ତାଲିବାନ ସରକାର ଗଠନ ସମାରୋହରେ ୬ ଦେଶକୁ ମିଳିଛି ନିମନ୍ତ୍ରଣ
Advertisement

ତାଲିବାନ ସରକାର ଗଠନ ସମାରୋହରେ ୬ ଦେଶକୁ ମିଳିଛି ନିମନ୍ତ୍ରଣ

ଅନ୍ୟ ଦେଶ ପରି ଆଫଗାନିସ୍ତାନ ସହ ଋଷର କୂଟନୈତିକ ସମ୍ପର୍କ ରହିଛି। ‘Moscow Format’ ମାଧ୍ୟରେ  ବୁଝାମଣା ଜାରି ରଖିଛି। ୨୦୧୭ ମସିହାରେ ୬ ଦେଶୀୟ କମିଟ ଗଠନ କରାଯାଇଥିଲା। ଏଥିରେ ଆଫଗାନ ସମତେ ଭାରତ, ପାକିସ୍ତାନ, ଚୀନ, ଇରାକ, ଋଷ ଥିଲେ। 

ଫାଇଲ ଫଟୋ

କାବୁଲ: ବିଦ୍ରୋହ-ଅସ୍ଥିରତା ମଧ୍ୟରେ ଆଫଗାନିସ୍ତାନରେ ୨୦ ବର୍ଷ ପରେ ପୁଣି ସରକାର ଗଠନ କଲା ତାଲିବାନ। ଆସନ୍ତା ୧୧ ତାରିଖରେ ସରକାର ଗଠନ ଉତ୍ସବ କରିବାକୁ ତିଲାବନର ପ୍ରସ୍ତୁତି ଚଳାଇଛି। ଏହି ସମାରୋହରେ ଯୋଗା ଦେବା ପାଇଁ ୬ଟି ଦେଶକୁ ତାଲିବାନ ପକ୍ଷରୁ ନିମନ୍ତ୍ରଣ ଦିଆଯାଇଛି। ତାଲିବାନର ଅତିଥି ତାଲିକାରେ କିଛି ପୁରୁଣା ସହଯୋଗୀ ଥିବା ବେଳେ ଅନେକ ନୂଆ ସାଥି ଅଛନ୍ତି।

ରିପୋର୍ଟ ଅନୁସାରେ ତାଲିବାନ ତାର ସରକାର ଗଠନ ସମାରୋହରେ ଚୀନ, ଋଷ, ପାକିସ୍ତାନ, ତୁର୍କୀ, ଇରାନ ଓ କାତାରକୁ ନିମନ୍ତ୍ରଣ ଦେଇଛି। ସାଉଦି ଆରବ ଓ UAE ସହ ମଧ୍ୟ ତାଲିବାନର ସମ୍ପର୍କରେ ସୁଧାର ଆସୁଛି। ତାଲିବାନ ନିମନ୍ତ୍ରଣ ଦେଇଥିବା ଦେଶ ଗୁଡିକ ସହିତ ଆଫଗାନର କୂଟନୈତିକ ତଥା ବୈଦେଶିକ, ପ୍ରତିରକ୍ଷା ଓ ଧାର୍ମୀକ ସମ୍ପର୍କ ରହିଛି। ଯାହା ତାଲିବାନକୁ ଆଗାମୀ ଦିନରେ ଅନେକ ଫାଇଦା ଦେବ ବୋଲି କୁହାଯାଉଛି। ତେବେ କେଉଁ ଦେଶ ସହ ତାଲିବାନର ସମ୍ପର୍କ କିପରି ରହିଛି, ଆସନ୍ତୁ ଜାଣିବା.. 

ପାକିସ୍ତାନ:

ପାକିସ୍ତାନ ବିଗତ ୨୦ ବର୍ଷ ହେବ ଆତଙ୍କବାଦୀ ସଙ୍ଗଠନ ତାଲିବାନର କଡା ସମର୍ଥକ ରହିଆସିଛି। ପାକିସ୍ତାନକୁ ତାଲିବାନ ତାର ଦ୍ୱିତୀୟ ଘର ବୋଲି ମଧ୍ୟ ଘୋଷଣା କରିଛି। ଅନେକ ତାଲିବାନୀ ନେତାଙ୍କ ଘର ରହିଛି। ତାଙ୍କ ସନ୍ତାନମାନେ ସୀମା ପାର କରି ପଠା ପଢିବାକୁ ଯାଆନ୍ତି। ଆଫଗାନିସ୍ତାନରେ ତାଲିବାନ ସରକାରକୁ ପାକିସ୍ତାନ ପ୍ରଥମ ଦେଶ ଭାବେ ମାନ୍ୟତା ଦେଇଥିଲା। ପାକିସ୍ତାନକୁ ଆତଙ୍କୀ କାରଖାନା ବା ଭୂସ୍ୱର୍ଗ ବୋଲି କୁହାଯାଉଛି। ଆଉ ଗତ ସୋମବାର ଦିନ ପଞ୍ଜଶୀରରେ ପାକିସ୍ତାନ ଏୟାର ଷ୍ଟ୍ରାଇକ କରିଥିବା ନେଇ ସୂଚନା ମିଳିଛି।

