ଏହି ଖେଳାଳୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖି ଭୁଲ କଲେ Virat !
Advertisement

ଏହି ଖେଳାଳୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖି ଭୁଲ କଲେ Virat !

ଏହି ଫର୍ମାଟରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଛନ୍ତି। ୨୦୧୬ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚହଲ ଭାରତ ପାଇଁ ୪୯ ଟି-20 ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୬୩ ୱିକେଟ୍ ନେଇଛନ୍ତି। 

ଏହି ଖେଳାଳୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖି ଭୁଲ କଲେ Virat !

ନୂଆଦିଲ୍ଲୀ: ଟି -20 ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୮ ୱିକେଟ୍ ହରାଇ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ୧୦ ୱିକେଟ୍ ହରାଇବା ପରେ ଏହି ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର କ୍ରମାଗତ ଦ୍ୱିତୀୟ ପରାଜୟ ଦେଖିବାକୁ ମିଳିଛି। ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଦଳ ଏତେ ଖରାପ ପ୍ରଦର୍ଶନ କେବେ କରିନଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଜଣେ ଏମିତି ଖେଳାଳି ଅଛନ୍ତି, ଯାହାର ଅଭାବ ଭାରତୀୟ ଦଳକୁ ଏବେ ପଶ୍ଚାତାପ କରିବାକୁ ବାଧ୍ୟ କରିଛି । କିନ୍ତୁ ଦଳ ଚୟନ ସମୟରେ ସେହି ଖେଳାଳିଙ୍କୁ ବାହାର କରି ଦିଆଯାଇଛି ।

ଆଜ୍ଞା ହଁ,  ଆମେ କିମ୍ବଦନ୍ତୀ ସ୍ପିନ୍ ବୋଲର ୟୁଜବେନ୍ଦ୍ର ଚହଲ (Yuzvendra Chahal) ଙ୍କ ବିଷୟରେ କହୁଛୁ। ପ୍ରାୟ ଦୁଇ ମାସ ପୂର୍ବେ ଏହି ଦଳ ଚୟନ ହେବା ପରେ ଚହଲଙ୍କୁ ଭାରତୀୟ ଦଳରୁ ବାହାର କରି ଦିଆଯାଇଥିଲା। ବିରାଟ କୋହଲି ଏବଂ ଚୟନକର୍ତ୍ତାଙ୍କ ଏହା ଏକ ବଡ ଭୁଲ ଥିଲା । ତେବେ ଆପଣଙ୍କୁ କହିରଖିବାକୁ ଚାହୁଁଛୁ ଯେ, କ୍ରିକେଟରେ ୟୁଜବେନ୍ଦ୍ର ଚହଲ ହେଉଛନ୍ତି ଭାରତର ସବୁଠାରୁ ସଫଳ ବୋଲର। ସେ ଏହି ଫର୍ମାଟରେ ଭାରତ ପାଇଁ ସର୍ବାଧିକ ୱିକେଟ୍ ନେଇଛନ୍ତି। ୨୦୧୬ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚହଲ ଭାରତ ପାଇଁ ୪୯ ଟି-20 ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୬୩ ୱିକେଟ୍ ନେଇଛନ୍ତି। ଭାରତର ଅନ୍ୟ କୌଣସି ବୋଲର ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ ଏତେ ଟି -20 ୱିକେଟ୍ ନେଇପାରି ନାହାଁନ୍ତି।

Also Read: T20 WCରେ ଭୁଲ ପାଇଁ OneDay କ୍ୟାପଟେନସିପ୍ ହରାଇବେ Virat Kohli !

