'ହରଭଜନଙ୍କ ଠାରୁ କ୍ଷମା ମାଗ', ଜାଣନ୍ତୁ କାହିଁକି ମହମ୍ମଦ ଆମୀରଙ୍କୁ ଏପରି କହିଲେ ପାକିସ୍ତାନର ଏହି ଦିଗଜ ଖେଳାଳି
Advertisement

'ହରଭଜନଙ୍କ ଠାରୁ କ୍ଷମା ମାଗ', ଜାଣନ୍ତୁ କାହିଁକି ମହମ୍ମଦ ଆମୀରଙ୍କୁ ଏପରି କହିଲେ ପାକିସ୍ତାନର ଏହି ଦିଗଜ ଖେଳାଳି

ଅଜମଲ (Saeed Ajma) କହିଛନ୍ତି ଯେ ଟ୍ୱିଟରରେ ଆମିର (Mohammad Amir) ହରଭଜନ (Harbhajan Singh) ଙ୍କ ପ୍ରତି ଯେଉଁଭଳି ବ୍ୟବହାର କରିଛନ୍ତି ସେଥିପାଇଁ ସେ କ୍ଷମା ମାଗନ୍ତୁ ।

'ହରଭଜନଙ୍କ ଠାରୁ କ୍ଷମା ମାଗ', ଜାଣନ୍ତୁ କାହିଁକି ମହମ୍ମଦ ଆମୀରଙ୍କୁ ଏପରି କହିଲେ ପାକିସ୍ତାନର ଏହି ଦିଗଜ ଖେଳାଳି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ସ୍ପିନର ସୟଦ ଅଜମଲ (Saeed Ajma) ଙ୍କ ଅନୁସାରେ ମହମ୍ମଦ ଆମୀର (Mohammad Amir) ଙ୍କୁ ହରଭଜନ ସିଂ (Harbhajan Singh) ଙ୍କ ଠାରୁ କ୍ଷମା ମାଗିବା ଉଚିତ୍ । ଅଜମଲ କହିଛନ୍ତି ଯେ ଟ୍ୱିଟରରେ ଆମିର ହରଭଜନଙ୍କ ପ୍ରତି ଯେଉଁଭଳି ବ୍ୟବହାର କରିଛନ୍ତି ସେଥିପାଇଁ ସେ କ୍ଷମା ମାଗନ୍ତୁ ।

ଟି-20 ବିଶ୍ୱକପ 2021 (T20 World Cup 2021) ରେ ଭାରତକୁ ପାକିସ୍ତାନ ପରାସ୍ତ କରିବା ପରେ ଆମୀର (Mohammad Amir) ଟ୍ୱିଟରରେ ହରଭଜନ ସିଂ (Harbhajan Singh) ଙ୍କୁ କଟାକ୍ଷ କରିଥିଲେ । ଆମୀର ଟ୍ୱିଟରରେ ଲେଖିଛନ୍ତି, 'ହରଭଜନ ପା ଜୀ ଆପଣ ଟିଭି ଭାଙ୍ଗି ନାହାଁନ୍ତି କି?'

ମ୍ୟାଚ୍ ପୂର୍ବରୁ ପ୍ରିଭ୍ୟୁରେ ହରଭଜନ (Harbhajan Singh) ଓ ଶୋଏବ ଅଖତର (Shoaib Akhtar) ପରସ୍ପର ସହ ଥଟ୍ଟା କରୁଥିଲେ । କିନ୍ତୁ ମ୍ୟାଚ୍ ପରେ ଆମୀର ଭାରତୀୟ କ୍ରିକେଟରଙ୍କୁ ଟାର୍ଗେଟ କରିଥିଲେ । ହରଭଜନ ଏହାକୁ ହାଲୁକା ଭାବେ ଗ୍ରହଣ କରିନଥିଲେ ଓ ଆମୀର (Mohammad Amir) ଙ୍କୁ ମ୍ୟାଚ୍ ଫିକ୍ସିଂ ଦୁର୍ନୀତିକୁ ମନେ ପକାଇ ଦେଇଥିଲେ ।

ଏହି ପୂରା ବିବାଦ ଉପରେ ଅଜମଲ କହିଛନ୍ତି ଯେ ଅଖତର ଓ ହରଭଜନଙ୍କ ମଧ୍ୟରେ କଥାବାର୍ତ୍ତା ମଝିରେ ଆମୀର ଆସିବାର କୌଣସି ଅର୍ଥ ନାହିଁ । କ୍ରିକେଟ୍ ପାକିସ୍ତାନ ସହ କଥାବାର୍ତ୍ତା କରି ପୂର୍ବତନ ଅଫ୍ ସ୍ପିନର ଆମୀରଙ୍କୁ ହରଭଜନଙ୍କ ନିକଟରେ କ୍ଷମା ମାଗିବାକୁ ପରାମର୍ଶ ଦେଇଛନ୍ତି ।

ଅଜମଲ କହିଛନ୍ତି, "ଖେଳାଳିମାନେ ପରସ୍ପର ପ୍ରତି ଭଲ ବ୍ୟବହାର କରିବା ଉଚିତ କାରଣ ଖେଳ ପରସ୍ପରକୁ ନିକଟତର କରିଥାଏ । ମୁଁ ଭାବୁଛି ଅମୀର ହରଭଜନ ଓ ଅଖତରଙ୍କ ମଝିରେ ଆସି ଭୁଲ କରିଛନ୍ତି । ଏଥିପାଇଁ ତାଙ୍କୁ କ୍ଷମା ମାଗିବା ଉଚିତ୍ । ଦୁଇ ମହାନ କ୍ରିକେଟର କଥାବାର୍ତ୍ତା କରୁଥିଲେ ଓ  ଆମୀର ସେମାନଙ୍କ ମଧ୍ୟରେ ମଝିରେ ଆସିଥିଲେ ।"

ଏହା ବି ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...

ଏହା ବି ପଢ଼ନ୍ତୁ:-କୋରୋନାର ନୂଆ ଲହରକୁ ନେଇ ଚେତାବନୀ ଜାରି କଲା WHO

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୨୨୧ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