Sushanta Singh Rajput ଅପମୃତ୍ୟୁ: ସନ୍ଦେହରେ ମୁମ୍ବାଇ ପୋଲିସର ତଦନ୍ତ
Advertisement

Sushanta Singh Rajput ଅପମୃତ୍ୟୁ: ସନ୍ଦେହରେ ମୁମ୍ବାଇ ପୋଲିସର ତଦନ୍ତ

କିନ୍ତୁ ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜେରା କରିବାକୁ ଉଦ୍ୟମ ଆରମ୍ଭ କରିଛି। ବିହାର ପୋଲିସ ମୁମ୍ବାଇରେ ପହଞ୍ଚିବା ପରେ ରିଆ ଅନ୍ତର୍ଦ୍ଧ୍ୟାନ ହୋଇଯାଇଥିବା ଦେଖିବାକୁ ମିଳିଛି। 

Sushanta Singh Rajput ଅପମୃତ୍ୟୁ: ସନ୍ଦେହରେ ମୁମ୍ବାଇ ପୋଲିସର ତଦନ୍ତ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୪୫ ଦିନରୁ ଊର୍ଦ୍ଧ୍ୱ ଦିନ ବିତିସାରିଲାଣି। ଗତ ଜୁନ ମାସ ୧୪ ତାରିଖରେ ସୁଶାନ୍ତଙ୍କ ମୃତଦେହ ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେହିଦିନ ଠାରୁ ମୁମ୍ବାଇ ପୋଲିସ ଏକ ଏଡ଼ିଆର(ADR) ଫାଇଲ କରି ମାମଲାର ଯାଞ୍ଚ ଚଳାଇଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରିନାହିଁ। ତେବେ ଏହାରି ମଧ୍ୟରେ ବିହାର ପୋଲିସ ମଧ୍ୟ ଏହି ମାମଲାର ତଦନ୍ତକୁ ନିଜ ହାତକୁ ନେଇଛି। ଏପରିକି ମୁମ୍ବାଇ ଯାଇ ବିହାର ପୋଲିସ ତଦନ୍ତକୁ ଜୋରଦାର କରିଛି। କିନ୍ତୁ ସଦ୍ୟପ୍ରାପ୍ତ ସୂଚନା ମୁତାବକ ବିହାର ପୋଲିସଙ୍କୁ ତଦନ୍ତରେ ବାଟ ଓଗାଳିଛି 

ସେପଟେ ତଦନ୍ତ ଯେତିକି ଯେତିକି ଆଗଉଛି, ସେତିକି ସେତିକି ଗହନ କଥା ସାମ୍ନାକୁ ଆସୁଛି। ଏହି ସବୁ ତଥ୍ୟ ମାମଲାକୁ ଆହୁରି ଜଟିଳ କରି ପକାଇଛି। ସୁଶାନ୍ତଙ୍କ ବାପା କୃଷ୍ଣକୁମାର ସିଂହଙ୍କ ଏତଲାକୁ ଆଧାର କରି ବିହାର ପୋଲିସ ମୁମ୍ବାଇରେ ପହଞ୍ଚି ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ ଡିଟେଲ୍ସ ସମ୍ପର୍କିତ ତଥ୍ୟକୁ ମଧ୍ୟ ସଂଗ୍ରହ କରିଛି। ଏପରିକି ସୁଶାନ୍ତଙ୍କ ଘରେ ରହୁଥିବା କର୍ମଚାରୀ, ବନ୍ଧୁ, ସାଙ୍ଗଙ୍କୁ ମଧ୍ୟ ଜେରା କରିସାରିଛି। ମୁମ୍ବାଇରେ ରହୁଥିବା ତାଙ୍କ ଭଉଣୀଙ୍କୁ ମଧ୍ୟ ଜେରା କରିସାରିଛି। କିନ୍ତୁ ସୁଶାନ୍ତଙ୍କ ବାନ୍ଧବୀ ରିଆ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଜେରା କରିବାକୁ ଉଦ୍ୟମ ଆରମ୍ଭ କରିଛି। ବିହାର ପୋଲିସ ମୁମ୍ବାଇରେ ପହଞ୍ଚିବା ପରେ ରିଆ ଅନ୍ତର୍ଦ୍ଧ୍ୟାନ ହୋଇଯାଇଥିବା ଦେଖିବାକୁ ମିଳିଛି। 

ସେପଟେ ଶୁକ୍ରବାର ରିଆ ଏକ ଭିଡ଼ିଓ ଜାରି କହିଛନ୍ତି କି, ସତ ନିଶ୍ଚିତ ପଦାକୁ ଆସିବ। ଏକ ଅଜ୍ଞାତ ସ୍ଥାନରେ ଉକ୍ତ ଭିଡ଼ିଓଟିକୁ ସୁଟ କରି ରିଆ କହିଛନ୍ତି। କିନ୍ତୁ ସାମ୍ନାକୁ ଆସୁନଥିବା ନେଇ ସୁଶାନ୍ତଙ୍କ ପ୍ରଶଂସକମାନେ ରିଆଙ୍କୁ ପାଲଟା ପ୍ରଶ୍ନ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରିବା ଜରୁରୀ ବୋଲି ଉଭୟ ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ପ୍ରଶଂସକମାନେ ଜୋରଦେଇ କହୁଛନ୍ତି। #cbiforsushanta ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳୁଛି। ସେପଟେ ସିବିଆଇ ତଦନ୍ତ ପାଇଁ ଜୋର ଧରୁଥିଲେ ମଧ୍ୟ ମହାରାଷ୍ଟ୍ର ସରକାର ସିବିଆଇ ତଦନ୍ତକୁ ସିଧାସଳଖ ମନା କରିଦେଇଛନ୍ତି। କିନ୍ତୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସିବିଆଇ ତଦନ୍ତ ପାଇଁ କହିଛନ୍ତି।

