ସୁଶାନ୍ତ ମୃତ୍ୟୁ ମାମଲା: ସୁଶାନ୍ତଙ୍କୁ କ୍ଷମା ମାଗିବାକୁ ରିୟା ଯାଇଥିଲେ ଶବଗୃହ...
Advertisement

ସୁଶାନ୍ତ ମୃତ୍ୟୁ ମାମଲା: ସୁଶାନ୍ତଙ୍କୁ କ୍ଷମା ମାଗିବାକୁ ରିୟା ଯାଇଥିଲେ ଶବଗୃହ...

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଦିନକୁ ଦିନ ବେଶ ଜଟିଳ ହେବାରେ ଲାଗିଛି। ତେବେ ଏହି ମାମଲାର ତଦନ୍ତ ଏବେ ସିବିଆଇ ଦାୟିତ୍ୱରେ ରହିଛି। ମୁମ୍ବାଇରେ ସିବିଆଇ ପହଞ୍ଚିବା ପରେ ଯାଞ୍ଚକୁ ଜୋରଦାର କରିଛି। ତେବେ ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଦୋହଲାଇ ରଖିଦେବ। ଜୀ ନ୍ୟୁଜକୁ ସାକ୍ଷାତକାର ଦେଇ ଶବଗୃହ ସୁର

ସୁଶାନ୍ତ ମୃତ୍ୟୁ ମାମଲା: ସୁଶାନ୍ତଙ୍କୁ କ୍ଷମା ମାଗିବାକୁ ରିୟା ଯାଇଥିଲେ ଶବଗୃହ...

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲା ଦିନକୁ ଦିନ ବେଶ ଜଟିଳ ହେବାରେ ଲାଗିଛି। ତେବେ ଏହି ମାମଲାର ତଦନ୍ତ ଏବେ ସିବିଆଇ ଦାୟିତ୍ୱରେ ରହିଛି। ମୁମ୍ବାଇରେ ସିବିଆଇ ପହଞ୍ଚିବା ପରେ ଯାଞ୍ଚକୁ ଜୋରଦାର କରିଛି। ତେବେ ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଦୋହଲାଇ ରଖିଦେବ। ଜୀ ନ୍ୟୁଜକୁ ସାକ୍ଷାତକାର ଦେଇ ଶବଗୃହ ସୁରକ୍ଷା ଦାୟିତ୍ୱରେ ଥିବା ସୁରଜିତ ସିଂହ ରାଠୋର ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। 

ସୁରଜିତ କହିଛନ୍ତି କି, ସୁଶାନ୍ତଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତି ଶେଷଥର ପାଇଁ ଶବଗୃହକୁ ଯାଇଥିଲେ। ସେଠାରେ ସୁଶାନ୍ତଙ୍କ ମୃତଦେହ ନିକଟରେ ରିୟା ଛିଡ଼ା ହୋଇ କହିଥିଲେ କି, ସରି ବାବୁ... ଯାହାକୁ ସୁରଜିତ ସିଂ ରାଠୋର ଶୁଣିଥିବା କଥା ଜୀ ନ୍ୟୁଜକୁ ସୂଚନା ଦେଇ କହିଛନ୍ତି। ସୁରଜିତ କହିଛନ୍ତି କି, ସେଠାରେ ରିୟା ଚକ୍ରବର୍ତ୍ତୀ ୫ ମିନିଟ ପର୍ଯ୍ୟନ୍ତ ଅଟକି ରହିଥିଲେ। 

