ଜଣେ କୁଖ୍ୟାତ ଅପରାଧୀର ଜାମିନ ଶୁଣାଣି ବେଳେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଉଦାହରଣ ଦେଇଥିଲେ ସୁପ୍ରିମକୋର୍ଟ । ଆଉ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।
Trending Photos
ନୂଆଦିଲ୍ଲୀ: ପୂର୍ବରୁ କରିଥିବା ଭୁଲ ଆମକୁ ବହୁତ କିଛି ଶିଖାଇଥାଏ । ଦେଶର ନ୍ୟାୟ ବ୍ୟବସ୍ଥା ମଧ୍ୟ ପୂର୍ବ ଘଟଣାକୁ ଅନୁଧ୍ୟାନ କରି ପରବର୍ତ୍ତୀ ସମୟରେ ଅଧିକ ଯତ୍ନବାନ ହୋଇଥାଏ । ଆଜି ଦେଶର ସର୍ବୋଚ୍ଚ ଅଦାଲତରେ ଏକ ଜାମିନ ଶୁଣାଣି ବେଳେ ଏଭଳି କିଛି ଦେଖିବାକୁ ମିଳିଥିଲା । ଜଣେ କୁଖ୍ୟାତ ଅପରାଧୀର ଜାମିନ ଶୁଣାଣି ବେଳେ ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଉଦାହରଣ ଦେଇଥିଲେ ସୁପ୍ରିମକୋର୍ଟ । ଆଉ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।
ପୁରା ଘଟଣା ଥିଲା କିଛି ଏପରି । ଆଜି ସୁପ୍ରିମକୋର୍ଟରେ ଜଣେ ଅଭିଯୁକ୍ତର ଜାମିନ ନେଇ ଶୁଣାଣି ଚାଲିଥାଏ । ଅଭିଯୁକ୍ତ ନାଁରେ ୮ରୁ ଅଧିକ ଗୁରୁତର ମାମଲା ରହିଛି । ତେବେ ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏସଏ ବୋବଡ଼େ କହିଥିଲେ, ୬୪ଟି ଅପରାଧିକ ମାମଲା ଥିବା ଜଣେ ଅପରାଧୀ(ବିକାଶ ଦୁବେ)କୁ ଜାମିନ ମିଳିଥିଲା । ଏହା ପରେ ଯାହା ଘଟିଲା, ସମସ୍ତେ ଜାଣିଛନ୍ତି ବୋଲି କହିଥିଲେ ପ୍ରଧାନ ବିଚାରପତି । ଆଉ ଏବେ ୮ ଗୁରୁତର ମାମଲା ଥିବା ଅଭିଯୁକ୍ତକୁ ମଧ୍ୟ ବିପଜ୍ଜନକ ବ୍ୟକ୍ତି କହି ଜାମିନ ଦେବାକୁ ମନା କରିଥିଲେ ।
ପ୍ରଧାନ ବିଚାରପତି ଏସଏ ବୋବଡ଼େ କହିଥିଲେ, ଅଭିଯୁକ୍ତଙ୍କ ବିରୋଧରେ ଅନେକ ମାମଲା ରହିଛି । ତେଣୁ ଅଭିଯୁକ୍ତଙ୍କୁ ମୁକ୍ତ କରିବାରେ ବିପଦ ରହିଛି । ଦିନେ ବିକାଶ ଦୁବେକୁ ମଧ୍ୟ ଜାମିନ ମିଳିଥିଲା । ହେଲେ ପରବର୍ତ୍ତୀ ଅବସ୍ଥାରେ କ'ଣ ହୋଇଥିଲା, ତାହା ସମସ୍ତେ ଜାଣିଛନ୍ତି ।