• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଓ୍ୱେଷ୍ଟଇଣ୍ଡିଜର ଅଷ୍ଟ୍ରେଲିଆ ଗସ୍ତ ବାତିଲ !

ଆଗାମୀ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଟି0୨୦ ସିରିଜକୁ ସ୍ଥଗିତ ରଖାଯାଇଛି। ଏନେଇ ମଙ୍ଗଳବାର ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଏହି ସୂଚନା ଦେଇଛି। ଏହି ଟି-20 ସିରିଜ ୩ ମ୍ୟାଚ ବିଶିଷ୍ଟ ରହିଥିଲା। ମ୍ୟାଟ ଗୁଡିକ ଅକ୍ଟୋବର ମାସ ୪,୬ ଓ ୯ ତାରିଖରେ ଖେଳାଯିବାର ଥିଲା। ଅଷ୍ଟ୍ରେଲିଆର ଟାଉନ୍ସ ଭିଲ୍,

ଓ୍ୱେଷ୍ଟଇଣ୍ଡିଜର ଅଷ୍ଟ୍ରେଲିଆ ଗସ୍ତ ବାତିଲ !

ମେଲବୋର୍ଣ୍ଣ: ଆଗାମୀ ଅକ୍ଟୋବର ମାସର ପ୍ରଥମ ସପ୍ତାହରେ ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଟି0୨୦ ସିରିଜକୁ ସ୍ଥଗିତ ରଖାଯାଇଛି। ଏନେଇ ମଙ୍ଗଳବାର ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଏହି ସୂଚନା ଦେଇଛି। ଏହି ଟି-20 ସିରିଜ ୩ ମ୍ୟାଚ ବିଶିଷ୍ଟ ରହିଥିଲା। ମ୍ୟାଟ ଗୁଡିକ ଅକ୍ଟୋବର ମାସ ୪,୬ ଓ ୯ ତାରିଖରେ ଖେଳାଯିବାର ଥିଲା। ଅଷ୍ଟ୍ରେଲିଆର ଟାଉନ୍ସ ଭିଲ୍, କେର୍ନ୍ସ ଏବଂ ଗୋଲ୍ଡ କୋଷ୍ଟରେ ଖେଳାଯିବ। 

ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ଟ୍ୱିଟର ଏକ ବିବୃତ୍ତି ଜାରି କରି କହିଛି ଯେ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ ସହ ମିଶି ଅକ୍ଟୋବରରେ କୁଇନ୍ସଲ୍ୟାଣ୍ଡରେ ଟି -20 ସିରିଜ୍ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ। ବୋର୍ଡ କହିଛି ଯେ ଆଇସିସି ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତି ପରେ ଏହା ଆୟୋଜିତ ହୋଇଥିଲା। କିନ୍ତୁ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଏହି ଟି-୨୦ ବିଶ୍ୱକପ ବର୍ତ୍ତମାନ ୨୦୨୧ କିମ୍ବା ୨୦୨୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଅଷ୍ଟ୍ରେଲିଆର ପରବର୍ତ୍ତୀ ଆନ୍ତର୍ଜାତୀୟ ଇଭେଣ୍ଟ ହେଉଛି ଇଂଲଣ୍ଡ ସହିତ ଏକ ସୀମିତ ଓଭର ସିରିଜ୍। ଯାହା ୩ଟି ଟି-୨୦ ଏବଂ ଗୋଟିଏ ଦିନିଆ ମ୍ୟାଚ୍ ବିଶିଷ୍ଟ ଏକ ସିରିଜ୍, ୪ ସେପ୍ଟେମ୍ବରରୁ ଆରମ୍ଭ ହେବ । ୱେଷ୍ଟଇଣ୍ଡିଜ୍ ନିକଟରେ ଇଂଲଣ୍ଡ ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିଥିଲା, ଯେଉଁଠାରେ ସେମାନେ ୨-୧ରେ ହାରି ଯାଇଥିଲେ।