)
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଆଜି(ଗୁରୁବାର) ଅନେକ ମାମଲାର ଶୁଣାଣି ହୋଇଛି । ରାଜପଥରେ ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ, ଉତ୍ତରାଖଣ୍ଡରେ ଫସିଥିବା ନେପାଳ ଶ୍ରମିକଙ୍କ ସମସ୍ୟା, କୋରୋନା ରୋଗୀଙ୍କ ଉପରେ ହାଇଡ୍ରୋକ୍ଲୋରୋକ୍ୱିନ୍ ଏବଂ ଆଜିଥ୍ରୋମାଇସିନ୍ ବ୍ୟବହାର ସମେତ ଅନେକ ମାମଲା ସହିତ ଜଡ଼ିତ ଯାଚିକାର ଶୁଣାଣି କରିଥିଲେ ସୁପ୍ରିମକୋର୍ଟର ଅଲଗା ଅଲଗା ବେଞ୍ଚ ।
ପ୍ରାରମ୍ଭରେ ରାଜପଥ ସେଣ୍ଟ୍ରାଲ ଭିସ୍ତା ପ୍ରୋଜେକ୍ଟରୁ ଆରମ୍ଭ କରାଯାଇଥିଲା । ରାଜପଥ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ପାଇଁ ଜମି ବ୍ୟବହାର ପରିବର୍ତ୍ତନ ବିରୋଧରେ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା । ଏହା ଉପରେ ପ୍ରଧାନ ବିଚାରପତି ଏଏସ ୱୋବଡ଼େ କହିଛନ୍ତି ଯେ ଏପରି ଯାଚିକା ପୂର୍ବରୁ ଆସି ସାରିଛି । କୋର୍ଟ ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ରହିବାକୁ ମନା କରି ଦେଇଛନ୍ତି । ସିଜେଆଇ କହିଛନ୍ତି ଯେ, କୋରୋନାରେ କେହି କିଛି କରିବାକୁ ଯାଉ ନାହାଁନ୍ତି । କୌଣସି ତତ୍ପରତା ନାହିଁ ।
ଏଥି ସହିତ ଅନ୍ୟ ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପଚାରିଥିଲେ ଯେ ରାସନ କାର୍ଡ ବ୍ୟତୀତ ସାଧାରଣ ବଣ୍ଟନ ବ୍ୟବସ୍ଥାରେ କେଉଁ ଦଲିଲ ବ୍ୟବହାର କରାଯାଇପାରିବ ? ବାସ୍ତବରେ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ଯେଉଁଥିରେ କୁହାଯାଇଛି ଯେ ଜୁନ ୧ରୁ ପିଡିଏସ ସିଷ୍ଟମର Universalisation କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି । କିନ୍ତୁ ଯେଉଁମାନଙ୍କ ପାଖରେ ରେସନ କାର୍ଡ ନାହିଁ, ସେମାନଙ୍କୁ ପିଡିଏସରୁ ବାଦ ଦିଆଯାଇଛି ।