Sushant Singh Rajput Death Case: ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କ ସହ ୪୫ ମିନିଟ କଥା ହୋଇଥିଲେ ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର Disha Salian
Advertisement

Sushant Singh Rajput Death Case: ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କ ସହ ୪୫ ମିନିଟ କଥା ହୋଇଥିଲେ ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର Disha Salian

ଦିଶା ସାଲିଆନ(Disha Salian)ଙ୍କ ମୃତ୍ୟୁ ଗତ ଜୁନ(june) ମାସ ୮ ତାରିଖରେ ହୋଇଥିଲା

Sushant Singh Rajput Death Case: ମୃତ୍ୟୁ ପୂର୍ବରୁ ବନ୍ଧୁଙ୍କ ସହ ୪୫ ମିନିଟ କଥା ହୋଇଥିଲେ ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର Disha Salian

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ(Sushant Singh Rajput)ଙ୍କ ମୃତ୍ୟୁ ପୂର୍ବରୁ ତାଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ(Disha Salian)ଙ୍କୁ ମୃତ୍ୟୁ ହୋଇଥିଲା। ମୃତ୍ୟୁର କାରଣ ପୋଲିସ(Mumbai Police) ଆତ୍ମହତ୍ୟା(Suicide) ବୋଲି କହିଥିଲା। ତେବେ ଦିଶା(Disha)ଙ୍କ ମୃତ୍ୟୁର ସ୍ପଷ୍ଟ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ନାକୁ ଆସିପାରିନାହିଁ। ସେପଟେ ସୁଶାନ୍ତ ସିଂହ ରାଜପୁତ(Sushant Singh Rajput)ଓ ଦିଶାଙ୍କ ମୃତ୍ୟୁର କାରଣ କିମ୍ବା ହତ୍ୟାକାରୀ ଜଣେ ହୋଇ ପାରନ୍ତି ବୋଲି ସେମାନଙ୍କ ପ୍ରଶଂସକ ଦାବି କରି ଆସୁଛନ୍ତି। 

ସେ ଯାହାବି ହେଉ, ଦିଶାଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ମୁମ୍ବାଇ ପୋଲିସ ଚାଞ୍ଚଲ୍ୟକର ତଥ୍ୟ ପ୍ରଦାନ କରିଛି। ଦିଶା ମୃତ୍ୟୁ ପୁର୍ବରୁ ପାଖାପାଖି ୪୫ ମିନିଟ ଧରି ତାଙ୍କ କୌଣସି ବନ୍ଧୁଙ୍କ ସହିତ ଆଲୋଚନା କରିଥିଲେ। ଦିଶା ତାଙ୍କ ବନ୍ଧୁ(Friend)ଙ୍କୁ ବୃତ୍ତିଗତ ଜୀବନ (Professional career)ରେ ଆସୁଥିବା ସମସ୍ୟା ସମ୍ପର୍କରେ ମଧ୍ୟ ସୂଚନା ଦେଇଥିବା ଜଣାପଡ଼ିଛି। ଦିଶା କିଛି ଘଟଣାକୁ ନେଇ ଚିନ୍ତିତ ଥିବା ନେଇ ମଧ୍ୟ ପ୍ରକାଶ କରିଥିବା ସୂଚନା ମିଳିଛି। କିଛି ଡିଲକୁ ସେ ଠିକ ଢଙ୍ଗରେ ବ୍ୟବସ୍ଥିତ କରିପାରୁ ନଥିବା ନେଇ ମଧ୍ୟ ତାଙ୍କ ବନ୍ଧୁଙ୍କୁ କହିଥିଲେ। 

ସୂଚନାଯୋଗ୍ୟ ଦିଶା ସାଲିଆନ(Disha Salian)ଙ୍କ ମୃତ୍ୟୁ ଗତ ଜୁନ ମାସ ୮ ତାରିଖରେ ହୋଇଥିଲା। ସେହି ସମୟରେ ତାଙ୍କର ମୃତ୍ୟୁ ଆତ୍ମହତ୍ୟା ବୋଲି ମୁମ୍ବାଇ ପୋଲିସ କହିଥିଲା। ଏହାର ପରଦିନ ଅର୍ଥାତ ୯ ତାରିଖରେ ଦିଶାଙ୍କ ମୃତଦେହକୁ ଶତାବ୍ଦୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦିଶାଙ୍କର କୋଭିଡ଼(Covid19) ଟେଷ୍ଟ ମଧ୍ୟ କରାଯାଇଥିଲା। କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଏହି ରିପୋର୍ଟ ଆସିବାର ଦୁଇ ଦିନ ପରେ ସେହି ମାସ ୧୧ ତାରିଖରେ ତାଙ୍କର ଶବ ବ୍ୟବଚ୍ଛେଦ ବା ଅଟୋପ୍ସି(Autopsy) କରାଯାଇଥିଲା।