ବର୍ତ୍ତମାନ ଅନେକ ତାଲିବାନୀ ସମର୍ଥକମାନେ Amrullah Salehଙ୍କ Libraryର ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଫଟୋରେ ଜଣେ ତାଲିବାନୀ ହାତରେ ରାଇଫଲ ଧରି ବସିଥିବା ଦେଖିବାକୁ ମିଳୁଛି।
Trending Photos
କାବୁଲ: କ୍ୟାନସର ରୋଗ ପରି ଆଫଗାନିସ୍ତାନର କୋଣ ଅନୁକୋଣକୁ ମାଡି ଚାଲିଛି ତାଲିବାନ। ଯେଉଁ Libraryରେ ଆଫଗାନନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ମିଡିଆ ରିପୋର୍ଟର ଦାବିକୁ ଖଣ୍ଡନ କରିବା ସହ ଆତଙ୍କବାଦୀ ସଂଗଠନକୁ ଚ୍ୟାଲେଞ୍ଜ କରିଥିଲେ, ତାହାକୁ ତାଲିବାନୀମାନେ ଏବେ କବଜା କରିନେଇଛନ୍ତି। ପୁଞ୍ଜଶୀରସ୍ଥିତ Amrullah Salehଙ୍କ Libraryର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଠାରେ ଜଣେ ତାଲିବାନୀକୁ ବନ୍ଧୁକ ସହ ଦେଖିବାକୁ ମିଳୁଛି।
ବର୍ତ୍ତମାନ ଅନେକ ତାଲିବାନୀ ସମର୍ଥକମାନେ Amrullah Salehଙ୍କ Libraryର ଏକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି। ଫଟୋରେ ଜଣେ ତାଲିବାନୀ ହାତରେ ରାଇଫଲ ଧରି ବସିଥିବା ଦେଖିବାକୁ ମିଳୁଛି। ତେବେ ସେ ଯେଉଁଠାରେ ବସିଛନ୍ତି ଠିକ୍ ସେହି ସ୍ଥାନରେ ଆଫଗାନିସ୍ତାନର ଉପ-ରାଷ୍ଟ୍ରପତି Amrullah Saleh ଗତ ୩ ତାରିଖରେ ଏକ ଭିଡିଓ ସୁଟ କରି ତାଲିବାନର ଦାବିକୁ ଖଣ୍ଡନ କରିଥିଲେ।
Also Read: ଆଫଗାନିସ୍ତାନରେ ଆମେରିକାର 'ଅସଫଳ ମିଶନ' ପାଇଁ ଦାୟୀ କିଏ?
ଆଫଗାନର ଜଣେ ବରିଷ୍ଠ ସାମ୍ବାଦିକ ହାମଜା ଆଝାର ସଲାମ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ Amrullah Salehଙ୍କ Libraryର ଫଟୋ ସେୟାର କରିଛନ୍ତି। ସେଠିରେ ଦୁଇଟି ଫଟୋକୁ ଯୋଡା ହୋଇଥିବା ବେଳେ ଗୋଟିଏ ଫୋଟରେ Amrullah Saleh ଓ ଅନ୍ୟଟିରେ ତାଲିବାନର ଜଣେ ସଦସ୍ୟ ଅଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଉଭୟଙ୍କ ପ୍ରଚ୍ଛଦପଟ୍ଟ ସମାନ ରହିଛି। ତେବେ ବିଭିନ୍ନ ସୂତ୍ର ଅନୁସାରେ Amrullah Salehଙ୍କ ଭାଇ Rohullah Salehଙ୍କୁ ତାଲିବାନୀମାନେ ହତ୍ୟା କରିଥିବା ସାମ୍ବାଦିକ ଜଣକ କହିଛନ୍ତି।
A video message sent to us @BBCWorld from one of the leaders of the anti-Taliban resistance, fmr VP @AmrullahSaleh2 who says they're under attack from terrorists and points the finger of blame at Pakistan. Pakistan of course deny they support Taliban forces #Panjshir #Afghanistan pic.twitter.com/w3e6GnrRXi
— Yalda Hakim (@BBCYaldaHakim) September 3, 2021
ସୂଚନାଯୋଗ୍ୟ, ଗତ ୩ ତାରିଖରେ Amrullah Saleh ପଞ୍ଜଶୀରସ୍ଥିତ ଲାଇବ୍ରେରୀରୁ ଏକ ଭିଡିଓ ଜାରି କରି ସେ ସୁରକ୍ଷିତ ଥିବା ଦାବି କରିଥିଲେ। ଏପରି କି ତାଲିବାନ ବିରୁଦ୍ଧରେ ତାଙ୍କର ଲଢେଇ ଜାରି ରହିବ। ସ୍ଥିତିରେ ସୁଧର ଆଣବାପାଇଁ ଆମେ ସେମାନଙ୍କ ସହ ଆଲୋଚନା କରୁଛୁ ବୋଲି ମଧ୍ୟ ସେ କହିଥିଲେ।