Also Read: ଆଫଗାନରେ ସରକାର ଗଢ଼ିଲା ତାଲିବାନ, ଦେଶ ଚଳାଇବେ ଏହି ୫ ଇନାମୀ ଆତଙ୍କବାଦୀ

ଚୀନ:

ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ଅପସାରଣ ପରେ ଚୀନର ଉତ୍ସାହ କହିଲେ ନ ସରେ। ଆଫଗାନରେ ଚୀନ BRI ପରି ଅନେକ ପ୍ରକଳ୍ପ ଚଳାଉଛି। ଯାହା ତାକୁ ବାଣିଜ୍ୟ କାରବାରରେ ସୁବିଧା ହେବ। ସେଥିପାଇଁ ଚୀନ ତାଲିବାନୀଙ୍କ ସହ ପଙ୍ଗା ନେବାକୁ ଚାହୁଁ ନାହିଁ। ପାକିସ୍ତାନ ପରି ଚୀନ ମଧ୍ୟ ତାଲିବାନ ସରକାରକୁ ମାନ୍ୟତା ଦେଇପାରେ। କାବୁଲ ଦଖଲ ପୂର୍ବରୁ ଲଗାତାର ତାଲବାନୀ ନେତାମାନେ ବେଜିଂ ଯାଉଥିଲେ। ଚୀନ ମଧ୍ୟ ଉଭୟ ଘନି ସରକାର ଓ ତାଲିବାନର ସମ୍ପର୍କରେ ଥିଲା। ତେବେ ତାଲିବାନ ସରକାର ଗଠନ ସମାରୋହରେ ନିମନ୍ତ୍ରଣ ନେଇ କୌଣସି ସୂଚନା ନ ଥିବା ବେଜିଂ କହିଛି।

ଋଷ: 

ଅନ୍ୟ ଦେଶ ପରି ଆଫଗାନିସ୍ତାନ ସହ ଋଷର କୂଟନୈତିକ ସମ୍ପର୍କ ରହିଛି। ‘Moscow Format’ ମାଧ୍ୟରେ  ବୁଝାମଣା ଜାରି ରଖିଛି। ୨୦୧୭ ମସିହାରେ ୬ ଦେଶୀୟ କମିଟ ଗଠନ କରାଯାଇଥିଲା। ଏଥିରେ ଆଫଗାନ ସମତେ ଭାରତ, ପାକିସ୍ତାନ, ଚୀନ, ଇରାକ, ଋଷ ଥିଲେ। ଏହି କମିଟି ଉଭୟ ଦେଶର ବିକାଶ ଓ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରତିବଦ୍ଧ ଥିଲା। ଏହା ବ୍ୟତୀତ ୨୦୧୮ରେ ଋଷ ୧୨ଟି ଦେଶର‘High Peace Council’ ଆୟୋଯିତ କରିଥିଲା। ଏଥିରେ ମଧ୍ୟ ଆଫଗାନିସ୍ତାନର ପ୍ରତିନିଧି ମଣ୍ଡଳୀ ଯୋଗ ଦେଇଥିଲେ। ବେଜିଂ ପରି ମସ୍କୋ ମଧ୍ୟ ଆଫଗାନ ଭୂମି ଉପରେ ନଜର ରଖିଛି। ସୁରକ୍ଷା ଦୃଷ୍ଟିରୁ ମଧ୍ୟ ଋଷ ତାଲିବାନ ସହ ସମ୍ପର୍କ ରଖିବାକୁ ଚେଷ୍ଟା କରିବ।

ଇରାନ: 

ଆଫଗାନିସ୍ତାନରୁ ଆମେରିକା ସୈନ୍ୟଙ୍କ ଘର ବାହୁଡାକୁ ଇରାନ ସ୍ୱାଗତ କରିଛି। ଆମେରିକା ଫେରିଗଲା ପରେ ଆଫଗାନରେ ଜୀବନ, ସୁରକ୍ଷା ବ୍ୟବସ୍ଥା ଓ ଶାନ୍ତି ଫେରିବ ବୋଲି ଆଫଗାନର ନୂଆ ପ୍ରଧାମନ୍ତ୍ରୀ ଇବ୍ରାହିମ ରାସି କହିଥିଲେ। ତାଲିବାନ ସହ ଇରାନର ପୁରୁଣା ସମ୍ପର୍କ ରହିଛି, କିନ୍ତୁ ଆଫଗାନିସ୍ତାନରେ ଆମେରିକାର ପ୍ରବେଶ ପରେ ଏହା କିଛିଟା ପ୍ରଭାବିତ ହୋଇଥିଲା। ଶିଆ-ସୁନ୍ନିକୁ ନେଇ ଉଭୟଙ୍କ ମଧ୍ୟରେ ମତଭେଦ ରହିଛି। ୧୯୯୮ରେ ଇରାନ କୂଟନୈତଜ୍ଞଙ୍କୁ ହତ୍ୟା ମାମଲାକୁ ନେଇ ସ୍ଥିତି ବିଗିଡି ଯାଇଥିଲା। କିନ୍ତୁ ୯/୧୧ ଆକ୍ରମଣ ପରେ ଇରାନ, ତାଲିବାନର ନିକଟତର ହୋଇଛି। 

