• ରାଜ୍ୟପାଳ ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ
  • ସୁଶୀଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ
  • ଶେଷ ଦର୍ଶନ ପାଇଁ ରାଜଭବନରେ ଭିଡ଼ II
  • ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳାଙ୍କର ଗତ ୧ ତାରିଖରେ କୋରୋନା ରିପୋର୍ଟ ପଜିଟିଭି ଆସିଥିଲା
  • ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ସୂଚନା II
  • ଘାଟିକିଆ ଇଞ୍ଜିନିୟରିଂ କଲେଜର ଗଣିତ ଅଧ୍ୟାପକ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍
  • ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ସୂଚନା II
  • ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା, ପାଇକରାପୁର ଛକରୁ ମଞ୍ଚେଶ୍ୱର ଛକ ଯାଏ ୧୪୪ ଧାରା ଜାରି
  • କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କଟକଣା ଜାରି II

ବନ୍ଦ ହେବ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ!

୩ ମାସର ମିଡିଆ ଟ୍ରାଏଲରେ ପୂର୍ଣ୍ଣଚ୍ଛେଦ। ବନ୍ଦ ହୋଇପାରେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ। କାରଣ ସୁଶାନ୍ତଙ୍କୁ ହତ୍ୟା କରାଯାଇ ନାହିଁ ସେ ଆତ୍ମହତ୍ୟା କରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଛି ଏମ୍ସ।  

ବନ୍ଦ ହେବ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ!

ମୁମ୍ବାଇ: ୪ ମାସ ପରେ ବନ୍ଦ ହେବାକୁ ଯାଉଛି ସୁଶାନ୍ତି ସିଂହ ରାଜପୁତ ମୃତ୍ୟୁ ମମାଲାର ଫାଇଲ। ଆତ୍ମହତ୍ୟାରୁ ହତ୍ୟାର ମୋଡ ନେଇ ଥିବା ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛି ଏମ୍ସ। ସୁଶାନ୍ତଙ୍କ ମୃତ୍ୟୁ ହତ୍ୟା ନୁହେଁ ଆତ୍ମହତ୍ୟା ବୋଲି ଅନରେକର୍ଡରେ କହିଛନ୍ଚି ଏମ୍ସ ବିଶେଷଜ୍ଞ ଦଳ।

ଆତ୍ମହତ୍ୟାରୁ ଆରମ୍ଭ ହୋଇଥିବା ମାମଲା ଡ୍ରଗ୍ସରେ ଶେଷ। ଦୀର୍ଘ ୩ ମାସ କାଳ ନ୍ୟୁଜ ହେଡଲାଇନ ସାଜିଥିବା ଘଟଣାରେ ପଡିଲା ପୂର୍ଣ୍ଣଚ୍ଛେଦ। ସୁଶାନ୍ତ ସିଂହ ରାଜପୁତକୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର, ବଲିଉଡ ଅଭିନେତା/ନେତ୍ରୀ ଓ କିଛି ଜାତୀୟ ଗଣମାଧ୍ୟମ ଦାବି କରିଥିଲେ। ମାମଲା ମୁମ୍ବାଇ ପୋଲିସରୁ ସିବିଆଇର ତଦନ୍ତ ପରିସରକୁ ଆସିଥିଲା।

ପରେ ସୁଶାନ୍ତଙ୍କ ବ୍ୟବଚ୍ଛେଦ ଓ ଭିସେରା ରିପୋର୍ଟକୁ ପୁନଃଯାଞ୍ଚ ପାଇଁ ଦିଲ୍ଲୀ ଏମ୍ସକୁ ଦାୟୀତ୍ୱ ଦିଆଗଲା। ଡାକ୍ଟର ସୁଧୀର ଗୁପ୍ତାଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ଏହି ସବୁ ନମୂନାର ପରୀକ୍ଷା ନିରୀକ୍ଷା କରିଥିଲେ। ସେହିପରି ଫରେନସିକ ଟିମ ସୁଶାନ୍ତଙ୍କ ଲାପଟପ, କ୍ୟାମେରା ଓ ମୋବାଇର ଯାଞ୍ଚ କରିଥିଲେ। ତେବେ ସେଥିରେ ହତ୍ୟାର କୌଣସି ଚିହ୍ନବର୍ଣ୍ଣ ମିଳିନଥିଲା। 

ଗତ ୨୯ ତାରିଖରେ ଏମ୍ସ ତାର ଯାଞ୍ଚ ରିପୋର୍ଟ ସିବିଆଇକୁ ହସ୍ତାନ୍ତର କରିଛି। ଯେଉଥିଲେ ସୁଶାନ୍ତ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଜଣାପଡୁଛି। ତେବେ ଏହି ରିପୋର୍ଟ ଆସିବା ପରେ ସିବିଆଇ ହତ୍ୟା ମାମଲାକୁ ଆତ୍ମହତ୍ୟା ଦୃଷ୍ଟି କୋଣରୁ ତଦନ୍ତ କରିବ ବୋଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ କି, ଗତବର୍ଷ ଜୁନ 14 ତାରିଖରେ ନିଜ ଫ୍ଲାଟରୁ ସନ୍ଦେହ ଜନକ ଭାବେ ସୁଶାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ସେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ମୁମ୍ୱାଇ ପୋଲିସର ତାର ପ୍ରାଥମିକ ତଦନ୍ତରୁ କହିଛି। ପରେ ଏହି ଘଟଣାକୁ ହତ୍ୟା ଓ ପରେ ଡ୍ରଗ୍ସ ଡିଲିଂ ସହ ଲିଙ୍କ୍ କରାଗଲା। ରାଜନୀତି ବି ଯୋର ଧରିଲା। ଡ୍ରଗ୍ସ ଲିଙ୍କ ମାମଲାରେ ଶୁସାନ୍ତଙ୍କ ପ୍ରେମିକା ରିୟା, ଭାଇ ସୌଭିକ ଓ ଅନେକ ସହଯୋଗୀ ବନ୍ଧା ହେଲେ। ତବେ ମାମଲା ଯେଉଁଠାରୁ ଆରମ୍ଭ ହୋଇଥିଲା ସେଠାରେ ପହଞ୍ଚି ଯାଇଛି।