ଏଥି ସହିତ, ଏହି ଟୁର୍ଣ୍ଣାମେଣ୍ଟରେ ବରୁଣ ଚକ୍ରବର୍ତ୍ତୀ (Varun Chakravarthy) ଙ୍କ ପ୍ରଦର୍ଶନ କିପରି ଥିଲା ତାହା ସମଗ୍ର ବିଶ୍ୱ ଦେଖିଛି । ସେ ଏକ ରହସ୍ୟ ସ୍ପିନର ମାନ୍ୟତା ପାଇଲେ ଏବଂ ବିଶ୍ୱାସ କରାଯାଉଥିଲା ଯେ ତାଙ୍କର ଶକ୍ତିଶାଳୀ ବଲ ସହିତ ସେ ବଡ ବ୍ୟାଟ୍ସମ୍ୟାନଙ୍କୁ ଧୂଳି ଚଟାଇଦେବେ । କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଏବଂ ପାକିସ୍ତାନ ବିପକ୍ଷ ପରାଜୟରେ ସେ ବି ଜଣେ ଭିଲେନ୍ ବୋଲି ମଧ୍ୟ ପ୍ରମାଣିତ ହେଲେ । ବରୁଣ ଚକ୍ରବର୍ତ୍ତୀ ଏପର୍ଯ୍ୟନ୍ତ କୌଣସି ୱିକେଟ୍ ନେବାରେ ବିଫଳ ହୋଇଛନ୍ତି। ଏଥି ସହିତ ତାଙ୍କ ବଲ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ପ୍ରଭାବିତ କରିନାହିଁ।

Also Read: ବଡ଼ ଫୈସଲା ନେଲେ ଶାହାରୁଖ-ଗୌରୀ: ଏବେ ମନ୍ନତରେ ନୁହେଁ ଏହି ସ୍ଥାନରେ ରହିବେ Aryan Khan

ଟିମ ଇଣ୍ଡିଆରେ ୱାର୍ଲଡ କପ୍ ପାଇଁ ଯୁବ ସ୍ପିନ ବୋଲର ରାହୁଲ ଚାହର (Rahul Chahar) ଙ୍କୁ ସ୍ଥାନ ଦିଆଯାଇଥିଲା । କିନ୍ତୁ ୟୁଏଇରେ ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ରାହୁଲଙ୍କ ପ୍ରଦର୍ଶନକୁ ଦେଖିଲେ ଏହା ସ୍ପଷ୍ଟ ଯେ ଚୟନକର୍ତ୍ତାମାନେ ତାଙ୍କୁ ବିଶ୍ୱକପ ପରି ଏକ ଟୁର୍ଣ୍ଣାମେଣ୍ଟରେ ସୁଯୋଗ ଦେଇ ଏକ ବଡ ଭୁଲ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ରାହୁଲ ୟୁଜବେନ୍ଦ୍ର ଚହଲ  ଏବଂ କୁଲଦୀପ ଯାଦବଙ୍କ ଭଳି କିମ୍ବଦନ୍ତୀ ବୋଲରଙ୍କ ଉପରେ ସ୍ଥାନ ପାଇଛନ୍ତି। କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ରାହୁଲ ଚାହରଙ୍କ ବୋଲିଂ ଅତି ସରଳ ଥିଲା ଏବଂ ସେ ମଧ୍ୟ ରନ୍ ଲୁଟ୍ କରିଛନ୍ତି। ଅନ୍ୟ ଏକ ବଡ଼ ସମସ୍ୟା ହେଉଛି ରାହୁଲ ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୫ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଏବଂ ବିଶ୍ୱକପ ଭଳି ଏକ ପର୍ଯ୍ୟାୟ ପାଇଁ ଏହା ବହୁତ କମ୍ ଅଭିଜ୍ଞତା । ଏଥି ସହିତ ରାହୁଲଙ୍କୁ ୱାର୍ମ ଅପ୍ ମ୍ୟାଚ୍ ରେ ମଧ୍ୟ ସୁଯୋଗ ଦିଆଯାଇଥିଲା, କିନ୍ତୁ ସେଠାରେ ସେ କେବଳ ରନ୍ ହି ଲୁଟାଇ ଥିଲେ ।