ଦ୍ୱିତୀୟ ୟୁକ୍ରେନ ହେବ କି ତାଇୱାନ? ଚୀନ କରୁଛି ଏପରି ପ୍ରସ୍ତୁତି
Advertisement

ଦ୍ୱିତୀୟ ୟୁକ୍ରେନ ହେବ କି ତାଇୱାନ? ଚୀନ କରୁଛି ଏପରି ପ୍ରସ୍ତୁତି

ଋଷିଆ ଯେପରି ଭାବେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଠିକ୍ ସେପରି ଢଙ୍ଗରେ ତାଇୱାନ ଉପରେ ହମଲା କରିପାରେ ଚୀନ। 

ଦ୍ୱିତୀୟ ୟୁକ୍ରେନ ହେବ କି ତାଇୱାନ? ଚୀନ କରୁଛି ଏପରି ପ୍ରସ୍ତୁତି

ୱାଶିଂଟନ: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୪୨ ଦିନ ପୂରଣ ହୋଇସାରିଛି। ହେଲେ ଏହା ମଧ୍ୟରେ ଆସିଛି ଏକ ଚହଳ ସୃଷ୍ଟି କରିବା ଭଳି ଖବର। ଏନେଇ କୁହାଯାଉଛି ଋଷିଆ ଯେପରି ଭାବେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଠିକ୍ ସେପରି ଢଙ୍ଗରେ ତାଇୱାନ ଉପରେ ହମଲା କରିପାରେ ଚୀନ। ଯଦି ଏହି ଘଟଣା ଘଟେ ତାହେଲେ ଏହାର ପରିଣାମ କ'ଣ ହେବ?

ଆସନ୍ତା ରବିବାର ତାଇୱାନ ଗସ୍ତରେ ଆସୁଛନ୍ତି ୟୁଏସ ହାଉସ ସ୍ପୀକର ନାନ୍ସି ପେଲୋସି (US House Speaker Nancy Pelosi)। ବିଗତ ୨୫ ବର୍ଷ ମଧ୍ୟରେ ପଦରେ ଥାଇ କୌଣସି ଆମେରିକୀୟ ବାଚସ୍ପତିଙ୍କ ତାଇୱାନ ଗସ୍ତକୁ ସହଜେ ଗ୍ରହଣ କରିପାରୁନି ଚୀନ

Also Read: ମାନୁନାହିଁ ଚୀନ; ଅନ୍ତିମ ଲଢେଇ କରିବାକୁ ତାଇୱାନର ଘୋଷଣା

ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ, ଅଷ୍ଟ୍ରେଲିଆ ଭଳି ହାଇପରସୋନିକ୍ ମିସାଇଲ ନିର୍ମାଣ କରିବାକୁ ଘୋଷଣା କରିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ଚୀନ୍ କହିଛି ଏହି ଦେଶ ଆଉ ଏକ ୟୁକ୍ରେନ ଭଳି ସଙ୍କଟ ସୃଷ୍ଟି ନ କରିବା ଆବଶ୍ୟକ। ଚୀନ୍‌ ପକ୍ଷରୁ ଏପରି ବିବୃତ୍ତି ଜାରି ହେବା ପଛରେ କେଉଁ କାରଣ ରହିଛି। 

ଏନେଇ ଉଠୁଥିବା ପ୍ରଶ୍ନର ଜବାବ ରଖି ଅବସରପ୍ରାପ୍ତ ପ୍ରତିରକ୍ଷା ବିଶେଷଜ୍ଞ କର୍ଣ୍ଣେଲ ଦାନବୀର ସିଂହ କହିଛନ୍ତି ଯଦି ବର୍ତ୍ତମାନର ପରିସ୍ଥିତିକୁ ଦେଖାଯାଏ ତାହେଲେ ଚୀନ ତାଇୱାନ ଉପରେ ଆକ୍ରମଣ କରିବାକୁ ନେଇ ଉତ୍ସାହିତ ହୋଇଉଠିଛି। ଆମେରିକା ଏବଂ ଏହାର ସହଯୋଗୀ ୟୁକ୍ରେନ ଉପରେ ଋଷିଆ ଆକ୍ରମଣକୁ ରୋକି ପାରିନାହାଁନ୍ତି।  ନାଟୋ, ଜାତିସଂଘ, ଆମେରିକା ୟୁକ୍ରେନ ଉପରେ ଋଷିଆ ପକ୍ଷରୁ କରାଯାଉଥିବା ବୋମାମାଡ଼କୁ ରୋକି ପାରିଲେ ନାହିଁ। ଏହାକୁ ଦେଖିଲେ ଜଣାପଡୁଛି ଯେ ଯଦି ସୁଯୋଗ ମିଳେ ତାହେଲେ ଚୀନ୍ ତାଇୱାନ ଉପରେ ଆକ୍ରମଣ କରିବାରୁ ପଛକୁ ହଟିବ ନାହିଁ।  ଆମେରିକା ମଧ୍ୟ ଏନେଇ ଅବଗତ ରହିଛି। ଚୀନ, ୟୁକ୍ରେନ ପରିସ୍ଥିତିରୁ ଶିକ୍ଷା ନେଉଛି ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା

Also Read: ତାଇୱାନ ଦଖଲ ପାଇଁ ଆରପାର ଲଢେଇ କରିବାକୁ ପ୍ରସ୍ତୁତ ହେଉଛି ଚୀନ, ଜବାବ ଦେବାକୁ ତତ୍ପର ନାଟୋ ଦେଶ!