Also Read: ବିଦ୍ରୋହ-ଅସ୍ଥିରତା ମଧ୍ୟରେ ସରକାର ଗଠନ କଲା ତାଲିବାନ; କାହାକୁ ମିଳିଲା କେଉଁ ଦାୟିତ୍ୱ?

ତୁର୍କୀ: 

ଆମେରିକା ଓ ଆଫଗାନିସ୍ତାନର ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତ୍ୱର ଫାଇଦା ଉଠାଇବ ତୁର୍କୀ। ଆଫଗାନରେ ମୁତୟନ ନାଟୋରେ ତୁର୍କୀ ସେନା ମଧ୍ୟ ସାମିଲ ଥିଲା। କିନ୍ତୁ ଆମେରିକା ଓହରି ଗଲା ପରେ ତୁର୍କୀ ଖୋଲାଖୋଲି ଭାବେ ତାଲିବାନକୁ ସମର୍ଥନ କରିଛି। କାବୁଲ ବିମାନବନ୍ଦର ଅପରେସନକୁ ପୁନଃ କାର୍ଯ୍ୟକାରୀ କରିବାରେ ତୁର୍କୀ ସହଯୋଗ କରିଥିଲା। ତାଲିବାନ ସହ ତୁର୍କୀର ସମ୍ପର୍କରେ ଉଭୟ ପକ୍ଷର ସ୍ୱାର୍ଥ ରହିଛି। ଏଥିରେ ବିଶେଷ କରି ଆଙ୍କାରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି।

କାତାର: 

ତାଲିବାନର ପୂର୍ବ ସରକାର (୧୯୯୬-୨୦୨୧)କୁ କାତାର ମାନ୍ୟତା ଦେଇନଥିଲା। ସେତେବେଳେ ଏହି ଆତଙ୍କବାଦୀ ସଙ୍ଗଠନ ଠାରୁ ସମଦୂରତ୍ୱ ରକ୍ଷା କରିଥିଲା। କିନ୍ତୁ ୨୦୨୧ ଦୋହା ଶାନ୍ତି ବୈଠକ ପରେ ପରିବେଷ ବଦଳି ଯାଇଛି। ତାଲିବାନ ଗତ ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ କାତାର ଦେଇ ସମସ୍ତ ଉଦ୍ଧାର କାର୍ଯ୍ୟ ହୋଇଛି। ଏହା ବ୍ୟତୀତ ୨୦୧୩ ଠାରୁ କାତାରରେ ତାଲିବାନ ନିଜର ସ୍ଥାୟୀ ରାଜନୈତିକ କାର୍ଯ୍ୟାଳୟ ସ୍ଥାପନ କରିଛି।

ଆଫଗାନିସ୍ତାନରେ ତାଲିବାନର ଆତଙ୍କ ପରେ ମଧ୍ୟ କାବୁଲରୁ ପାକିସ୍ତାନ ଓ ଚୀନ ଦୂତାବାସ ପରିଚାଳନା ହେଉଛି। ଆଫଗାନର ସ୍ଥିତି ଉପରେ ଅନେକ ଦେଶ  wait and watch policy ଗ୍ରହଣ କରିଛନ୍ତି। ଚୀନ ଓ ପାକ୍ ତାଲିବାନ ସରକାରକୁ ମାନ୍ୟତା ଦେଇଥିବା ବେଳେ ସାଉଦି ଆରବ ଓ UAE ସଠିକ ସମୟକୁ ଅପେକ୍ଷା କରିଛନ୍ତି। ଅନ୍ୟପଟେ ଭାରତ ସରକାର ତାଲିବାନ ସହ ଆଲୋଚନା ଜାରି ରଖିଛନ୍ତି। ସେଠାରେ କିଭଳି ଶାନ୍ତି ଫେରିବ ଓ ଅନେକ ପ୍ରକଳ୍ପ ସୁରୁଖୁରୁ ଭାବେ ପରିଚାଳିତ ହେବ ତାହା ଉପରେ ନୂଆଦିଲ୍ଲୀ ପଦକ୍ଷେପ ନେଉଛି।