Nobel Prizes 2022 : ମେଡିସିନ୍ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ ସ୍ବାଣ୍ଟେ ପାବୋ
Advertisement
Article Detail0/zeeodisha/odisha1378715

Nobel Prizes 2022 : ମେଡିସିନ୍ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇବେ ସ୍ବାଣ୍ଟେ ପାବୋ

 Nobel Prizes 2022 :  ସ୍ୱିଡ଼େନର ସ୍ବାଣ୍ଟେ ପାବୋ ( Swedish scientist Svante Pääbo) ଙ୍କୁ ମେଡ଼ିସିନରେ ମିଳିବ ନୋବେଲ ପୁରସ୍କାର । ପୁରସ୍କାର ବାବଦରେ ତାଙ୍କୁ ଏକ ସ୍ବର୍ଣ୍ଣ ମୁଦ୍ରା ଓ ୧୦ ନିୟୁତ ସ୍ବିଡିସ୍ କ୍ରୋନୋର ବା ୧.୧୪ ନିୟୁତ ଡଲାର ପୁରସ୍କାର ରାଶି ମିଳିବ । 

 

ସୌଜନ୍ୟ : ସୋସିଆଲ ମିଡିଆ

 Nobel Prizes 2022 : ମେଡ଼ିସିନ୍ କ୍ଷେତ୍ରରେ ଘୋଷଣା ହେଲା ନୋବେଲ୍ ପୁରସ୍କାର । ସ୍ୱିଡ଼େନର ସ୍ବାଣ୍ଟେ ପାବୋ ( Swedish scientist Svante Pääbo) ଙ୍କୁ ମେଡ଼ିସିନରେ ମିଳିବ ନୋବେଲ ପୁରସ୍କାର । ମାନବ ବିବର୍ତ୍ତନ ସମ୍ପର୍କିତ ଗବେଷଣା ପାଇଁ ଏହି ନୋବେଲ୍ ପୁରସ୍କାର ତାଙ୍କୁ ମିଳିବ । ସେ ଏବେ ଜର୍ମାନୀସ୍ଥିତ ମାକ୍ସ ପ୍ଲାଙ୍କ୍ ଇନଷ୍ଟିଚ୍ୟୁଟ୍ ଅଫ ଇଭୋଲ୍ୟୁସନାରୀ ଆନ୍ଥ୍ରୋପଲୋଜୀର ନିର୍ଦ୍ଦେଶକ ଅଛନ୍ତି । ପୁରସ୍କାର ବାବଦରେ ତାଙ୍କୁ ଏକ ସ୍ବର୍ଣ୍ଣ ମୁଦ୍ରା ଓ ୧୦ ନିୟୁତ ସ୍ବିଡିସ୍ କ୍ରୋନୋର ବା ୧.୧୪ ନିୟୁତ ଡଲାର ପୁରସ୍କାର ରାଶି ମିଳିବ । ପ୍ରାୟ ୭୦ ହଜାର ବର୍ଷ ପୂର୍ବେ ହୋମିନିନମାନେ ଆଫ୍ରିକାରୁ ବିଶ୍ବର ଅନ୍ୟସ୍ଥାନକୁ ଯାଇଥିଲେ । ଏମାନଙ୍କୁ ଆଦିମାନବ ହୋମୋ ସାପିଏନ୍ସକୁ ଜିନ ଟ୍ରାନ୍ସଫର ହୋଇଥିଲା । ପ୍ରାକ୍ ମାନବ ହୋମିନିନରୁ ହୋମୋ ସାପିଏନ୍ସ ଓ ଆଧୁନିକ ମାନବ ଶରୀରକୁ ଯାଇଥିବା ହୋଇଥିବା ଏବେ ବି କାଏମ ରହିଛି । 