ଋଷିଆ-ୟୁକ୍ରେନ ଏବଂ ଚୀନ୍-ତାଇୱାନ ସ୍ଥିତି ସମାନ ନୁହେଁ। ଋଷିଆ-ୟୁକ୍ରେନ ଆଦି ଦେଶ ଦ୍ୱୟର ଭାଷା, ସଂସ୍କୃତି ସବୁକିଛି ଅଲଗା। ହେଲେ ତାଇୱାନ-ଚୀନ  ଭାଷା ଏବଂ ସଂସ୍କୃତି ସମାନ। ୟୁକ୍ରେନ ଭଳି ଦେଶର ଭୌଗୋଳିକ ସ୍ଥିତି ଏପରି ଯେ ଏହା ଉପରେ ନାଟୋ କିମ୍ବା ଆମେରିକା ଭଳି ମହାଶକ୍ତିର କୌଣସି ପ୍ରଭାବ ଅନୁଭୂତ ହୋଇନଥାଏ। ଯଦି ଚୀନ ତାଇୱାନ ଉପରେ ଆକ୍ରମଣ କରେ ତେହେଲେ ଦକ୍ଷିଣ କୋରିଆ ଏବଂ ଜାପାନ ପାଇଁ ବଡ଼ ବିପଦ ମାଡି଼ ଆସିବ। ଏଭଳି ପରିସ୍ଥିତିରେ ଆମେରିକା ସାହାଯ୍ୟ ଅପେକ୍ଷା ନ କରି ସୁରକ୍ଷା ପାଇଁ ଉଭୟ ଦକ୍ଷିଣ କୋରିଆ-ଜାପାନ ସେମାନଙ୍କ ସୈନ୍ୟବାହିନୀ ତାଇୱାନ ପଠାଇବାର ସମ୍ଭାବନା ରହିଛି। ଏହି ୨ ଦେଶର ସୈନ୍ୟବାହିନୀ ଦୁନିଆର ଶକ୍ତିଶାଳୀ ସେନା ମଧ୍ୟରେ ଗଣାଯାଏ। ଯଦି ଏହା ଘଟେ ତାହେଲେ ୟୁକ୍ରେନ ଅପେକ୍ଷା ପରିସ୍ଥିତି ଅଧିକ ବିପଜ୍ଜନକ ଏବଂ ଗମ୍ଭୀର ହୋଇଉଠିବ।

Also Read: ତାଇୱାନକୁ ନେଇ ଚୀନ-ଆମେରିକା ମୁହାଁମୁହିଁ; ସମୁଦ୍ରର ଗର୍ଜିଲା ଏୟାର କ୍ରାଫ୍ଟ କ୍ୟାରିୟର, ଉଡାଣ ଭରିଲା ଯୁଦ୍ଧ ବିମାନ

ୟୁକ୍ରେନ ଉପରେ ଋଷିଆ ଆକ୍ରମଣ ଏବଂ ତାଲିବାନ ଦ୍ୱାରା ଆଫଗାନିସ୍ତାନ ଦଖଲ କରିବା ହେଉଛି ଦୁଇଟି ଘଟଣା ଯାହା ଆମେରିକାର ଉପରେ ବିଶ୍ୱାସକୁ କ୍ଷୁର୍ଣ୍ଣ କରିଛି। ୟୁକ୍ରେନ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଥିଲା ହେଲେ ବିଶ୍ୱକୁ ଖାଦ୍ୟ ଦେଉଥିବା ଏହି ଦେଶକୁ ସୁରକ୍ଷା ଦେବାରେ ଆମେରିକା ବିଫଳ ହୋଇଥିଲା। ୟୁକ୍ରେନର ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ସାହାଯ୍ୟ ପାଇଁ ନିବେଦନ କରୁଛନ୍ତି ହେଲେ ସେ ଆଶା କରୁଥିବା ସହାୟତା ପାଇଁ ଅପେକ୍ଷା ଶେଷ ହୋଇନାହିଁ। ଆଫଗାନିସ୍ତାନ ଠାରେ ମଧ୍ୟ ଦେଖାଗଲା ଯେ ଆମେରିକା କିପରି ମୂକ ଦର୍ଶକ ହୋଇ ରହିଗଲା ଏବଂ କିପରି ଆଫଗାନିସ୍ତାନ ତାଲିବାନ ଦଖଲକୁ ଚାଲିଗିଲା। ଦୁନିଆର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସହିତ ସଜ୍ଜିତ ଆମେରିକାର ସୈନ୍ୟବାହିନୀ ମୋଟରସାଇକେଲ କୁର୍ତ୍ତା-ପାଇଜାମା ପିନ୍ଧି AK-47 ରାଇଫଲ ନେଇ ଆସୁଥିବା ତାଲିବାନ ଯୋଦ୍ଧାଙ୍କ ସାମ୍ନାରେ କିଛି କରିପାରିଲେ ନାହିଁ।