟୀ ନଡା ପାଳ?

ବାୟୁ ପ୍ରଦୂଷଣ ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି।

ବାୟୁ ପ୍ରଦୂଷଣ ପାଇଁ କେତେ ମାତ୍ରାରେ ଦାୟୀ ନଡା ପାଳ?

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ବଢିଯାଇଛି ବାୟୁ ପ୍ରଦୂଷଣ। ଯାହାର ଫଳସ୍ୱରୂପ ଏଠାକାର ବାୟୁର ଗୁଣବତ୍ତ ମାନ ଗତ ରବିବାର ଗୁରୁତର ଶ୍ରେଣୀକୁ ଚାଲିଯାଇଛି। ଏହା ପଛର ରହିଥିବା କାରଣ ଏବେ ସାମ୍ନାକୁ ଆସିଛି।       

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (National Capital Delhi) ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର (National Capital Region) ଏନସିଆର (NCR) ଅଞ୍ଚଳରେ ହେଉଥିବା ବାୟୁ ପ୍ରଦୂଷଣ (Air Pollution) ମାତ୍ରା ପ୍ରାୟ ୪୮ ପ୍ରତିଶତ ବୃଦ୍ଧି ପାଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (Central Pollution Control Board) ସିପିସିବି (CPCB) ରିପୋର୍ଟ ଅନୁସାରେ ଗତକାଲି ରାତିରେ ବାୟୁ ଗୁଣବତ୍ତା ସୂଚକାଙ୍କ (Air Quality Index) ଏକ୍ୟୁଆଇ (AQI) ରହିଥିଲା। 

Also Read: ବାୟୁ ପ୍ରଦୂଷଣ ପାଇଁ କେତେ ମାତ୍ରାରେ ଦୋଷୀ ବାଣ? ଦୀପାବଳି ପରେ Gas Chamber ପାଲଟିଗଲା Delhi

ବାୟୁ ପ୍ରଦୂଷଣ ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି। ଏନେଇ କୁହାଯାଉଛି ଅମଳ ପରେ ବିଭିନ୍ନ ଫସଲରୁ ନିର୍ଗତ ହେଉଥିବା ପାଳ ନଡା଼କୁ (Stubble) ଜାଳିବା ଫଳରେ ନିର୍ଗତ ହେଉଥିବା ଧୂଆଁ (Smoke) କାରଣରୁ ଦିଲ୍ଲୀ ସମେତ  ଏନସିଆର ଅଞ୍ଚଳର ବାୟୁମଣ୍ଡଳ (Atmosphere) ଏବେ ବିଷାକ୍ତ ହେବା ସହ ଏହା ଏକ ଗ୍ୟାସ ଚାମ୍ବର (Gas Chamber) ପାଲଟିଯାଇଛି। ଅନ୍ୟ ଏକ କାରଣ ହେଉଛି ଦୀପାବଳି (Diwali) ଅବସରରେ ଫୁଟାଯାଇଥିବା ବାଣ (Fire Cracker)। 

ଚଳିତ ବର୍ଷ ପାଳ ନଡା଼କୁ ଜାଳିବା ଘଟଣା ପ୍ରାୟ ୪୧ ପ୍ରତିଶତ ବୃଦ୍ଧି ପାଇଛି। ଗତ ଶୁକ୍ରବାର AQI ୪୬୨ ରେକର୍ଡ କରାଯାଇଛି। ସରକାରୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି ନଡ଼ା ପାଳ ଦ୍ୱାରା ହେଉଥିବା ପ୍ରଦୂଷଣ ୪୮% ବଢିଛି।

Also Read: ଆରମ୍ଭରୁ ଅସମ୍ଭଳ; ବର୍ଷା ପରେ ଅଚାନକ ବଢିଗଲା ବାୟୁ ପ୍ରଦୂଷଣ, ତଥାପି ସ୍ଥିତି ରହିଛି ସ୍ୱାଭାବିକ

ଦିଲ୍ଲୀ-ଏନସିଆର ଅଞ୍ଚଳରେ ପାଳ ନଡା଼କୁ ଜଳାଯିବା ଦ୍ୱାରା ହୋଇଥିବା ବାୟୁ ପ୍ରଦୂଷଣ କାରଣରୁ ପରିସ୍ଥିତି ବିଗିଡିବାରେ ଲାଗିଛି। ଯାହାର ଫଳସ୍ୱରୂପ ଏଠାରେ ଅବସ୍ଥିତ ବଡ଼ ସହର Dark Red Zone ବର୍ଗକୁ ଚାଲିଯାଇଥିଲା। ଶନିବାର AQI ଗାଜିଆବାଦ ଠାରେ ୪୬୬, ଗ୍ରେଟର ନୋଏଡା ୪୧୪, ନୋଏଡା ୪୬୧, ଫରିଦାବାଦ ୪୪୯, ଦିଲ୍ଲୀ ୪୩୭, ବଲ୍ଲଭଗଡ଼ ୪୩୧, ଗୁରୁଗ୍ରାମ ୪୫୬, ବାଗପତ ୪୪୫, ବାହାଦୀରଗଡ଼ ୩୮୮, ବୁଲନ୍ଦ ସହର ୪୩୩, ହାପୁଡ ୪୪୫, ମେରଠ ଠାରେ ୪୩୮ ରହିଥିଲା।   

ଦୀପାବଳି ଅବସରରେ ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଥିଲା। ମାତ୍ର କଟକଣା ଜାରି ହେବା ସତ୍ତ୍ୱେ ବହୁ ପରିମାଣରେ ବାଣ ଫୁଟାଯାଇଥିଲା। ଯାହାର ଫଳସ୍ୱରୂପ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୁମଣ୍ଡଳ (Delhi-NCR Atmosphere) ଏକ ଗ୍ୟାସ ଚାମ୍ବର (Gas Chamber) ପାଲଟିଯାଇଛି। ବାୟୁ ପ୍ରଦୂଷଣ ବଢିବା ଫଳରେ ଏଠାକାର ଲୋକଙ୍କୁ ବିଭିନ୍ନ ପ୍ରକାର ଶାରିରୀକ ସମସ୍ୟାର ସାମ୍ନା କରିବାକୁ ପଡୁଛି।    

Also Read: ସାମ୍ନାକୁ ଆସିଲା ବାୟୁ ପ୍ରଦୂଷଣର କାରଣ; ସମାଧାନର ରାସ୍ତା କହିଲେ କୃଷକ

ଯେଉଁ କାରଣରୁ ବାୟୁ ପ୍ରଦୂଷଣ ହୋଇଥାଏ ତାହା ମଧ୍ୟରୁ ୨୮ ପ୍ରତିଶତ ଧୂଆଁ, ଧୂଳି ମାଟି କାରଣରୁ ୧୭, ବିଭିନ୍ନ କଳ କାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ କାରଣରୁ ୩୦, ଖୋଲାରେ ବର୍ଜ୍ୟବସ୍ତୁ ପୋଡିବା କାରଣରୁ ୪, ଡିଜେଲ ଚାଳିତ ଜେନେରେଟର ଏବଂ ପାୱାର ପ୍ଲାଣ୍ଟ କାରଣରୁ ୧୧ ପ୍ରତିଶତ ପ୍ରଦୂଷଣ ହୋଇଥାଏ।