ଏହି ଜିନ ଟ୍ରାନ୍ସଫର ଯୋଗୁଁ ହୋମିନିନ ମାନଙ୍କ ରୋଗପ୍ରତିରୋଧକ ଶକ୍ତି ଆଧିୁନିକ ମାନବ ଶରୀରକୁ ଆସିଥିବା ପୋବା ଆବିଷ୍କାର କରିଥିଲେ ନୋବେଲ କମିଟି କହିଛି । ୧୯୦୧ରୁ ୨୦୨୧ ମଧ୍ୟରେ ୧୧୨ ଜଣ ଚିକିତ୍ସା ଶାସ୍ତ୍ରରେ ନୋବେଲ ପୁରସ୍କାର ପାଇସାରିଲେଣି । ସେମାନଙ୍କ ମଧ୍ୟରୁ ୧୨ ଜଣ ମହିଳା ମଧ୍ୟ ରହିଛନ୍ତି । ନୋବେଲ କମିଟିର ସଚିବ ଥୋମାସ ପର୍ଲମ୍ୟାନ ଷ୍ଟକହୋମ, ସ୍ୱିଡେନର କ୍ୟାରେଲିନସ୍କୋ ଇନଷ୍ଟିଚ୍ୟୁଟରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ମଙ୍ଗଳବାର ଭୌତିକ ବିଜ୍ଞାନ ଏବଂ ବୁଧବାର ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯିବ । ଚଳିତ ଥର ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ଶୁକ୍ରବାର ଏବଂ ଅର୍ଥଶାସ୍ତ୍ରରେ ପୁରସ୍କାରର ଘୋଷଣା ଅକ୍ଟୋବର ୧୦ରେ ହେବ । ବିଜେତାଙ୍କୁ ଭାରତୀୟ ମୁଦ୍ରାରେ ୭.୩୧ କୋଟି ଟଙ୍କା ମିଳିବ । ଡିସେମ୍ବର ୧୦ ତାରିଖରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ ।୧୯୫୫ ଏପ୍ରିଲ୍ ୨୦ରେ ସ୍ୱାନ୍ତେ ସ୍ବାଣ୍ଟେ ପାବୋ । ଛୋଟ ବେଳୁ ସ୍ବାଣ୍ଟେ ପାବୋ ଜଣେ ବିଦ୍ୱାନ୍ ଥିଲେ । ପରେ ପରେ ମେଡ଼ିସିନ୍ କ୍ଷେତ୍ରରେ ଅନେକ ରିସର୍ଚ୍ଚ ମଧ୍ୟ କରିଛନ୍ତି ।

ଏହାବି ପଢନ୍ତୁ : Indian Air Force : ଭାରତୀୟ ବାୟୁସେନାକୁ ଦଶହରା ଭେଟି, ଅଷ୍ଟମୀରେ ଆସିଲା ଲାଇଟ କମ୍ବାଟ ହେଲିକପ୍ଟର

ସୂଚନା ଅନୁସାରେ କରୋନାଭାଇରସ୍ ସମୟରେ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର ବିଭିନ୍ନ ପର‌୍ୟ୍ୟାୟରେ ଅନେକ ଟୀକାକରଣର ବିକାଶ କରିଛି ଯାହା ସାରା ବିଶ୍ୱକୁ ଏକ ନୂତନ ଜୀବନ ଦେଇଛି । ଗତବର୍ଷ  ମେଡିସିନ୍ କ୍ଷେତ୍ରରେ ପୁରସ୍କାର ବିଜେତା ଥିଲେ ଡାଭିଡ୍ ଜୁଲିୟସ୍ (David Julius) । ୟୁଏସର ନ୍ୟୁୟର୍କରେ ସେ ୧୯୫୫ ମସିହା ନଭେମ୍ବର ୪ ତାରିଖରେ ତାଙ୍କର ଜନ୍ମ ହୋଇଥିଲା।  ସେ କାର୍ଲିଫର୍ଣ୍ଣିଆ ୟୁନିଭରସିଟିର ପ୍ରଫେସର ମଧ୍ୟ ଅଛନ୍ତି। ସେ ୨୦୧୦ ମସିହାରେ ଲାଇଫ ସାଇନ୍ସ ଓ ମେଡିସିନ ପାଇଁ ସାଓ ପୁରସ୍କାର (Shaw Prize) ପାଇଥିଲେ। ସେହିପରି ୨୦୨୦ରେ ଲାଇଫ ସାଇନ୍ସ ପାଇଁ ବ୍ରେକଥର୍ଟ ପୁରସ୍କାର (Breakthrough Prize in Life Sciences) ମଧ୍ୟ ପାଇଥିଲେ।