ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଶାନ୍ତଙ୍କ ଭଉଣୀ

ବଲିଉଡ଼ ଅଭିନେତା ସୁଶାନ୍ତି ସିଂହ ରାଜପୁତଙ୍କ ମୃତ୍ୟକୁ ୪୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ସାରିଲାଣି। ତେବେ ଉଭୟ ମୁମ୍ବାଇ ଓ ବିହାର ପୋଲିସ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛନ୍ତି। ତେବେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଅଭିନେତାଙ୍କର ପରିବାର ସଦସ୍ୟ, ବନ୍ଧୁବାନ୍ଧବ, ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ  ସିବିଆଇ ତଦନ୍ତର ଦାବି ମଧ୍ୟ ଜୋର ଧରୁଛି। କ

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଶାନ୍ତଙ୍କ ଭଉଣୀ

ନୂଆଦିଲ୍ଲୀ: ବଲିଉଡ଼ ଅଭିନେତା ସୁଶାନ୍ତି ସିଂହ ରାଜପୁତଙ୍କ ମୃତ୍ୟକୁ ୪୫ ଦିନରୁ ଊର୍ଦ୍ଧ୍ୱ ସମୟ ବିତି ସାରିଲାଣି। ତେବେ ଉଭୟ ମୁମ୍ବାଇ ଓ ବିହାର ପୋଲିସ ଘଟଣାର ତଦନ୍ତ ମଧ୍ୟ ଜାରି ରଖିଛନ୍ତି। ତେବେ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଅଭିନେତାଙ୍କର ପରିବାର ସଦସ୍ୟ, ବନ୍ଧୁବାନ୍ଧବ, ପ୍ରଶଂସକମାନେ ସୋସିଆଲ ମିଡ଼ିଆରେ  ସିବିଆଇ ତଦନ୍ତର ଦାବି ମଧ୍ୟ ଜୋର ଧରୁଛି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିହାର ଓ ମହାରାଷ୍ଟ୍ର ପୋଲିସ ମଧ୍ୟରେ ତଦନ୍ତ ଭାର ରହିଛି। 

ଆଜି ସୁଶାନ୍ତ ସିଂହଙ୍କ ଭଉଣୀ ଶ୍ୱେତା ସିଂହ କିର୍ତ୍ତୀ ନିଜ ଟ୍ୱିଟରରେ ଆକାଉଣ୍ଟରେ ଏକ ଟ୍ୱିଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି। କିର୍ତ୍ତୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରି କହିଛନ୍ତି କି, ମୁଁ, ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ କୀର୍ତ୍ତି କହୁଛି। ସୁଶାନ୍ତର ମୃତ୍ୟୁ ମାମଲାର ତତ୍କାଳ ତଦନ୍ତ କରିବାକୁ ଅନୁରୋଧ କରୁଛି। ଏହା ସହିତ ପ୍ରମାଣ ସହିତ କୌଣସି ଘୋଟଲା ଯେପରି ନ ହୁଏ, ସିଏ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ମୁଁ ନ୍ୟାୟ ବ୍ୟବସ୍ଥା ଉପରେ ମୋର ପୁରା ଭରସା ରହିଛି। ମାମଲାର ତଦନ୍ତ ସଠିକ ଓ ସ୍ୱଚ୍ଛ ଢଙ୍ଗରେ କରିବାକୁ ଆପଣଙ୍କୁ ଅନୁରୋଧ କରୁଛି ବୋଲି ସେ କହିଛନ୍ତି। 

ଶ୍ୱେତା ତାଙ୍କ ନିଜ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି ସାର ମୋ ମନ କହୁଛି କି ଆପଣ ନିଶ୍ଚିତ ଭାବେ ସତ ସହିତ ଛିଡ଼ା ହେବେ। ଆମେମାନେ ଅତି ସାଧାରଣ ପରିବାରରୁ ଆସିଛୁ। ବଲିଉଡ଼ରେ ମୋ ଭାଇର କେହି ଗଡ଼ଫାଦର ନାହାନ୍ତି। ମୋର ଆପଣଙ୍କୁ ଅନୁରୋଧ କି, ଆପଣ ଯଥା ଶୀଘ୍ର ଏହି ମାମଲାରେ  ହସ୍ତକ୍ଷେପ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ଏପରି ଏହି ମାମଲାରେ ନିରପେକ୍ଷ ତଦନ୍ତ କରିବାକୁ ଆପଣ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ୱେତା ତାଙ୍କ ଚିଠିରେ ଲେଖିଛନ୍ତି। ନ୍ୟାୟ ଅପେକ୍ଷାରେ ଆମେ ସମସ୍ତେ ରହିଛୁ। 

ଏଠାରେ କହି ରଖୁଛୁ ଯେ, ଗତ ଜୁନ ମାସ ୧୪ ତାରିଖ ଦ୍ୱିପ୍ରହରରେ ତାଙ୍କ ବାନ୍ଦ୍ରାସ୍ଥିତ ବାସଭବନରୁ ସୁଶାନ୍ତଙ୍କ ମୃତଦେହ କୁ ଉଦ୍ଧାର କରାଯାଇଥିଲା। ଖବରରୁ ଜଣାପଡ଼ିଛି ଗତ ୬ ମାସରୁ ଡିପ୍ରେସନରେ ରହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ବର୍ତ୍ତମାନ ଏହି ମୃତ୍ୟୁ ମାମଲାର କୌଣସି ସଠିକ ତଥ୍ୟ ସାମ୍ନାକୁ ଆସିପାରିନାହିଁ।