ଦିନେ ସୁପ୍ରିମକୋର୍ଟର ଏହି ବିଚାରପତିଙ୍କ ପରିବାର ମଧ୍ୟ କୋର୍ଟ କଚେରୀର ଚକ୍କର କାଟିଥିଲା...
Advertisement
Article Detail0/zeeodisha/odisha713373

ଦିନେ ସୁପ୍ରିମକୋର୍ଟର ଏହି ବିଚାରପତିଙ୍କ ପରିବାର ମଧ୍ୟ କୋର୍ଟ କଚେରୀର ଚକ୍କର କାଟିଥିଲା...

ବିଦାୟ ପୂର୍ବରୁ ଅଭିଜ୍ଞତା ବଖାଣିଲେ ଜଷ୍ଟିସ ଭାନୁମତି

ଦିନେ ସୁପ୍ରିମକୋର୍ଟର ଏହି ବିଚାରପତିଙ୍କ ପରିବାର ମଧ୍ୟ କୋର୍ଟ କଚେରୀର ଚକ୍କର କାଟିଥିଲା...

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ବ୍ୟବସ୍ଥାର ଜଟିଳତା ବିଭିନ୍ନ ସମୟରେ ଏକ ପ୍ରସଙ୍ଗ ପାଲଟିଛି । ନ୍ୟାୟ ପାଇଁ ବର୍ଷ ବର୍ଷ ଧରି କୋର୍ଟ କଚେରୀ ଚକ୍କର କାଟିବାକୁ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ମଧ୍ୟ ଉଠିଛି । ଅନ୍ୟ କେହି ନୁହେଁ, ସୁପ୍ରିମକୋର୍ଟର ଜଣେ ବିଚାରପତି ମଧ୍ୟ ନ୍ୟାୟ ବ୍ୟବସ୍ଥାର ମନ୍ଥରତାକୁ ଅଙ୍ଗେ ନିଭାଇଛନ୍ତି । ଯେତେବେଳେ ବିଦାୟ ଉତ୍ସବରେ ସେ ନିଜର ପିଲାଦିନର କଥା କହୁଥିଲେ, ତାହା ସମସ୍ତଙ୍କୁ କିଛି ସମୟ ପାଇଁ ଭାବିବାକୁ ବାଧ୍ୟ କରିଥିଲା । 

ଅବସର ଥିଲା ଦେଶର ସର୍ବୋଚ୍ଚ ଅଦାଲତରେ ଆୟୋଜିତ ଏକ ଭର୍ଚୁଆଲ ବିଦାୟ ସମାରୋହ । ରବିବାର ଅବସର ନେବାକୁଥିବା ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଭାନୁମତି(R. Banumathi) ଶୁକ୍ରବାର ଏହି ଭର୍ଚୁଆଲ ସମାରୋହରେ ନିଜର ଅଭିଜ୍ଞତା ବଖାଣୁଥିଲେ । କହୁଥିଲେ ଜଷ୍ଟିସ ଭାନୁମତି, ଶୁଣୁଥିଲା ସର୍ବୋଚ୍ଚ ଅଦାଲତ । ଆମ ନ୍ୟାୟ ବ୍ୟବସ୍ଥାର ମନ୍ଥରତା ପାଇଁ ତାଙ୍କ ପରିବାର ମଧ୍ୟ କେତେ ଯେ ହଇରାଣ ହୋଇଥିଲା, ସେକଥା ସମସ୍ତଙ୍କ ଆଗରେ ଗୋଟି ଗୋଟି ହୋଇ କହୁଥିଲେ ଜଷ୍ଟିସ ଭାନୁମତି । 

ନ୍ୟାୟ ବ୍ୟବସ୍ଥାର ମନ୍ଥରତାର ପ୍ରଭାବ ଏହି ବିଚାରପତିଙ୍କ ଜୀବନରେ ପିଲାବେଳୁ ପଡ଼ିଥିଲା । ଜଷ୍ଟିସ ଭାନୁମତି ଯେତେବେଳେ ଦୁଇ ବର୍ଷର ଥିଲେ, ଏକ ବସ ଦୁର୍ଘଟଣାରେ ପିତାଙ୍କ ମୃତ୍ୟୁ ହୋଇଥାଏ । ତେବେ ପିତାଙ୍କ ମୃତ୍ୟୁର କ୍ଷତିପୂରଣ ପାଇଁ ଜଷ୍ଟିସ ଭାନୁମତିଙ୍କ ମାଆଙ୍କୁ ଅଦାଲତର ଦ୍ୱାରସ୍ଥ ହେବାକୁ ପଡ଼ିଥିଲେ । କୋର୍ଟ କଚେରୀର ଚକ୍କର କାଟିବା ପରେ କ୍ଷତିପୂରଣ ରାଶି ମିଳିବା ନେଇ ଶୁଣାଣି କରିଥିଲେ ଅଦାଲତ । ହେଲେ ଏହା ସତ୍ତ୍ୱେ ମଧ୍ୟ କ୍ଷତିପୂରଣ ରାଶି ପାଇବାରୁ ସେମାନେ ବଞ୍ଚିତ ହୋଇଥିଲେ । କାହିଁକିନା ଏ ତମାମ ପ୍ରକ୍ରିୟା ବହୁ ଜଟିଳ ଥିଲା । ଜଷ୍ଟିସ ଭାନୁମତି କହିଥିଲେ, ''ମାଆ, ମୁଁ ଓ ମୋର ଅନ୍ୟ ଦୁଇ ଭଉଣୀ ସେ ସମୟରୁ ନ୍ୟାୟ ବ୍ୟବସ୍ଥାର ଜଟିଳାକୁ ଅଙ୍ଗେ ନିଭାଇଛୁ ।'' 

ବିଦାୟ ସମାରୋହରେ ସେ ଆହୁରି ମଧ୍ୟ କହିଥିଲେ, ତାଙ୍କ ମାଆଙ୍କ ଉଦ୍ୟମ ପାଇଁ ସେମାନେ ୩ ଭାଉଣୀ ପାଠ ପଢ଼ିପାରିଥିଲେ । କେବଳ ଏତିକି ନୁହେଁ, ଦେଶର ସର୍ବୋଚ୍ଚ ଅଦାଲତର ବିଚାରପତି ହୋଇ ଲୋକଙ୍କୁ ନ୍ୟାୟ ଦେବାକୁ ସକ୍ଷମ ହୋଇଥିବା କହିଛନ୍ତି ଜଷ୍ଟିସ ଭାନୁମତି । 

;