ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ନୂଆ ମୋଡ। ଶେଷ ମୂହୁର୍ତ୍ତରେ ସାକ୍ଷୀ ବଦଳାଇଲେ ବୟାନ।
Trending Photos
)
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ସାମନାକୁ ଆସୁଛି ନୂଆ ନୂଆ ଚାଞ୍ଚଲ୍ୟ କର ତଥ୍ୟ। ଧିରେ ଧିରେ ମାମଲା ଥାଣ୍ଡା ବି ହେଲାଣି। ଆଉ ଜେରା ବେଳେ ସାକ୍ଷୀ ବୟାନ ବି ବଦଳାଉଛିନ୍ତି। ସେପଟେ ଚରିତ୍ରସଂହାର ଅଭିଯୋଗ ଆଣି ଏତଲା ଦାଏର କରିଛନ୍ତି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ।
ଜୁନ ୧୩ ଅର୍ଥାତ ସୁଶାନ୍ତଙ୍କ ମୃତ୍ୟର ପୂର୍ବ ଦିନ ଡିମ୍ପଲ ଥାୱାନୀ ନାମକ ଜଣେ ମହିଳା ରିୟା ଓ ସୁଶାନ୍ତଙ୍କୁ ଏକାଠି ଦେଖିଥିବା ଦାବି କରିଥିଲେ। ଡିମ୍ପଲ ହେଉଛନ୍ତି ରିୟାଙ୍କ ପଡୋଶୀ। ଜୁନ ୧୩ରେ ରିୟାଙ୍କୁ ସୁଶାନ୍ତ ଛାଡିବାକୁ ଆସିଥିବା ବେଳେ ସେ ଉଭୟଙ୍କୁ ଦେଖିଥିଲେ ବୋଲି ଜାତୀୟ ଗଣମାଧ୍ୟମକୁ କହିଥିଲେ।
କିନ୍ତୁ ସିବିଆଇର ଜେରା ବେଳେ ଡିମ୍ପଲ ନିଜ ବୟାନରୁ ଓହରି ଯାଇଛନ୍ତି। ୧୩ ତାରିଖ ରାତିରେ ସେ ରିୟା ଓ ସୁଶାନ୍ତଙ୍କ ଦେଖିନଥିବା କହିଛନ୍ତି। ଡିମ୍ପଲଙ୍କ ଏହି ବୟାନକୁ ନେଇ ଖପ୍ପା ହୋଇଛନ୍ତି ରିୟା। ଗଣମାଧ୍ୟମକୁ ଡିମ୍ପଲଙ୍କ ପୂର୍ବ ବୟାନ ଯୋଗୁଁ ଚରିତ୍ରସଂହାର ହୋଇଛି ବୋଲି ରିୟା ଥାନାରେ ଅଭିଯୋଗ କରିଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲାରେ ମିଥ୍ୟା ଖବର ଦେଉଥିବା ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଅଭିନେତ୍ରୀ ଦାବି କରିଛନ୍ତି।
ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ଦିଗବଦଳାଇ ଡ୍ରଗ୍ସ ଡିଲିଂ ଭିତରେ ଛନ୍ଦି ହୋଇଛି। ଡ୍ରଗ୍ସ ଲିଙ୍କ ନେଇ ସେପ୍ଟେମ୍ବରରେ ରିୟା, ତାଙ୍କ ଭାଇ ସୌଭିକ ଓ ଅନେକ ସହଯୋଗୀଙ୍କୁ ଏନସିବି ଗିରଫ କରିଥିଲା। କିନ୍ତୁ ଏହି ମାମଲାରେ ରିୟାଙ୍କୁ ନିକଟରେ ଜାମିନ ମିଳିଛି।