ତେବେ ସେ ଯାହା ବି ହେଉ ଏହି ତଦନ୍ତ ସମୟରେ ମାମଲାର ଏକାଧିକ ଆଙ୍ଗେଲ ସାମ୍ନାକୁ ଆସିଛି। ମୃତ୍ୟୁ ପୁର୍ବରୁ ପ୍ରାୟ ଏକ ବର୍ଷ ମଧ୍ୟରେ ସୁଶାନ୍ତଙ୍କର ପ୍ରାୟ ୧୫ କୋଟି ଟଙ୍କ ହେରଫେର ହୋଇଥିବା ନେଇ ପୋଲିସ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଛି। ସୁଶାନ୍ତଙ୍କ ବାପାଙ୍କ ଏତଲାକୁ ଭିତ୍ତି କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟଙ୍କା ହେରଫେର ମାମଲା ମଧ୍ୟ ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଚର୍ଚ୍ଚା ହେଉଛି ଯେ, ଏହି ଅର୍ଥକୁ ରିଆ ଓ ତାଙ୍କ ଭାଇ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଖର୍ଚ୍ଚ କରିଛନ୍ତି। ଏପରିକି ରିଆ ତାଙ୍କ କମ୍ପାନୀ ପ୍ରତିଷ୍ଠା, ବିନିଯୋଗ ଓ ତାଙ୍କ ଭାଇ ଯିବାଆସିବା, ରହିବା ଆଦି କ୍ଷେତ୍ରରେ ଖର୍ଚ୍ଚ କରିଛନ୍ତି। ତେବେ ଏ ସବୁ ମାମଲାର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ। 

ସେପଟେ ବିଭିନ୍ନ ଗଣମାଧ୍ୟମରେ ନିଜର ମନ୍ତବ୍ୟ ରଖିଛନ୍ତି ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ। ସୁଶାନ୍ତଙ୍କ ମୃତ୍ୟୁ ସମ୍ପର୍କରେ ସେ ଅନେକ କିଛି ତଥ୍ୟ ଲୁଚାଉଥିବା ନେଇ ଗଣମାଧ୍ୟମକୁ ଦେଉଥିବା ମନ୍ତବ୍ୟରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ମୃତ୍ୟୁ ପୂର୍ବରୁ ସୁଶାନ୍ତଙ୍କୁ କିଏ ଔଷଧ ଦେଉଥିଲେ, କେଉଁ ଔଷଧ ଦିଆଯାଉଥିଲା, କିଏ ଏହାକୁ ଆଣୁଥିଲା, କେଉଁ ଡାକ୍ତରଙ୍କ ପରାମର୍ଶରେ ଏହି ଔଷଧ ଦିଆଯାଉଥିଲା ଆଦି ଅନେକ ତଥ୍ୟକୁ ସେ ଲୁଚାଉଥିବା ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇପଡ଼ୁଛି। ସେପଟେ ୧୫ କୋଟି ଟଙ୍କା ହେରଫେରକୁ ଯେଉଁ ଚର୍ଚ୍ଚା ହେଉଛି ସେ  ସମ୍ପର୍କରେ ମଧ୍ୟ ତଥ୍ୟ ଲୁଚାଉଥିବା ବାରି ହୋଇ ପଡ଼ୁଛି। କିନ୍ତୁ ସୁଶାନ୍ତଙ୍କ ପୂର୍ବତନ କର୍ମଚାରୀ ସୂଚନା ଦେଇ କହିଛନ୍ତି କି, ଏହି ଅର୍ଥକୁ ଅଯାଚିତ ଭାବେ ଖର୍ଚ୍ଚ କରାଯାଇଛି। ଅଧିକାଂଶ ସମୟରେ ସାର(ସୁଶାନ୍ତ) ତଳ ଘରେ ଶୋଇଥିବା ବେଳେ ଉପର ଘରେ ରିଆ ପାର୍ଟି କରୁଥିବା ନେଇ ସୂଚନା ଦେଇଛନ୍ତି। 

ସେପଟେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ ଘଟଣାର ନିରପେକ୍ଷ ତଦନ୍ତ ହେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଶ୍ୱେତା ସିଂହ କହିଛନ୍ତି କି, ମହୋଦୟ ପ୍ରଧାନମନ୍ତ୍ରୀ ଭାଇ ସୁଶାନ୍ତ ବଲିଉଡ଼ରେ ପାଦ ଥାପିବା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର କୌଣସି ଗଡଫାଦର ନଥିଲେ। ଆମର ବି ଏଠାରେ ନାହାନ୍ତି। ମୋର ବିଶ୍ୱାସ ଆପଣ ସତ ସହିତ ଛିଡ଼ା ହେବେ। ମୋତେ ଲାଗୁଛି ତଦନ୍ତ ସଠିକ ଢଙ୍ଗରେ ଯାଉନାହିଁ। ପ୍ରମାଣକୁ ନଷ୍ଟ କରିବା ପାଇଁ ମଧ୍ୟ ଉଦ୍ୟମ ହୋଇପାରେ। ଦୟାକରି ସ୍ୱଚ୍ଛ ଓ ସଠିକ ଢଙ୍ଗରେ ତଦନ୍ତ କରିବାକୁ ଆପଣ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଟ୍ୱିଟ ଯୋଗେ କହିଥିଲେ। ଉକ୍ତ ଟ୍ୱିଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଟ୍ୟାଗ କରିଥିଲେ।