ଖୋଲିବନି ତାଜମହଲ
Advertisement

ଖୋଲିବନି ତାଜମହଲ

ଆଜିଠାରୁ ଦେଶର ସମସ୍ତ ଐତିହ୍ୟସ୍ଥଳ ଗୁଡ଼ିକ ଖୋଲିବାକୁ ଯାଉଛି। ମାତ୍ର ଉତ୍ତରପ୍ରଦେଶର ଆଗ୍ରାରେ ଥିବା ବିଶ୍ୱ ଐତିହ୍ୟ ତାଜମହଲ ଖୋଲିବ ନାହିଁ ବୋଲି ସୂଚନା ମିଳିଛି। ପୂର୍ବରୁ ଆଜି ଠାରୁ ତାଜମହଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏହି ତାଜମହଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇନାହିଁ। କୋରୋନାର ମାତ୍ରା ଦିନକୁଦିନ ବୃଦ

ଖୋଲିବନି ତାଜମହଲ

ନୂଆଦିଲ୍ଲୀ: ଆଜିଠାରୁ ଦେଶର ସମସ୍ତ ଐତିହ୍ୟସ୍ଥଳ ଗୁଡ଼ିକ ଖୋଲିବାକୁ ଯାଉଛି। ମାତ୍ର ଉତ୍ତରପ୍ରଦେଶର ଆଗ୍ରାରେ ଥିବା ବିଶ୍ୱ ଐତିହ୍ୟ ତାଜମହଲ ଖୋଲିବ ନାହିଁ ବୋଲି ସୂଚନା ମିଳିଛି। ପୂର୍ବରୁ ଆଜି ଠାରୁ ତାଜମହଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଏହି ତାଜମହଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇନାହିଁ। କୋରୋନାର ମାତ୍ରା ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ଏହାକୁ ଖୋଲିବାକୁ ଅନୁମତି ଦିଆଯାଉନାହିଁ ବୋଲି ଆଗ୍ରାର ଡିଏମ ପ୍ରଭୁ ଏନ ସିଂହ ସୂଚନା ଦେଇଛନ୍ତି। 

ସେ କହିଛନ୍ତି କି, ବର୍ତ୍ତମାନ ସହରରେ କୋରୋନା ସ୍ଥିତି ଭୟଙ୍କର ରହିଛି। ଏହାର ପ୍ରଭାବକୁ ଦେଖି ତାଜମହଲ, ଆଗ୍ରା କିଲ୍ଲା, ଆକବରଙ୍କ ମକବରା ସହିତ ଅନ୍ୟ ଐତିହାସିକ ସ୍ଥାନଗୁଡ଼ିକୁ ଖୋଲିବାକୁ ଅନୁମତି ପ୍ରଦାନ କରାଯାଉନାହିଁ। ଏହି ସ୍ଥାନ ଗୁଡ଼ିକ ବଫର ଜୋନରେ ଆସୁଛି ବୋଲି ଶ୍ରୀ ପ୍ରଭୁ ସୂଚନା ଦେଇଛନ୍ତି। କୋରୋନା ଭାଇରସର ସ୍ଥିତି ସମ୍ପର୍କରେ ସୂଚନା ଦେଇ ପ୍ରଭୁ କହିଥିଲେ କି, ପ୍ରତିଦିନ ପ୍ରାୟ ୫୦ ରୁ ୫୫ଟି ନୂଆ ମାମଲା ଆସୁଛି। ସମଗ୍ର ସହରରେ ୭୧ଟି କଣ୍ଟେନମେଣ୍ଟ ଜୋନରେ ରହିଛି। ଏହି ସମୟରେ ଏହି ପର୍ଯ୍ୟଟକ ସ୍ଥାନ ଗୁଡ଼ିକ ଯଦି ଖୋଲାଯାଏ ତେବେ କୋରୋନା ବ୍ୟାପିବାର ସମ୍ଭାବନା ଅଧିକ ରହିଛି ବୋଲି ସେ କହିଛନ୍ତି। 

ସେ ଆହୁରି ମଧ୍ୟ  କହିଛନ୍ତି କି, ତମାମ ଦେଶରେ ସମସ୍ତ ଐତିହାସିକ ସ୍ଥାନ, ପର୍ଯ୍ୟଟନ ସ୍ଥାନ ଗୁଡ଼ିକୁ ଗତ ମାର୍ଚ୍ଚ ମାସରୁ ବନ୍ଦ କରିଦିଆଯାଇଥିଲା। ମାତ୍ର  ଆଜି ଠାରୁ ଏହି ସ୍ଥାନ ଗୁଡ଼ିକୁ ଖୋଲିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିଲା। ସମସ୍ତ କୋରୋନା ନିୟମକୁ ଲାଗୁ କରାଯାଇ ଏହାକୁ ଖୋଲାଯିବ ବୋଲି ବିଭାଗ ସୂଚନା ଦେଇଛି। ଏଠାରେ ସୂଚନାଯୋଗ୍ୟ ଏଏସଆଇ ୩୪ ଶହ ଐତିହ୍ୟ ସ୍ଥାନକୁ ବନ୍ଦ କରିଦିଆଯାଇଥିଲା।