Sushanta Singh Rajput Death issue: ସଞ୍ଜୟ ରାଉତଙ୍କୁ କଡ଼ା ଜବାବ ଦେଲେ ବିହାର ଡିଜିପି

Sushanta Singh Rajputଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ସପକ୍ଷରେ କଡ଼ା ଯୁକ୍ତ ବାଢି ଆସୁଛନ୍ତି ଶିବସେନା ରାଜ୍ୟସଭା ସାଂସଦ Sanjaya Raut। 

Sushanta Singh Rajput Death issue: ସଞ୍ଜୟ ରାଉତଙ୍କୁ କଡ଼ା ଜବାବ ଦେଲେ   ବିହାର ଡିଜିପି

ପାଟନା: Sushanta Singh Rajputଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ ସପକ୍ଷରେ କଡ଼ା ଯୁକ୍ତ ବାଢି ଆସୁଛନ୍ତି ଶିବସେନା ରାଜ୍ୟସଭା ସାଂସଦ Sanjaya Raut। ମାତ୍ର ତଦନ୍ତରେ ଖିଲାପ ଦର୍ଶାଇ ବିହାର DGP ଗୁପ୍ତେଶ୍ୱର ପାଣ୍ଡେ ସମାଲୋଚନା କରିଆସୁଛନ୍ତି। ଏପରିକି ବିହାର ପୋଲିସ ବିପକ୍ଷରେ ସାଂସଦ ସଞ୍ଜୟ ଦେଇଥିବା ଟିପ୍ପଣୀର କଡ଼ା ଜବାବ ଦେଇଛନ୍ତି DGP ପାଣ୍ଡେ। 

ସୂଚନାଯୋଗ୍ୟ ଗତ ରବିବାର ସଞ୍ଜୟ ବିହାର ପୋଲିସ ବିପକ୍ଷରେ କହିଥିଲେ କି, ଖାକି ବର୍ଦ୍ଦି ପିନ୍ଧି ବିହାର ପୋଲିସ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଛି। ଏହି ମନ୍ତବ୍ୟ ମାଧ୍ୟମରେ ସେ ବିହାର ଡିଜିପିଙ୍କୁ ଟାର୍ଗେଟ କରିଥିଲେ। ଯାହାର ଜବାବ ବେଶ କଡ଼ା ଭାଷାରେ ଦେଇଥିଲେ ଡିଜିପି ପାଣ୍ଡେ। 

ଡିଜିପି ପାଣ୍ଡେ ଟ୍ୱିଟ ଯୋଗେ ଲେଖିଥିଲେ କି, ମୋତେ ଯେତେ ଗାଳି ଦେବାର ଅଛି ଦିଅ, କିନ୍ତୁ ସୁଶାନ୍ତଙ୍କୁ ନ୍ୟାୟ ଦିଅ। ଏହା ହିଁ ମୋର ଦାବି ରହି ଆସିଛି ଏବଂ ଆଗକୁ ରହିବ ମଧ୍ୟ। ସେ ଆହୁରି ମଧ୍ୟ ଲେଖିଥିଲେ କି, ଜୀବନ ସାରା ନିରପେକ୍ଷ ତଥା ନିଷ୍ଠାର ସହିତ ଲୋକମାନଙ୍କ ସେବା କରିଆସିଛି। ମୋ ବିରୋଧରେ ଅନର୍ଗଳ ଭାବେ ତଥ୍ୟହୀନ ଅଭିଯୋଗ କରାଯାଉଛି। ଯାହାର ଜବାବ ଦେବା ଉଚିତ ହେବ ନାହିଁ। କିନ୍ତୁ ଏ ସବୁ ପରେ  ସୁଶାନ୍ତଙ୍କୁ ନ୍ୟାୟ ଦରକାର ବୋଲି ଗୁପ୍ତେଶ୍ୱର ପାଣ୍ଡେ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି। 

କହି ରଖୁଛୁ କି ଗତ ରବିବାର ସଞ୍ଜୟ ରାଉତ ଡିଜିପି ଗୁପ୍ତେଶ୍ୱର ପାଣ୍ଡେଙ୍କୁ ଟାର୍ଗେଟ କରି କହିଥିଲେ କି, ବିହାର ଡିଜିପି ବିଜେପିର କାର୍ଯ୍ୟକର୍ତ୍ତା। ମୋତେ ଖବର ମିଳିଛି ଯେ, ସେ ବିଜେପି କିମ୍ବା ଜେଡ଼ିୟୁରୁ ନିର୍ବାଚନ ପାଇଁ ଟିକଟ ଆଶାରେ ରହିଛନ୍ତି। ବିହାର ଓ ଦିଲ୍ଲୀରେ ମହାରାଷ୍ଟ୍ର ସରକାର ବିରୋଧରେ ଷଡ଼ଯନ୍ତ୍ର ରଚାଯାଉଛି। ମୁମ୍ବାଇ ପୋଲିସ ତଦନ୍ତ ପାଇ ସକ୍ଷମ ଅଟନ୍ତି ବୋଲି ସେ କହିଥିଲେ। 

ଏହାର କିଛି ଦିନ ପୂ୍ର୍ବରୁ ଶିବସେନାର ମୁଖପତ୍ର ସାମନାରେ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟ ସମାଲୋଚନା କରିଥିଲା। ଅର୍ଣ୍ଣବ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ଢିଲା କରୁଥିବା ଦର୍ଶାଇ ବାରମ୍ବାର ତାଙ୍କ ଗଣମାଧ୍ୟମ ସଂସ୍ଥାରେ ମୁମ୍ବାଇ ପୋଲିସକୁ ସମାଲୋଚନା କରି ଖବର ପ୍ରକାଶ କରିଆସୁଥିଲେ। ଏହାକୁ ବିରୋଧ କରି ଶିବସେନା ତାର ମୁଖପତ୍ର ସାମ୍ନାରେ ଅର୍ଣ୍ଣବଙ୍କୁ ସମାଲୋଚନା କରିଥିଲା। 

ସୂଚନାଯୋଗ୍ୟ ସୁଶାନ୍ତଙ୍କ ବାପା କେକେ ସିଂହ ଅଭିନେତ୍ରୀଙ୍କ ରିୟା ଚତୁର୍ବେଦୀଙ୍କ ବିରୋଧରେ ପାଟନାରେ ମାମଲା ରୁଜୁ କରିଥିଲେ। ଏହି ମାମଲାକୁ ଆଧାର କରି ପାଟନା ପୋଲିସ ମୁମ୍ବାଇ ଗସ୍ତ କରିଥିଲା। ମାତ୍ର ମୁମ୍ବାଇ ପୋଲିସ ବିହାର ପୋଲିସଙ୍କୁ ସମର୍ଥନ କରିନଥିବା ନେଇ ବିହାର ଡିଜିପି ଅଭିଯୋଗ ଆଣି ସିବିଆଇ ତଦନ୍ତ ଦାବି କରିଥିଲେ।