ସୁପ୍ରିମକୋର୍ଟରେ ପହଞ୍ଚିଲା କୋରୋନା; ଚାରିଜଣ ବିଚାରପତିଙ୍କ ସମେତ ୧୫୦ ଜଣ କର୍ମଚାରୀ ପଜିଟିଭ
Advertisement

ସୁପ୍ରିମକୋର୍ଟରେ ପହଞ୍ଚିଲା କୋରୋନା; ଚାରିଜଣ ବିଚାରପତିଙ୍କ ସମେତ ୧୫୦ ଜଣ କର୍ମଚାରୀ ପଜିଟିଭ

Supreme Court Coronavirus: ଦେଶର ସର୍ବୋଚ୍ଚ ଅଦାଲତର ଜଣେ ଅଧିକାରୀ କହିଛନ୍ତି ଯେ ଆପେକ୍ସ କୋର୍ଟର ୩୨ ଜଣ ବିଚାରପତିଙ୍କ ମଧ୍ୟରୁ ଅତି କମରେ ଚାରିଜଣ ଏବଂ ପ୍ରାୟ ୩୦୦୦ କର୍ମଚାରୀଙ୍କ ମଧ୍ୟରୁ ୧୫୦ ଜଣ ଏହି ଭୂତାଣୁ ସଂକ୍ରମିତ ହୋଇଛନ୍ତି ।

ସୁପ୍ରିମକୋର୍ଟରେ ପହଞ୍ଚିଲା କୋରୋନା; ଚାରିଜଣ ବିଚାରପତିଙ୍କ ସମେତ ୧୫୦ ଜଣ କର୍ମଚାରୀ ପଜିଟିଭ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ (Supreme Court) ବାର୍ ଆସୋସିଏସନ୍ ଅନୁଯାୟୀ, ସୁପ୍ରିମକୋର୍ଟର ୧୫୦ ଜଣ କର୍ମଚାରୀ କୋରୋନା ପଜିଟିଭ୍ (Corona positive) ଥିବା ଜଣାପଡିଛି ଏବଂ ଏହି କାରଣରୁ ସୋମବାର ଠାରୁ କର୍ମଚାରୀଙ୍କ ପାଇଁ ଏକ ହେଲ୍ପଲାଇନ ଆରମ୍ଭ ହେବ । ଜାତୀୟ ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସର (Coronavirus) ତୀବ୍ର ବୃଦ୍ଧି ମଧ୍ୟରେ ସୁପ୍ରିମକୋର୍ଟର ଚାରିଜଣ ଜଜ୍ ଏବଂ ପ୍ରାୟ ପାଞ୍ଚ ପ୍ରତିଶତ କର୍ମଚାରୀ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି ।

ସର୍ବୋଚ୍ଚ ଅଦାଲତର ଜଣେ ଅଧିକାରୀ କହିଛନ୍ତି ଯେ ଆପେକ୍ସ କୋର୍ଟର ୩୨ ଜଣ ବିଚାରପତିଙ୍କ ମଧ୍ୟରୁ ଅତି କମରେ ଚାରିଜଣ ଏବଂ ପ୍ରାୟ ୩୦୦୦ କର୍ମଚାରୀଙ୍କ ମଧ୍ୟରୁ ୧୫୦ ଜଣ ଏହି ଭୂତାଣୁ ସଂକ୍ରମିତ ହୋଇଛନ୍ତି । ରବିବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅପଡେଟ ହୋଇଥିବା ତଥ୍ୟ ଅନୁଯାୟୀ, ଗୋଟିଏ ଦିନରେ ୧,୫୯,୬୩୨ ନୂତନ କୋରୋନା ଭୂତାଣୁ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି, ଯାହାକି ଗତ ୨୨୪ ଦିନ ମଧ୍ୟରେ ସର୍ବାଧିକ ଦୈନିକ ମାମଲା ।

ଦେଶରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୫,୯୦,୬୧୧ କୁ ବୃଦ୍ଧି ପାଇଛି, ଯାହା ପ୍ରାୟ ୧୯୭ ଦିନ ମଧ୍ୟରେ ସର୍ବାଧିକ । କୋଭିଡ-୧୯ ଟେଷ୍ଟ ସୁବିଧା ସର୍ବୋଚ୍ଚ କୋର୍ଟ ପରିସରରେ ସ୍ଥାପିତ ହୋଇଛି ଏବଂ ଏହା ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ଖୋଲା ରହିବ ।

ଜାନୁଆରୀ ୨ ରେ ସଂକ୍ରମଣର ସଂଖ୍ୟା ବଢ଼ୁଥିବା ଦୃଷ୍ଟିରୁ, ଶୀର୍ଷ ଅଦାଲତ ଜାନୁଆରୀ ୩ ରୁ ଦୁଇ ସପ୍ତାହ ପାଇଁ ସମସ୍ତ ଶୁଣାଣିକୁ ଡିଜିଟାଲ୍ ମାଧ୍ୟମରେ କରିବା ପାଇଁ ନିଷ୍ପତ୍ତି ନେଇଥିଲା ।

ଏହା ବି ପଢ଼ନ୍ତୁ: କୋରୋନା ଟିକା ନେଇ ନଥିଲେ ଚଢ଼ି ପାରିବେନି ଟ୍ରେନ; ସୋମବାର ଠାରୁ ଏହି ସହରରେ ଲାଗୁହେବ ନିୟମ

ଏହା ବି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ଘରର ବୟୋଜ୍ୟେଷ୍ଠଙ୍କୁ ହତ୍ୟା କରି ଦିଅନ୍ତି ପରିବାର ଲୋକେ

ଏହା ବି ପଢ଼ନ୍ତୁ: FB ଲାଇଭ କରି ଆତ୍ମହତ୍ୟା ଉଦ୍ୟମ କଲେ କପିଲଙ୍କ ସହ କମେଡି କରିଥିବା ଅଭିନେତା