ଏହି ସହରରେ ସ୍ୱିଗି-ଜୋମାଟୋ ଆରମ୍ଭ କଲା 'ମଦ'ର ହୋମ୍ ଡେଲିଭରୀ

ରଏଟର୍ସ ଖବର ଅନୁଯାୟୀ, ଜୋମାଟୋ କେତେକ ସହରରେ 'ମଦ'ର ହୋମ ଡେଲିଭରୀ ମଧ୍ୟ କରିବ । ଏକ ପୃଥକ ବୟାନରେ କମ୍ପାନୀ କହିଛି ଯେ, ସେ ରାଞ୍ଚିରେ 'ମଦ' ହୋମ୍ ଡେଲିଭରୀ ସେବା ଆରମ୍ଭ କରିଛି । 

ଏହି ସହରରେ ସ୍ୱିଗି-ଜୋମାଟୋ ଆରମ୍ଭ କଲା 'ମଦ'ର ହୋମ୍ ଡେଲିଭରୀ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଅନଲାଇଇନ୍ ଖାଦ୍ୟ ବିତରଣ ପ୍ଲାଟଫର୍ମ ସ୍ୱିଗି ଓ ଜୋମାଟୋ ବର୍ତ୍ତମାନ 'ମଦ'ର ହୋମ୍ ଡେଲିଭରୀ ଆରମ୍ଭ କରିଛି । ଆଜି(ଗୁରୁବାର) ଠାରୁ ଝାଡ଼ଖଣ୍ଡ ସରକାରଙ୍କ ଅନୁମତି କ୍ରମେ ଏହି ଆପ୍ ମଧ୍ୟ ରାଜଧାନୀ ରାଞ୍ଚିରେ 'ମଦ'ର ହୋମ ଡେଲିଭରୀ ସେବା ଆରମ୍ଭ କରିଛି । ଆସନ୍ତା ଏକ ସପ୍ତାହ ମଧ୍ୟରେ ଏହି ସୁବିଧା ରାଜ୍ୟର ଅନ୍ୟ ବଡ ସହରରେ ଉପଲବ୍ଧ ହେବ ।

ରଏଟର୍ସ ଖବର ଅନୁଯାୟୀ, ଜୋମାଟୋ କେତେକ ସହରରେ 'ମଦ'ର ହୋମ ଡେଲିଭରୀ ମଧ୍ୟ କରିବ । ଏକ ପୃଥକ ବୟାନରେ କମ୍ପାନୀ କହିଛି ଯେ, ସେ ରାଞ୍ଚିରେ 'ମଦ' ହୋମ୍ ଡେଲିଭରୀ ସେବା ଆରମ୍ଭ କରିଛି । ଲକଡାଉନ୍ ହେତୁ ଏହି ପ୍ଲାଟଫର୍ମଗୁଡିକ ଲୋକଙ୍କୁ ମଦ ଯୋଗାଇବାରେ ସାହାଯ୍ୟ କରିବା ସହ ସାମାଜିକ ଦୂରତା ନିୟମକୁ ରକ୍ଷା କରିବ ।

ସ୍ୱିଗି ଅନ୍ୟ କେତେକ ରାଜ୍ୟ ସହ ଆଲୋଚନା କରିସାରିଛି । ଯାହା ଦ୍ୱାରା ସେ ଏହି ସ୍ଥିତିରେ ମଦର ଘରୋଇ ଯୋଗାଣ ମଧ୍ୟ କରିପାରିବେ । ଏହି ଷ୍ଟାର୍ଟଅପ୍ କମ୍ପାନୀ ସାରା ଦେଶରେ ବେଶ୍ ପରିଚୟ ସୃଷ୍ଟି କରିପାରିଛି । ଲଜିଷ୍ଟିକ୍ ଏବଂ ଭିତ୍ତିଭୂମି ସମସ୍ୟା ନାହିଁ । ଏଭଳି ପରିସ୍ଥିତିରେ ଏହା କେବଳ ରାଜ୍ୟଗୁଡିକର ହଁକୁ ଅପେକ୍ଷା କରିଛି । ସ୍ୱିଗି ଦେଶର ୫୦୦ରୁ ଅଧିକ ସହରରେ ୧.୬ ଲକ୍ଷରୁ ଅଧିକ ରେଷ୍ଟୁରାଣ୍ଟ ଓ ଷ୍ଟୋର ସହିତ ଜଡିତ ରହିଛି ।