ଚଳିତ ବର୍ଷ ହେବନି ଟି-20 ବିଶ୍ୱକପ
Advertisement
Article Detail0/zeeodisha/odisha714785

ଚଳିତ ବର୍ଷ ହେବନି ଟି-20 ବିଶ୍ୱକପ

କୋରୋନା ଭାଇରସ କାରଣରୁ ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଏହି ବିଶ୍ୱକପ ଟୁର୍ନାମେଣ୍ଟ ଉପରେ ପୂର୍ବରୁ ବିପଦର ସଙ୍କେତ ଲାଗି ରହିଥିଲା । କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ଟି-20 ବିଶ୍ୱକପକୁ ନେଇ ଚିନ୍ତା ପ୍ରକାଶ କରିଥିଲା ।

ଚଳିତ ବର୍ଷ ହେବନି ଟି-20 ବିଶ୍ୱକପ

ନୂଆଦିଲ୍ଲୀ: ଶେଷରେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଟି-20 ବିଶ୍ୱକପ ବାତିଲ କରାଯାଇଛି । ସୋମବାର ଟେଲି କନଫରେନ୍ସ ମାଧ୍ୟମରେ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୋର୍ଡର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହା ସହିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ର ଆୟୋଜନ ପାଇଁ ପଥ ପରିଷ୍କାର ହୋଇଯାଇଛି ।

କୋରୋନା ଭାଇରସ କାରଣରୁ ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଏହି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଉପରେ ପୂର୍ବରୁ ବିପଦର ସଙ୍କେତ ଲାଗି ରହିଥିଲା । କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ ଟି-20 ବିଶ୍ୱକପକୁ ନେଇ ଚିନ୍ତା ପ୍ରକାଶ କରିଥିଲା ।

ଏହାପୂର୍ବରୁ ଅଷ୍ଟ୍ରେଲିଆର କ୍ରୀଡ଼ା ମନ୍ତ୍ରୀ ରିଚାର୍ଡ କୋଲବେକ୍ କହିଥିଲେ ଯେ, ତାଙ୍କ ଦେଶ ଟି-20 ବିଶ୍ୱକପର ଟିମଗୁଡ଼ିକର ସ୍ୱାଗତ କରିବାକୁ ପାଇଁ ଚ୍ୟାଲେଞ୍ଜର ସାମ୍ନା କରିପାରେ । କିନ୍ତୁ ମୁଖ୍ୟ ପ୍ରସଙ୍ଗ ଏହା ହେଉଛି କି କଣ ଟୁର୍ଣ୍ଣାମେଣ୍ଟର ଆୟୋଜନ ଦର୍ଶକଙ୍କ ବିନା ଖାଲି ଷ୍ଟାଡିୟମରେ କରିବା ଠିକ୍ ହେବ ?

ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, କୋରୋନା ଭାଇରସ ଯୋଗୁଁ ଯେପରି ପରିସ୍ଥିତି ଦେଖାଦେଇଛି ଏପରି ସ୍ଥିତିରେ ଏହି ବର୍ଷ ଅଷ୍ଟ୍ରେଲିଆରେ ଦର୍ଶକଙ୍କ ସହିତ ଟି-20 ବିଶ୍ୱକପ ଆୟୋଜନ କରିବା କଷ୍ଟସାଧ୍ୟ ଥିଲା । ଦର୍ଶକଙ୍କ ବିନା ବିଶ୍ୱକପ ଭଳି ଟୁର୍ନାମେଣ୍ଟ ଆୟୋଜନ କରିବାର କୌଣସି ଅର୍ଥ ନାହିଁ, ତେଣୁ ଏହାକୁ ବାତିଲ କରାଯାଇଛି । 

ବୟାନରେ କୁହାଯାଇଛି ଯେ, ଆଜିର ବୈଠକରେ ଆଇସିସି ବୋର୍ଡ (ଆଇସିସିର ବାଣିଜ୍ୟିକ ୟୁନିଟ୍) କୋଭିଡ-19 ଦ୍ୱାରା ପ୍ରଭାବିତ କ୍ରିକେଟକୁ ସଂପୂର୍ଣ୍ଣ କରିବା ପାଇଁ ଆସନ୍ତା ତିନି ବର୍ଷର କ୍ୟାଲେଣ୍ଡରରେ ଅଧିକ ସ୍ପଷ୍ଟତା ଆଣିବାକୁ ଚେଷ୍ଟା କରିଛି। କାରଣ ଏହା ଦ୍ୱାରା ସବୁଠାରୁ ଅଧିକ ଅବସର ମିଳିବ ।

;