ସୁଶାନ୍ତ ମୃତ୍ୟୁ ମାମଲା: ଭୁବନେଶ୍ୱର ସହିତ ରିୟାଙ୍କ ଡ୍ରଗ୍ସ ଲିଙ୍କ !, ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା

ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଓଡ଼ିଶା ଲିଙ୍କ...

 ସୁଶାନ୍ତ ମୃତ୍ୟୁ ମାମଲା: ଭୁବନେଶ୍ୱର ସହିତ ରିୟାଙ୍କ ଡ୍ରଗ୍ସ ଲିଙ୍କ !, ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଦୈନିକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। କିନ୍ତୁ ଆଜି ରିୟାଙ୍କ ହ୍ୱାଟସଆପ ଚାଟ ଭାଇରାଲ ହେବା ପରେ ଡ୍ରଗ୍ସ ନେଉଥିବା କଥା ସ୍ପଷ୍ଟ ହୋଇଥିଲା। ତେବେ ରିୟାଙ୍କ ହ୍ୱାଟସ ଆପ ଚାର୍ଟକୁ ନେଇ ଆଜି ଜାତୀୟ ସ୍ତରର କିଛି ଗଣମାଧ୍ୟମ ଦିନ ତମାମ ଚର୍ଚ୍ଚା କରିଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ରିୟା ତାଙ୍କ ହ୍ୱାଟସଆପ ଚାଟରେ ଦୁଇଥର ଭୁବନେଶ୍ୱରର ନାମ ନେଇଥିବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି। 

ସେପଟେ ଏହି ରିୟାଙ୍କ ଡ୍ରଗ୍ସ ମାଫିଆଙ୍କ ସହିତ ସମ୍ପର୍କ ତଥା ଡ୍ରଗ୍ସ ନେଉଥିବା ସମ୍ପର୍କରେ ସୂଚନା ମିଳିବା ପରେ ଘଟଣାର ମୋଡ଼ ବଦଳିବାରେ ଲାଗିଛି। ତେବେ ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚା ଅନୁୟାୟୀ ଭୁବନେଶ୍ୱରର ଗଞ୍ଜେଇ ସବୁଠାରୁ ଭଲ ବୋଲି ରିୟା ତାଙ୍କ ବନ୍ଧୁ ସାଇମନ ଖମ୍ବାଟାଙ୍କୁ କହୁଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଏହାର ଜବାବରେ ସାଇମନ ଆପଣ ଭୁବନେଶ୍ୱରରେ ଅଛନ୍ତି ବୋଲି ରିୟାଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ତେବେ ଏହି ମାମଲାରେ ଭୁବନେଶ୍ୱର ନାଁ ଉଠିଥିଲେ ହେଁ ଏହା କେତେଦୂର ସଠିକ ତାହା ସ୍ପଷ୍ଟ ହୋଇ ପାରିନାହିଁ। 

ସେପଟେ ରିୟା ଡ୍ରଗ୍ସ ଆଣିବାକୁ ତାଙ୍କ ସହଯୋଗୀଙ୍କୁ ପ୍ରଚୁର ଅର୍ଥ ଦେଇଥିବା ଜଣାପଡ଼ିଛି।