Advertisement
Article Detail0/zeeodisha/odisha696759

ଗୋଆରେ ୧୦ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବା ମାମଲାରେ ବାଚସ୍ପତିଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ଏକ ପୃଥକ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସର୍ବାଧିକ ୩ ମାସ ପାଇଁ ଏଭଳି ଅଯୋଗ୍ୟ ଆବେଦନ ଉପରେ ବାଚସ୍ପତି ନିଷ୍ପତ୍ତି ନେବା ଆବଶ୍ୟକ ।

ଗୋଆରେ ୧୦ କଂଗ୍ରେସ ବିଧାୟକ ବିଜେପିରେ ସାମିଲ ହେବା ମାମଲାରେ ବାଚସ୍ପତିଙ୍କୁ ନୋଟିସ ପଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୋଆରେ ୧୦ ଜଣ ବିଧାୟକ ବିଜେପିରେ ଯୋଗଦେବା ମାମଲାରେ ସୁପ୍ରିମକୋର୍ଟ ବିଧାନସଭାର ବାଚସ୍ପତିଙ୍କୁ ନୋଟିସ ଜାରି କରିଛନ୍ତି । କୋର୍ଟ ଏହି ନୋଟିସ କଂଗ୍ରେସର ଆବେଦନ ଉପରେ ଜାରି କରିଛନ୍ତି । ବିଜେପିରେ ଯୋଗ ଦେଇଥିବା ୧୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଗୋଆ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛି । ଏହି ବିଧାୟକମାନେ ଜୁଲାଇ ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ । ସେମାନଙ୍କ ବିରୋଧରେ ଅଯୋଗ୍ୟତା ପାଇଁ ଏକ ଆବେଦନ ଅଗଷ୍ଟ ୨୦୧୯ ଠାରୁ ବିଚାରାଧୀନ ଥିଲା ।

ଏକ ପୃଥକ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ସର୍ବାଧିକ ୩ ମାସ ମଧ୍ୟରେ ଏଭଳି ଅଯୋଗ୍ୟ ଆବେଦନ ଉପରେ ବାଚସ୍ପତି ନିଷ୍ପତ୍ତି ନେବା ଆବଶ୍ୟକ । ଏଠାରେ କହି ରଖୁଛୁ ଯେ, ଗୋଆ କଂଗ୍ରେସ ଅଧ୍ୟକ୍ଷ ବିଜେପିରେ ଯୋଗ ଦେଇଥିବା ୧୦ ଜଣ କଂଗ୍ରେସ ବିଧାୟକଙ୍କ ଅଯୋଗ୍ୟତା ଉପରେ ନିଷ୍ପତ୍ତି ଶୀଘ୍ର କରିବାକୁ ଦାବି କରିଛନ୍ତି ।

Add Zee News as a Preferred Source
About the Author