• ଭୁବନେଶ୍ୱର ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟା ମାମଲା
  • ୪ ଦିନିଆ ରିମାଣ୍ଡରେ ଯିବେ ଗିରଫ ୩ ଅଭିଯୁକ୍ତ
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ
  • ୧୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କ ଭିଜିଲାନ୍ସ
  • ଆଜି ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ୩୫ ପଇସା ବୃଦ୍ଧି
  • ରାଜ୍ୟରେ ଦିନକରେ ଆଉ ୪୪୩ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କିଲର ଭାଇରସ
  • ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୧୪୬ ଆକ୍ରାନ୍ତ ଚିହ୍ନଟ, ୧୪୪ ମୃତ
  • କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ସୁବୋଧ ଜୟସୱାଲ ହେଲେ ସିବିଆଇର ନୂଆ ନିର୍ଦ୍ଦେଶକ, ୨ ବର୍ଷ ହେବ କାର୍ଯ୍ୟକାଳ

ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ତଥା ଗୁଜୁରାଟ କ୍ୟାଡରର ଆଇପିଏସ୍ ଅଧିକାରୀ ପ୍ରବୀଣ ସିହ୍ନା ବର୍ତ୍ତମାନ ସମୟରେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି । ଗତ ବର୍ଷ ଫେବୃଆରୀରେ ତତ୍କାଳୀନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଡେପୁଟି ଚିଫ୍ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଦେଖାଦେବା ପରେ ଏହି ପଦ ଖାଲି ପଡିଥିଲା ।

ସୁବୋଧ ଜୟସୱାଲ ହେଲେ ସିବିଆଇର ନୂଆ ନିର୍ଦ୍ଦେଶକ, ୨ ବର୍ଷ ହେବ କାର୍ଯ୍ୟକାଳ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ କେନ୍ଦ୍ର ସରକାର ମହାରାଷ୍ଟ୍ର କ୍ୟାଡରର ୧୯୮୫ ବ୍ୟାଚର ଆଇପିଏସ୍ ଅଧିକାରୀ ସୁବୋଧ ଜୈସୱାଲ (Subodh Jaiswal) ଙ୍କୁ ସିବିଆଇର ନୂତନ ନିର୍ଦ୍ଦେଶକ (Subodh Jaiswal) ଭାବରେ ନିଯୁକ୍ତ କରିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ଆଦେଶରେ ସୁବୋଧ ଜୈସୱାଲଙ୍କୁ ଆସନ୍ତା ୨ ବର୍ଷ ପାଇଁ ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି । ସୁବୋଧ ଜୈସୱାଲ ବର୍ତ୍ତମାନ CISF ର ଡିଜି ଅଛନ୍ତି ।

ଅଧିକ ପଢ଼ନ୍ତୁ:-ବାତ୍ୟା ବେଳେ କ'ଣ କରିବେ, ଆଉ ନକରିବେ; ଜାଣନ୍ତୁ...

ସୂଚନାଯୋଗ୍ୟ ଯେ, ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ତଥା ଗୁଜୁରାଟ କ୍ୟାଡରର ଆଇପିଏସ୍ ଅଧିକାରୀ ପ୍ରବୀଣ ସିହ୍ନା ବର୍ତ୍ତମାନ ସମୟରେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛନ୍ତି । ଗତ ବର୍ଷ ଫେବୃଆରୀରେ ତତ୍କାଳୀନ ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଡେପୁଟି ଚିଫ୍ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ଦେଖାଦେବା ପରେ ଏହି ପଦ ଖାଲି ପଡିଥିଲା । ନୂତନ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ପାଇଁ ସୋମବାର ସନ୍ଧ୍ୟା ୬.୩୦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପିଏମ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କମିଟିର ସଦସ୍ୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନ୍ନା ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଅଧୀର ରଂଜନ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।

ଅଧିକ ପଢ଼ନ୍ତୁ:-ନୂଆ ବିପଦ! ପାଣିରେ ମିଳିଲା କୋରୋନା ଭୂତାଣୁ, SGPGI ର ଟେଷ୍ଟରେ ଖୁଲାସା

ଏହି ବୈଠକରେ ୧୯୮୫ ବ୍ୟାଚର ସୁବୋଧ ଜୈସୱାଲଙ୍କ ସମେତ ଭି.ଏସ୍ କୌମୁଦି ଏବଂ କୁମାର ରାଜେଶ ଚନ୍ଦ୍ରଙ୍କ ନାମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରଧାନ ବିଚାରପତି ଏନ.ଭି. ରମନ୍ନା ଏବଂ ଲୋକସଭାରେ ବିରୋଧୀ ଦଳର ନେତା ଅଧୀର ରଂଜନ ଚୌଧୁରୀ ସର୍ବସମ୍ମତି କ୍ରମେ ସୁବୋଧ ଜୈସୱାଲଙ୍କ ନାମରେ ସହମତି ପ୍ରକାଶ କରିଛନ୍ତି ଏବଂ ଜୈସୱାଲଙ୍କ ନାମ ପ୍ରସ୍ତାବ କରି ଏହାକୁ ନିଯୁକ୍ତି କ୍ୟାବିନେଟ କମିଟି ନିକଟକୁ ପଠାଇଛନ୍ତି । ଏହା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ସୁବୋଧ ଜୈସୱାଲଙ୍କ ନାମରେ ନିଯୁକ୍ତି ପତ୍ର ପ୍ରକାଶ ପାଇଥିଲା । ଜାରି କରାଯାଇଥିବା ନିଯୁକ୍ତି ପତ୍ର ଅନୁଯାୟୀ, ସୁବୋଧ ଜୈସୱାଲଙ୍କ କାର୍ଯ୍ୟକାଳ କାର୍ଯ୍ୟଭାର ଗ୍ରହଣ ଦିନଠାରୁ ୨ ବର୍ଷ ହେବ ।