ମରିବା ଯାଏଁ ସ୍ବାମୀର ସେବା ସହ ଶେଷ ମୁହୂର୍ତ୍ତରେ କୋକେଇ ବି ସ୍ବାମୀର ପରିଚୟ ନେଇ ଶ୍ମସାନ ଯାଇଥାଏ । ହେଲେ ମଙ୍ଗଳବାର ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ଏବେ ଏମିତି କିଛି କଳ୍ପନାଜଳ୍ପନା ଲାଗିରହିଛି ।
Trending Photos
)
ନୂଆଦିଲ୍ଲୀ: ପରମ୍ପରା ହେଉ ବା ନିୟମ । ବିବାହ ପରେ ଗୋଟେ ଝିଅ ତା ଶାଶୂଘରେ ରୁହେ, ସ୍ୱାମୀକୁ ଇହକାଳ ପରକାଳର ଦେବତା ଭାବି ନିଜକୁ ତା ପାଦଦଳେ ସମର୍ପି ଦେଇଥାଏ । ମରିବା ଯାଏଁ ସ୍ବାମୀର ସେବା ସହ ଶେଷ ମୁହୂର୍ତ୍ତରେ କୋକେଇ ବି ସ୍ବାମୀର ପରିଚୟ ନେଇ ଶ୍ମସାନ ଯାଇଥାଏ । ହେଲେ ମଙ୍ଗଳବାର ସୁପ୍ରିମକୋର୍ଟ ଦେଇଥିବା ରାୟ ପରେ ଏବେ ଏମିତି କିଛି କଳ୍ପନାଜଳ୍ପନା ଲାଗିରହିଛି ।
ସ୍ୱାମୀ, ସ୍ତ୍ରୀଙ୍କ ସମ୍ପର୍କକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସ୍ତ୍ରୀ କୌଣସି ସ୍ଥାବର ସମ୍ପତ୍ତି ନୁହେଁ କି କୌଣସି ପ୍ରକାର ବସ୍ତୁ ନୁହେଁ । ନା ସେ ଜଣେ ଗୁଲାମ, ସେ ବି ଜଣେ ମଣିଷ, ସ୍ତ୍ରୀ ସହ ରହିବା ପାଇଁ ଇଚ୍ଛା ଥିଲେ ସୁଦ୍ଧା ସ୍ୱାମୀ କଦାପି ତାଙ୍କ ଉପରେ ଚାପ ସୃଷ୍ଟି ପାରିବେ ନାହିଁ। ମଙ୍ଗଳବାର ଜଣେ ବ୍ୟକ୍ତି କରିଥିବା ଆବେଦନର ଶୁଣାଣି କରି ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ (Supreme Court) । ଏହି ମାମଲା ପାଇଁ ଆବେଦନ କରିଥିବା ବ୍ୟକ୍ତି ଜଣକ ସ୍ତ୍ରୀ ସହ ପୁଣି ରହିବା ସହ ଏକ ସଙ୍ଗେ ନୂଆ ଜୀବନ ଆରମ୍ଭ କରିବା ପାଇଁ ତାଙ୍କୁ ଆଦେଶ ଦିଆଯାଉ ବୋଲି ଅନୁରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
Also Read: SEX CD ଖାଇଗଲା ମନ୍ତ୍ରୀ ପଦ
ସୁପ୍ରିମକୋର୍ଟ ଏଥିରେ ଅସନ୍ତୋଷ ପ୍ରକାଶ କରିବା ସହ ବିଚାରପତି ସଞ୍ଜୟ କିଶନ କୋଲ ଓ ବିଚାରପତି ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ, ଏବଂ ତାଗିଦ କରିବା ସହ ସମସ୍ତ ରାୟ ସ୍ତ୍ରୀଙ୍କ ଉପରେ ଛାଡ଼ି କହିଥିଲେ ଯେ, ତାଙ୍କ ଇଚ୍ଛା ହେଲେ ସେ ରହିବେ ନହେଲେ ନାହିଁ ।
Also Read: ଗୌରୀ ଶଙ୍କରଙ୍କ ଅବହେଳା ନେଇଛି ହାତୀର ଜୀବନ
ହିନ୍ଦୁ ବିବାହ ଅଧିନିୟମର ଧାରା ୯ ଅନୁସାରେ ପୁରୁଷଙ୍କ ପକ୍ଷରେ ସାମ୍ବିଧାନିକ ଅଧିକାର ନେଇ ଗତବର୍ଷ ୨୦୧୯ ଏପ୍ରିଲ ୧ରେ ଏକ ଗୋରଖପୁର ଫ୍ୟାମିଲି କୋର୍ଟରେ ନିଜ ପକ୍ଷ ରଖି କହିଥିଲେ, ଯେ ବିବାହ ପରଠୁ ସ୍ୱାମୀ ଯୌତୁକ ପାଇଁ ତାଙ୍କ ଉପରେ ଅତ୍ୟାଚାର କରୁଥିଲେ। ତେଣୁ ଇଚ୍ଛା ନଥିଲେ ସୁଦ୍ଧା କୌଣସି ଉପାୟ ନପାଇ ତଥା ଅତ୍ୟାଚାରରେ ଅତିଷ୍ଠ ହୋଇ ସେ ବାଧ୍ୟ ହୋଇ ଅଲଗା ରହିବା ପାଇଁ ଚାହୁଁଛନ୍ତି । ତେବେ ବିବାହ ବିଚ୍ଛେଦ (Divorce) ଆବେଦନ କରି ୨୦୧୫ରେ ସେ ସ୍ୱାମୀଙ୍କଠାରୁ ଭରଣପୋଷଣ ଓ ଭତ୍ତା ପାଇବା ପାଇଁ କୋର୍ଟରେ ଆବେଦନ କରିଥିଲେ ।