ସୁରଜିତ ଆହୁରି ମଧ୍ୟ କହିଛନ୍ତି କି, ଜୁନ ୧୫ ତାରିଖରେ ସେ କୁପର ହସ୍ପିଟାଲରେ ରହିଥିଲେ। ଯେତେବେଳେ ସେ ଡାକ୍ତରଖାନା ଯାଇଥିଲେ, ସେଠାରେ କେହି ନଥିଲେ। ସେଠାରେ ସୁଶାନ୍ତଙ୍କ କୌଣସି ସାଙ୍ଗ, ବନ୍ଧୁ ତଥା ପରିବାରର କୌଣସି ସଦସ୍ୟ ମଧ୍ୟ ଉପସ୍ଥିତ ନଥିଲେ। ତେବେ ରିୟା ଚକ୍ରବର୍ତ୍ତି ତାଙ୍କ ଭାଇ, ମା ଓ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଆସି ସେଠାରେ ପହଞ୍ଚିଥିଲେ। ସେମାନେ କୁପର ଡାକ୍ତରଖାନାର ପଛପଟ ଗେଟ ପାଖକୁ ଆସିଥିଲେ। ସେଠାରୁ ମୁଁ ରିୟାଙ୍କୁ ନେଇ ଶବଗୃହ ଭିତରକୁ ଯାଇଥିଲି। ସେଠାରେ ମୁଁ ସୁଶାନ୍ତଙ୍କ ମୃତଦେହ ଉପରେ କପଡ଼ାକୁ ହଟାଇ ଦେଇଥିଲି। ପରେ ମୁଁ ତାଙ୍କୁ ଦେଖି କାନ୍ଦି ପକାଇଥିଲି। ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲି। ସେ(ରିୟା) ମୋ ନିକଟରେ ହାତ ଯୋଡ଼ି ଛିଡ଼ା ହୋଇଥିଲେ। 

ସେ ଆହୁରି ମଧ୍ୟ କହିଥିଲେ କି, ସୁଶାନ୍ତଙ୍କ ବେକରେ ଥିବା ଦାଗକୁ ଦେଖି ମୋତେ ଲାଗୁ ନାହିଁ ଯେ, ସେ ଆତ୍ମହତ୍ୟା କରିଥିବେ। ସୁରଜିତ ଆହୁରି ମଧ୍ୟ କହିଥିଲେ କି, ସୁଶାନ୍ତଙ୍କ ଛାତି ପର୍ଯ୍ୟନ୍ତ କପଡ଼ା କୁ ଖସାଇ ଦେଇଥିଲେ। ସୁଶାନ୍ତଙ୍କ ଛାତିରେ ହାତ ରଖି ରିୟା କେବଳ ଆଇ ଆମ ସରି(I Am Sorry Babu) ବୋଲି କହିଥିଲେ। ତେବେ ସେହି ସମୟ ଠାରୁ ମୁଁ କେବଳ ଚିନ୍ତା ହିଁ କରିଛି ଯେ, ସେ ସରି କାହିଁକି କହିଲେ ବୋଲି ସୁରଜିତ କହିଥିଲେ।।

ଏଠାରେ କହି ରଖୁଛୁ ଯେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ବର୍ତ୍ତମାନ ସିବିଆଇ ତଦନ୍ତ କରୁଛି। ମୁମ୍ବାଇରେ ପହଞ୍ଚି ସୁଶାନ୍ତଙ୍କ ନିକଟତମ ବ୍ୟକ୍ତିବିଶେଷଙ୍କୁ ଜେରା କରିବା ସହିତ ପ୍ରମୁଖ ପ୍ରମାଣ ଗୁଡ଼ିକୁ ହସ୍ତଗତ କରିଛି। ପ୍ରତିଟି ପ୍ରମାଣକୁ ତନ୍ନତନ୍ନ କରି ଯାଞ୍ଚ କରିବାରେ ଲାଗିଛି। ସିବିଆଇ ଏହି ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଜାରି ରଖିଛି। ତେବେ ସିବିଆଇର କାର୍ଯ୍ୟକୁ ଦେଖିଲେ ସୁଶାନ୍ତଙ୍କ ମାମଲାର ସତ୍ୟତା ଖୁବଶୀଘ୍ର ପଦାକୁ ଆସିବ ବୋଲି ଜଣାପଡ଼ିଛି।