ସୁକମା ନକ୍ସଲ ଆକ୍ରମଣ: ୧୭ ଯବାନ ଶହୀଦ, ୧୪ ଆହତ

ଶନିବାର ଅପରାହ୍ନରେ ପୋଲିସ-ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ । ଚିତ୍ରକୁଣ୍ଡା ମୀନପା ଜଙ୍ଗଲରେ ନକ୍ସଲ କମାଣ୍ଡର ହୀଡ଼ମାର କ୍ୟାମ୍ପ ଚାଲିଥିବା କୌଣସି ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ଛତିଶଗଡ଼ ପୋଲିସର ୩ଶହ ଯବାନ ସମ୍ପୃକ୍ତ ଅଞ୍ଚଳରେ ଅପରେଶନ ଚଳାଇଥିଲେ । 

ସୁକମା ନକ୍ସଲ ଆକ୍ରମଣ: ୧୭ ଯବାନ ଶହୀଦ, ୧୪ ଆହତ

ସୁକମା: ଛତିଶଗଡ଼ର ସୁକମା ଠାରେ ହୋଇଥିବା ନକ୍ସଲ ଆକ୍ରମଣରେ 17 ଜଣ ଶହୀଦ ହୋଇଛନ୍ତି । ଶହୀଦ ହୋଇଥବା ଯବାନଙ୍କ ମଧ୍ୟରେ STF ଏବଂ DRG ଯବାନ ସାମିଲ ରହିଛି । ଶନିବାର ସକାଳରେ ନକ୍ସଲମାନଙ୍କ ଉପସ୍ଥିତିର ସୂଚନା ପାଇଁ DRG ଏବଂ STFର ଏକ ଟିମ୍ ମୀନପା ଅଞ୍ଚଳରେ ନକ୍ସଲମାନଙ୍କ ସର୍ଚ୍ଚ ଅପରେଶନ କରିଥିଲେ । କୋରଜାଗୁଡା ଜଙ୍ଗଲରେ ଥିବା ଯବାନ ଓ ନକ୍ସଲଙ୍କ ମୁହାଁମୁହିଁ ହୋଇଥିଲା । ଏଥିରେ ୧୭ ଜଣ ଯବାନ ଶହୀଦ ହେବାର ପୃଷ୍ଟି କରାଯାଇଛି । ନିହତ ୧୭ ଯବାନଙ୍କ ମଧ୍ୟରୁ ୧୨ ଜଣ DRGର ଯବାନ ବୋଲି ଜଣାପଡ଼ିଛି । ନକ୍ସଲମାନ ୧୫ ଯବାନଙ୍କ ଠାରୁ ଅସ୍ତ୍ରଅସ୍ତ୍ର ଲୁଟିବାର ସୂଚନା ରହିଛି ।

ସୂଚନା ଅନୁସାରେ, ଶନିବାର ଅପରାହ୍ନରେ ପୋଲିସ-ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ପୋଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ । ଚିତ୍ରକୁଣ୍ଡା ମୀନପା ଜଙ୍ଗଲରେ ନକ୍ସଲ କମାଣ୍ଡର ହୀଡ଼ମାର କ୍ୟାମ୍ପ ଚାଲିଥିବା କୌଣସି ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ଛତିଶଗଡ଼ ପୋଲିସର ୩ଶହ ଯବାନ ସମ୍ପୃକ୍ତ ଅଞ୍ଚଳରେ ଅପରେଶନ ଚଳାଇଥିଲେ । ଯବାନଙ୍କ ମଧ୍ୟରେ ଡିଆରଜି ଏବଂ ଏସଟିଏଫ ଯବାନ ମଧ୍ୟ ଥିଲେ । ତେବେ ଯବାନମାନେ ଅପରେଶନ ସାରି ଫେରିଥିବା ବେଳେ ଅତର୍କିତ ଆକ୍ରମଣ କରିଥିଲେ ନକ୍ସଲ । ଘଟଣା ସ୍ଥଳରେ ହିଁ ୭ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ୧୬ ଯବାନ ଏବେ ନିଖୋଜ ଥିଲେ । ଯାହା କୁହାଯାଉଛି, ନକ୍ସଲମାନେ ବୁଲେଟପ୍ରୁଫ ଜ୍ୟାକେଟ ପିନ୍ଧି ଏହି ହମଲା କରିଥିଲେ ।